ମାଟ୍ରିକ ପରୀକ୍ଷା ଭୟରେ ବାପା ମା’କୁ ଛାଡି ଚାଲିଯାଇଛି ପୁଅ, କୁଆଡେ ଚାଲିଗଲୁ ତୁ ଫେରିଆ କହି କାନ୍ଦୁଛି ମା’….

ମାଟ୍ରିକ ପରୀକ୍ଷା ଭୟରେ ବାପା, ମାଆଙ୍କୁ ଛାଡି ଚାଲିଗଲା ପୁଅ ! ହଁ ଆଜ୍ଞା ଖବର ମୁତାବିକ ଦଶମ ପରୀକ୍ଷା ଭୟରେ ଗାଧୁଆ ଘର ଭିତରେ ଛତ୍ର ଜଣଙ୍କ ଏପରି କିଛି କରି ଦେଖାଇଛନ୍ତି । ବାଥରୁମ୍ କୁ ଗାଧୋଇବା ପାଇଁ ଯାଉ ଯାଉ ଏପରି କିଛି ତାଙ୍କ ସହ ଘଟିଯାଇଥିଲା । ସକାଳୁ ଉଠିକି ଛାତ୍ର ଜଣଙ୍କ ପରୀକ୍ଷା ଦେବାକୁ ଯାଇଥାନ୍ତା । ସେଥିପାଇଁ ପରୀକ୍ଷା ପୂର୍ବରୁ ଭଲ ଭାବେ ପଢାପଢୀ ମଧ୍ୟ କରୁଥିଲେ । ହେଲେ ସକାଳୁ ହେଉ ହେଉ ସବୁକିଛି ସରିଯାଇଥିଲା ।

ପାଠ ପଢା ପାଠ ପାଠ ବାଟେ ରହିଗଲା । ହେଲେ ଦଶମ ପରୀକ୍ଷା ଦେବାକୁ ଥିବା ଛାତ୍ର ଜଣଙ୍କ ସବୁଦିନ ପାଇଁ ନିଜ ବାପା, ମାଆଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ । ତେବେ ଦଶମ ପରୀକ୍ଷା ଭୟରେ କୁଆଡେ ଛାତ୍ର ଜଣଙ୍କ ନିଜ ଜୀବନ ହାରିଦେଇଛନ୍ତି । ଖବର ମୁତାବିକ ମୃ-ତ ଛାତ୍ର ଜଣଙ୍କର ନାମ ହେଉଛି ବିନାୟକ ପ୍ରଧାନ । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତଲିଗୁଡା ଗ୍ରାମରେ ତାଙ୍କର ଘର ।

ବିନାୟକ ରାତିରେ ଟ୍ୟୁସନ ସାରିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହପାଠୀ ମାନଙ୍କ ସହ ପାଠ ପଢୁଥିଲେ । ହଷ୍ଟେଲ କର୍ତ୍ତୁପକ୍ଷଙ୍କ କହିବା ମୁତାବିକ ବିନାୟକ ଜଣେ ମେଧାବୀ ଛାତ୍ର ଥିଲେ । ତେବେ ରାତିରେ ଭଲ ପାଠ ପଢୁଥିବା ପିଲାଟି ଯେ ସକାଳଉ ସକାଳଉ ଗାଧୁଆ ଘରକୁ ଯାଇ ଏପରି କିଛି ଚରମ ନିଷ୍ପତ୍ତି ନେଇଯିବ । କେହି କେବେ ମଧ୍ୟ ଏ କଥା ଭାବିନଥିଲେ । ପୁଅର ଏଭଳି ଭାବେ ମୃ-ତ୍ୟୁ ଖବର ଶୁଣି ବିନାୟକଙ୍କ ବାପା, ମାଆ ଛାତି ଫଟାଇ କାନ୍ଦୁଛନ୍ତି ।

ପୁଅର ଏଭଳି ଖବରକୁ ବାପା, ମାଆ ସହଜରେ ସ୍ଵୀକାର କରିପାରୁନାହାନ୍ତି । କାରଣ ନିଜର ଦଶମ ପଢୁଆ ପୁଅଟି ଯେ ପରୀକ୍ଷା ଦିନ ଏଭଳି କିଛି କରି ବସିବ ବାପା, ମାଆ କେବେବି ଭାବି ନଥିଲେ । ସେପଟେ ଘଟଣା ସ୍ତଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବିନାୟକ ଏଭଳି ନିଷ୍ପତ୍ତି କଣ ପାଇଁ ନେଇଥିଲେ ? ନା ଏହା ପଛରେ ଆଉ କିଛି କାରଣ ଲୁଚି ରହିଛି ? ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *