ତ୍ୱଚାରୁ କଳା ଦାଗ କେମିତି ଯିବ ? ସୁସ୍ଥ ଓ ସୁନ୍ଦର ତ୍ଵଚା କିପରି ପାଇବେ ? Dr Diptiranjani Bisoyi

ବର୍ତ୍ତମାନର ଜୀବନଶୈଳୀ, ଅସ୍ଵାସ୍ଥକର ଖାଦ୍ୟପେୟ ଏବଂ ସୂର୍ଯ୍ୟକିରଣରେ ବିନା ସନସ୍କ୍ରିନରେ ବାହାରିବ ହେତୁ ମୁହଁରେ କଳା ଦାଗ, ମେଲାଜମା ଭଳି ବିଭିନ୍ନ ଦାଗ ବାହାରିଥାଏ । ତେବେ ତ୍ଵଚାରୁ କଳା ଦାଗକୁ ଦୂର କିପରି କରିବେ ? ତେବେ ଏ ନେଇ ବିଶିଷ୍ଠ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦୀପ୍ତି ରଞ୍ଜନୀ ବୋଶୋଇ କଣ କହୁଛନ୍ତି ଜାଣନ୍ତୁ । ବ୍ୟକ୍ତିର ଶରୀରରେ ମେଲାନୀନ ନାମକ ଏକ ପିଗମେଣ୍ଟ ରହିଥାଏ । ଏହି ମେଲାନୀନ ଯାହାଙ୍କ ପାଖରେ ଯେତେ ଅଧିକ ରହିଥାଏ । ତାଙ୍କ ସ୍କିନ ସେତେ ଅଧିକ ଡାର୍କ ହୋଇଥାଏ ।

ମେଲାନୀନ ଯାହାଙ୍କ ପାଖରେ କମ ରହିଥାଏ । ତାଙ୍କ ସ୍କିନ ସେତେ ଗୋରା ହୋଇଥାଏ । ଭାରତୀୟ ଲୋକଙ୍କ ଠାରେ ମଧ୍ୟମ ଧରଣର ମେଲାନୀନର ମାତ୍ରା ରହୁଥିବାରୁ ସେମାନଙ୍କ ସ୍କିନର ରଙ୍ଗ ଅଧିକ ଗୋରା କି ଅଧିକ କଳା ହୋଇନଥାଏ । ତେବେ ଲୋକଙ୍କ ଠାରେ ଏହି ମେଲାନୀନର ମାତ୍ରା ଯଦି କୌଣସି କାରଣ ବଶତଃ ବଢିଯାଇଥାଏ । ତେବେ ତାଙ୍କ ସ୍କିନ ଧୀରେ ଧୀରେ ଡାର୍କ ଦେଖାଯିବା ଆରମ୍ଭ କରେ ।

କୌଣସି ପ୍ରକାର ଡିଜିଜ, ମେଡ଼ିସିନ ବା କୌଣସି ବି କାରଣ ଯୋଗୁ ଅନେକଙ୍କ ସ୍କିନରେ ମେଲାନୀନର ମାତ୍ରା ବଢିଯାଇଥାଏ । ଯାହା ଫଳରେ ତାଙ୍କ ସ୍କିନ ଗୋରା ଥିଲେ ମଧ୍ୟ କଳା ଧୀରେ ଧୀରେ ପଡିବାରେ ଲାଗେ । ଏହା ଛଡା ମୁହଁରେ ବ୍ରଣ ବହୁ ସମୟରେ ଅନେକଙ୍କ ଠାରେ ଦେଖିବାକୁ ମିଳେ । ହେଲେ ବ୍ରଣକୁ ଯଦି ପ୍ରାକୃତିକ ଉପାୟରେ ଭଲ ହେବା ପାଇଁ ଛାଡିଦେବ । ତେବେ ସେହି ସ୍ଥାନରେ ଦାଗ ପଡିନଥାଏ ।

ଯଦି ବ୍ରଣ ହେଉଥିବା ଜାଗାରେ ବାରମ୍ବାର ହାତ କି ନଖ ମାରନ୍ତି । ତେବେ ସେହି ସ୍ଥାନରେ କଳା ଦାଗ ରହିଜାଏ । ତେଣୁ ବ୍ରଣ ହେଲେ ସେଥିରେ ଅଯଥାରେ ହାତ ବିଲକୁଲ ବି ମାରନ୍ତୁ ନହିଁ । ଏହା ଛଡା ଖରାରେ ବହୁତ ଲୋକ ବାହାରକୁ କୌଣସି କାମରେ ଯାଇଥାନ୍ତି । ଯାହାଫଳରେ ତାଙ୍କ ସ୍କିନରେ ଯଦି ବହୁତ ସୂର୍ଯ୍ୟରଶ୍ମି ପଡେ । ତେବେ ତାହା ମଧ୍ୟ ସ୍କିନକୁ କଳା ପକାଇଦେଇଥାଏ ।

ତେଣୁ ବାହାରକୁ ଯିବା ସମୟରେ ସନ୍ସ କ୍ରିମର ବ୍ୟବହାର କରନ୍ତୁ । ମୁହଁ, ହାତରେ କପଡା ଘୋଡାଇ ଯଦି ସମ୍ଭବ ତେବେ ବାହାରକୁ ଯାଆନ୍ତୁ । ଅନେକ ଲୋକ ବହୁତ ତାଙ୍କ କାମ ପାଇଁ ବ କିଛି ବି କାରଣ ପାଇଁ ବହୁତ ଷ୍ଟ୍ରେସରେ ରହିଥାନ୍ତି । ତେଣୁ ଅଧିକ ଷ୍ଟ୍ରେସ ନେବା ଉଚିତ ନୁହେଁ । ବାହାରର ଫାଷ୍ଟଫୁଡ, ଜଙ୍କଫୁଡକୁ ଇଗନୋର କରି ଘର ତିଆରି ସୁଷମ ସନ୍ତୁଳିତ ଖାଦ୍ୟ କହିବା ସହ ପ୍ରଚୁର ପାଣି ମଧ୍ୟ ପିଅନ୍ତୁ ।

ରାତିରେ ଭଲ ଭାବେ 7 ରୁ 8 ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ସ୍କିନ ହେଲଦି ରହିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *