ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ସେମି ଫାଇନାଲରୁ ଇଣ୍ଡିଆର ଶୋଚନୀୟ ବିଦାୟ । ଉଭୟ ବ୍ୟାଟିଂ ଆଉ ବୋଲିଂରେ ଫେଲ ମାରିଲା ଭାରତ । ବିଶାଳ ବିଜୟ ସହିତ ଫାଇନାଲରେ ଟିମ ଇଂଲଣ୍ଡ । ଆଡିଲେଡରେ ଦୁର୍ବଳ ପଦର୍ଶନ ପାଇଁ ଟି20 ବିଶ୍ଵ କପରେ ବିଦାୟ ନେଇଛି ଟିମ ଇଣ୍ଡିଆ ଆଉ ତାହା ବି ସେମି ଫାଇନାଲରେ । ତେବେ କୌଣସି ଦ୍ରୁଷ୍ଟିରୁ ବି ଏତେ ଭଲ ଖେଳି ନଥିଲେ ଭାରତୀୟ ଖେଳାଳି ।
ନାଆ ବୋଲିଂ ନା ବ୍ୟାଟିଂ ନା ଫିଲଡିଙ୍ଗ କୌଣସିରେ ନିଜର ପ୍ରଭାବ ପକାଇ ପାରି ନଥିଲେ ଭାରତର ପ୍ରତିଭାବାନ ଖେଳାଳି ଦଳ । ଆଉ ସେପଟେ ଇଂଲଣ୍ଡ ଚମତ୍କାର ଖେଳ ଖେଳି ଅତି ସହଜରେ ଫାଇନାଲକୁ ପ୍ରବେଶ କରିଛି । କହିବାକୁ ଗଲେ ଇଙ୍ଗ୍ଲିଶ ଟିମ ଆଗରେ ଆତ୍ମ ସମର୍ପଣ କରି ଦେଇଥିଲେ ଭାରତ ଟିମ । ବନ୍ଧୁଗଣ ମ୍ୟାଚ ଆରମ୍ଭରେ ପ୍ରଥମେ ଟସ ଜିତି ଇଂଲଣ୍ଡ ବୋଲିଂ କରିବାର ନିଷ୍ପତ୍ତି ନେଲା ।
ତେବେ ଏହି ମୁକବାଲାରେ ଭାରତୀୟ ଖେଳାଳି ମାନେ ପ୍ରଥମେ ବ୍ୟାଟିଂ କରିଥିଲେ । ଅତି କମ ରନ୍ ରେ କେ.ଏଲ ରାହୁଲ ଆଉ ରୋହିତ ଶର୍ମା ଆଉଟ ହେଇଗଲେ । ଏହା ପରେ ସମସ୍ତଙ୍କ ଆଶା ଥିଲା ସୂର୍ଯ୍ୟ କୁମାର ଯାଦବଙ୍କ ଉପରେ ହେଲେ ସୂର୍ଯ୍ୟଙ୍କ ଦମଦାର ଖେଳକୁ ବୋଧ ହୁଏ ଆଗରୁ ପରଖି ଦେଇଥିଲା ଇଂଲଣ୍ଡ ତେଣୁ ତାଙ୍କ ବେଳେ ଜବରଦସ୍ତ ଫିଲଡିଙ୍ଗ କରି ତାଙ୍କୁ ଆଗେ ଆଉଟ କରିଥିଲା ଇଂଲଣ୍ଡ । ଶେଷରେ ବିରାଟ ଆଉ ପାଣ୍ଡିଆ ମଇଦାନରେ ଲଢି ଥିଲେ ।
ବିରାଟ 50 ରନ୍ ରେ ଆଉଟ ହୋଇଥିଲେ ଆଉ ପାଣ୍ଡିଆ 15 ଓଭର ପରେ ଅନେକ ଛକା ଆଉ ଚଉକା ମାରି ସ୍କୋରକୁ 168 ରନ୍ ଯାଏଁ ନେଇ ପାରିଥିଲେ । ଆଉ ଏହା ପରେ ଆସିଥିଲେ ଇଂଲଣ୍ଡର ଓପନର ବ୍ୟାଟ୍ସ ମ୍ୟାନ ବଟ୍ଳର ଆଉ ହେଲ୍ସ । ଦର୍ଶକ ବନ୍ଧୁ ଏହି ଦୁଇଟି ଖେଳାଳି ଖେଳ ଆରମ୍ଭ ହେବା ପରେ ଛକା ଚଉକା ବର୍ଷଣ କରିଥିଲେ । ଦୁଇଟି ଖେଳାଳିଙ୍କୁ ଆଉଟ କରିବା ପାଇଁ ଇଣ୍ଡିଆ ଯେତେ ଚେଷ୍ଟା କାଲେ ମଧ୍ୟ ଏହା ସମ୍ଭବ ହୋଇ ନଥିଲା ।
ଆଉ ଶେଷରେ 16 ଓଭର ମଧ୍ୟରେ ଉଭୟ ଖେଳାଳି ମ୍ୟାଚକୁ ନିଜ ନାମରେ କରି ଦେଲେ । ତେବେ ଭାରତର ଏଭଳି ଲଜ୍ଜା ଜନକ ପରାଜୟ ପରେ ଖେଳାଳିଙ୍କୁ ପ୍ରବଳ ସମାଲୋଚନା କରାଯାଉଛି । ୱାର୍ଲଡ କପରୁ ଟିମ ଇଣ୍ଡିଆର ବିଦାୟକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଭାରତୀୟ ସମର୍ଥକ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।