ସ୍କୁଲ ଘରେ ଆଖିରେ ଦେଖିଲି ଧାଡି ଧାଡି ଶବ, ଆହତଙ୍କ ମୁହଁରେ ପାଣି ଦେଲା ବେଳେ ମୋତେ ଭୟ ଲାଗିଲା, Train Tragedy!

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍କୁଲ ଘରେ ଟ୍ରେନ ଦୁର୍ଘଟଣା ଆହତ ଲୋକଙ୍କୁ ଦେଖିକି ଭୟ ଲାଗିଲା । ତେବେ ସୂଚନା ମୁତାବିକ ବାଲେଶ୍ଵର ଠାରେ ଘଟିଥିବା ଭାରତର ସବୁଠାରୁ ବଡ ରେଳ ଦୁର୍ଘଟଣା ସାରା ଭାରତରେ ଚହଳ ସୃଷ୍ଟି କରିଛି । ଏପରି ଏକ ରେଳ ଦୁର୍ଘଟଣା ଘଟିବା ପରେ ଆହତ ଓ ମୃତାହତ ଲୋକଙ୍କୁ ସ୍ତାନୀୟ ବାହାନଗା ସ୍କୁଲରେ ରଖା ଯାଇଥିଲା । ସେଠାରେ ରେଳ ଦୁର୍ଘଟଣାରେ ପୀଡିତ ଲୋକଙ୍କ ମର୍ମାହତ ଦୃଶ୍ୟ ଦେଖିଥିବା ଜଣେ ମହିଳା ପ୍ରତ୍ଯେକ୍ଷଦର୍ଶୀ ଗଣ ମଧ୍ୟମ ସମ୍ମୁଖରେ କିଛି ଏପରି ବଖାଣିଛନ୍ତି ।

ଯେଉଁଠାରେ ପ୍ରତ୍ଯେକଦର୍ଶୀ ଜଣଙ୍କ କହିଛନ୍ତି । ମୁଁ ଯେତେବେଳେ ସେହି ସ୍କୁଲରେ ଭର୍ତ୍ତି ହୋଇଥିବା ଆହତଙ୍କୁ ଦେଖିବାକୁ ଯାଇଥିଲି । ସେହି ଦୃଶ୍ୟ ନା ଦେଖି ହେଉଥିଲା ନା ମନର କୋହକୁ ଚାପି ରଖି ହେଉଥିଲା । ଧାଡି ଧାଡି ଲୋକଙ୍କର ଶବ ସେହି ସ୍କୁଲ ଘରେ ଭର୍ତ୍ତି ହୋଇ ରଖାଯାଇଥିଲା । ଆଉ ଯେଉଁ ମାନେ ଗୁରୁତର ହୋଇ ସେଠାରେ ପଡିରହିଥାନ୍ତି । ସେମାନଙ୍କ ବିକଳ ଅବସ୍ଥା ଦେଖି ମନକୁ ବହୁତ କଷ୍ଟ ଲାଗୁଥିଲା ।

କାହାକୁ ଯଦି ପାଣି ଟିକେ ଦେବା ପାଇଁ ଯାଉଥାଏ । ତେବେ ହାତ ଥରି ଯାଉଥିଲା । ମୋ ଜୀବନରେ ଏତେ ବଡ ଦୁର୍ଘଟଣା ଓ ଏମିତିକା ଛାତିଥରା ଦ୍ରୁଶ୍ଯ ମୁଁ କେବେବି ଦେଖି ନଥିଲି । ଏହି କଥା କହିଲା ବେଳକୁ ମୋର ଲୋମ ଟାଙ୍କୁରୀ ଯାଉଛି । ଆହତ ଲୋକ ମାନେ ବହୁତ କଷ୍ଟ ଯନ୍ତ୍ରଣାରେ ପଡି ମେଡିକାଲକୁ ଚିକିତ୍ସା ପାଇଁ ଯାଇଛନ୍ତି । ଭଗବାନ ଆହତ ଲୋକଙ୍କୁ ଶୀଘ୍ର ଭଲ କଟରି ଦିଅନ୍ତୁ । ଯେଉଁ ମାନେ ବହୁତ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସେମାନେ ବର୍ତ୍ତମାନ ମୃ-ତ୍ୟୁ ସହ ନିଜ ଜୀବନ ପାଇଁ ଛଟପଟ ହୋଇ ସଂଗ୍ରାମ କରୁଛନ୍ତି । ଏପଟେ ସରକାର ମଧ୍ୟ ଟ୍ରେନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କର ସାହାଜ୍ଯ ପାଇଁ ଯଥା ସମ୍ଭବ ସାହାଜ୍ଯ ଜାରୀ ରଖିଛନ୍ତି । କିଛି ମହାନ ହୃଦୟବାନ ଲୋକ ମଧ୍ୟ ଆହତ ଲୋକଙ୍କର ସାହାଜ୍ଯ ପାଇଁ ଆଗେଇ ଆସିଛନ୍ତି ।

ତେବେ ପୂର୍ବ ଭଳି ପୁଣି ଥରେ ଭଲ ସ୍ଥିତି ଫେରି ଆସୁ ବୋଲି ସମସ୍ତେ ଭଗବାନଙ୍କ ନିକଟରେ ପ୍ରାଥନା କରୁଛନ୍ତି ।

Leave a Reply

Your email address will not be published. Required fields are marked *