ଅନୁଭବଙ୍କ ବାପାଙ୍କ ଦେହାନ୍ତର ୪ ଦିନ ପରେ ମୁହଁ ଖୋଲିଲେ ବର୍ଷା… କହିଦେଲେ ଏଭଳି କଥା… Anubhab Varsha

ଏତେ ଦିନ ପରେ ମୁହଁ ଖୋଲିଲେ ବର୍ଷା ! ଦୀର୍ଘ ଦିନତ୍ର ନୀରବତା ପରେ ନିଜର ପ୍ରତିକ୍ରିୟା ସୋସିଆଲ ମିଡିଆରେ ରଖିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା ସୋସିଆଲ ମିଡିଆ ମାଧ୍ୟମରେ ନିଜ ମନର ଅନେକ କଥା ମାତ୍ର ଗୋଟିଏ ଧାଡିରେ ବୁଝାଇଦେଇଛନ୍ତି । ଅପର ପକ୍ଷରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବର୍ତ୍ତମାନ ବହୁତ କଷ୍ଟକର ସମୟ ଦେଇ ଗତି କରୁଛନ୍ତି । ଏପଟେ ସୋସିଆଲ ମିଡିଆରେ ଏପରି କିଛି ଲେଖି ଜଣାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଗତ 15 ତାରିଖ ଦିନ ଅନୁଭବଙ୍କ ବାପାଙ୍କର ଦେହାନ୍ତ ଘଟିଥିଲା । ଯେଉଁ କାରଣରୁ ଅନୁଭବ ଦୁଃଖରେ ଭାଙ୍ଗି ପଡିଥିଲେ । ତେବେ ଅନୁଭବଙ୍କ ବାପାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ଘରକୁ ଅନେକ ଲୋକ ଧାଇଁ ଯାଇଥିଲେ । ବନ୍ଧୁପରିବାର, ଆତ୍ମୀୟ ସ୍ଵଜନ ଓ ସାଙ୍ଗସାଥି ମାନେ ସମସ୍ତେ ଅନୁଭବଙ୍କ ବାପାଙ୍କର ଅନ୍ତିମ ଦର୍ଶନ କରି ଅନୁଭବଙ୍କୁ ସମବେଦନା ଜଣାଇଥିଲେ । ଏହାରି ଭିତରେ ଆଶା କରାଯାଇଥିଲା ।

ଯେ ଅନୁଭବଙ୍କ ବାପାଙ୍କୁ ତଥା ଜଣେ ଗୁରଜନଙ୍କର ଦେହାନ୍ତ ଖବର ପାଇଲା ପରେ ବର୍ଷା ତାଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ଆସିବେ । ହେଲେ ସ୍ଵର୍ଗତ ଅଭୟ କୁମାର ମହାନ୍ତିଙ୍କର ଦେହାନ୍ତ ଘଟି ତାଙ୍କର ଅନ୍ତିମ ସଂସ୍କାର ସରିଯାଇଥିଲେ ମଧ୍ୟ ତାଙ୍କର ଅନ୍ତିମ ଦର୍ଶନ ପାଇଁ ସେଠାକୁ ବର୍ଷା ଯାଇନଥିଲେ । ତେବେ ଏହାରି ମଧ୍ୟରେ ଲୋକେ ଭାବୁଥିଲେ। ଯେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ପାରିବାରିକ ବିବାଦୀୟ ପରିସ୍ଥିତିର ଅନ୍ତ ଘଟିଛି । ସେଥିପାଇଁ ଅନୁଭବଙ୍କ ବାପାଙ୍କର ଅନ୍ତିମ ଦର୍ଶନ ପାଇଁ ବର୍ଷା ଆସିନଥିଲେ । ହେଲେ ସୋସିଆଲ ମିଡିଆରେ ହେଉ ପଛେ ଅନୁଭବଙ୍କୁ ସେ ସମବେଦନା ତ ନିହାତି ଭାବେ ଜଣାଇବେ ।

କାରଣ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଯେତେବେଳେ ପାରିବାରିକ ବିବାଦ ପାଇଁ ନ୍ୟାୟିକ ଲଢେଇ ଚାଲିଥିଲା । ସେତେବେଳେ ପରସ୍ପରକୁ ଆକ୍ଷେପ କରି ସୋସିଆଲ ମିଡିଆରେ କଥା କୁହାକୁହି ହେଉଥିଲେ । ହେଲେ ଏହାରି ଭିତରେ ବର୍ଷା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ।

ଯେଉଁ ପୋଷ୍ଟରେ ସେ ଲେଖିଛନ୍ତି ସବୁଠାରୁ ଖରାପ ଯନ୍ତ୍ରଣାର ମଧ୍ୟ ଏକ ଉଦ୍ଧେଶ୍ୟ ରହିଛି । ଏହା ଆପଣଙ୍କୁ ଆହୁରି ଶକ୍ତିଶାଳୀ କରେ । ତେବେ ଏହି ଲେଖାଟି ଲେଖି ନିଜର ଏକ ଭାବୁକ ଭରା ଫୋଟ ସୋସିଆଲ ମିଡିଆରେ ବର୍ଷା ପୋଷ୍ଟ କରିଛନ୍ତି । ହେଲେ ବର୍ଷା ଲେଖିଥିବା ଏହି ଲାଇନଟି ସେ ନିଜକୁ ଆତ୍ମପ୍ରେରଣା ଦେବା ପାଇଁ କି ଅନୁଭବଙ୍କ ଦୁଃଖରେ ସମବେଦନା ଜଣାଇବା ପାଇଁ ତାହା ସ୍ପଷ୍ଠ ହୋଇପାରିନାହିଁ । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *