ବନ୍ଧୁଗଣ ଆମ ଓଡିଶାର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବା କିଏ ନ ଜାଣେ । କେବଳ ଓଡିଶା ନୁହେଁ ନବୀନ ନିଜ କାମ ପାଇଁ ସାରା ଭାରତରେ ଚର୍ଚ୍ଚାରେ ରୁହନ୍ତି । ଓଡିଶାର ସମୃଦ୍ଧି ଏବଂ ବିକାଶ ପାଇଁ ନବୀନ ସବୁବେଳେ କିଛି ନୂଆ କରି ଦେଖାଇ ଥାନ୍ତି । ଏମିତିରେ ତ ନବୀନ ନିଜର ବଡ ବଡ କାମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ସମୟ ହେବ ସେ ଏକ ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।
ସୋସିଆଲ ମିଡିଆରେ ବର୍ତ୍ତମାନ ନବୀନଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓଟି ଦେଖିଲେ ଆପଣ ମାନେ ବହୁତ ଖୁସି ହେବେ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଦର୍ଶକ ବନ୍ଧୁ ଯଦି ଆମେ ଆପଣଙ୍କୁ ପଚାରିବୁ ଆମ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ବିଷୟରେ ତେବେ ଆପଣ ମାନଙ୍କ ମନରେ ସର୍ବ ପ୍ରଥମେ ମୁକେଶ ଅମ୍ବାନୀଙ୍କ କଥା ଆସିବ । ହଁ ଦର୍ଶକ ବନ୍ଧୁ ମୁକେଶ ହେଉଛନ୍ତି ଆମ ଭାରତର ସବୁ ଠାରୁ ଧନୀ ବ୍ୟକ୍ତି । ରିଲିଆନ୍ସ କମ୍ପାନୀର ଫାଉଣ୍ଡର ମୁକେଶ ଅମ୍ବାନୀ କେବଳ ଭାରତର ନୁହେଁ ବିଶ୍ଵର ଟପ 10 ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ମୁକେଶ ସବୁବେଳେ ନିଜ ବିଳାସମୟ ଜୀବନୀ ପାଇଁ ଚର୍ଚ୍ଚାରେ ରୁହନ୍ତି ।
ଗତ କିଛି ଦିନ ତଳେ ମୁକେଶଙ୍କ ପୁଅ ଅନନ୍ତ ଅମ୍ବାନୀ ରାଧିକା ମର୍ଚାନ୍ଟଙ୍କ ସହ ବିବାହ କରିବା ଲାଗି ଚର୍ଚ୍ଚାରେ ରହିଥିଲେ । ଅନନ୍ତ ନିଜ ବିବାହ ପୂର୍ବରୁ ଓଡିଶା ଆସି ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସହ ଭେଟି ଥିବାର ନଜର ଆସୁଛନ୍ତି ।
ତେବେ ଏଠି ଆମେ କହି ରଖିବାକୁ ଚାହୁଁ କି ଏବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଛନ୍ତି ରିଲାନ୍ସ ସିଏମଡି ମୁକେଶ ଅମ୍ବାନୀ । ଏହି ସୌଜନ୍ୟମୂଳକ ସାକ୍ଷାତକାର ବେଳେ ଭବିଷ୍ୟତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ମୁକେଶଙ୍କ ସହ ଆଲୋଚନା କରିଛନ୍ତି ନବୀନ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।