ମୁଗ ନେଇଗଲା ଅଙ୍ଗନୱାଡି ଦିଦିଙ୍କ ଜୀବନ, ସ୍ୱାମୀ ଓ ନଣନ୍ଦ ଗୁରୁତର…

ମୁଗ ନେଇଗଲା ଅଙ୍ଗନ ବାଡି ଦିଦିଙ୍କ ଜୀବନ ! ସୂଚନା ମୁତାବକ ଆଉ ନାହାନ୍ତି ସେହି ଅଙ୍ଗନବାଡି ଦିଦି । ଜିଏକି ନାଚ, ଗୀତ ମାଧ୍ୟମରେ ଛୋଟ ଛୋଟ ପିଲାଙ୍କ ସାଥିରେ ହସିଖେଳି ପିଲାଙ୍କୁ ପାଠ ପଢାଉଥିଲେ । ତେବେ ଅଙ୍ଗନବାଡି ଦିଦି ଗଲା ପରେ ଏବେ ତାଙ୍କୁ ସେହି ଛୋଟ ଛୋଟ ପିଲା ମାନେ ଝୁରି ହେଉଛନ୍ତି । ପିଲାଙ୍କୁ ମନ ଖୁସିରେ ପାଠ ପଢାଇ ଘରକୁ ବିଦା କରିବା ବେଳେ କହିଯାଇଥିଲେ କାଲି ଆସିଲେ ପୁଣି ନୂଆ ପାଠ ପଢିବା । ତାପରେ ଅଙ୍ଗନବାଡି ଦିଦି ନିଜେ ହସଖୁସିରେ ନିଜ ଘରକୁ ଫେରିଯାଇଥିଲେ ।

ହେଲେ ଏ ଅଦିନିଆ ବର୍ଷା ସାଙ୍ଗକୁ ବ୍ରଜପାତ ଦିଦିଙ୍କର ଜୀବନ ନେଇଯାଇଛି । ଏଭଳି ଅଭାବନୀୟ ଘଟଣା ଦିଗପହଣ୍ଡି ବାସୁଦେବ ପୁର ଗ୍ରାମରେ ଘଟିଯାଇଛି । ଗତକାଲି ଅପରାହ୍ନ ସମୟରେ ଆକସ୍ମିକ ବ୍ରଜପାତ ଯୋଗୁ ଅଙ୍ଗନବାଡି ଦିଦିଙ୍କର ମୃତ୍ୟୁ ଘଟିଥିଲା । ଏଠି ଘଟଣାରେ ଦିଦିଙ୍କର ସ୍ଵାମୀ ଏବଂ ତାଙ୍କ ନଣନ୍ଦ ମଧ୍ୟ ଗୁରୁତର ହୋଇଛନ୍ତି । ଛୋଟରାୟପୁର କେନ୍ଦ୍ର ଏକ ନମ୍ବର ଅଙ୍ଗନବାଡି କର୍ମୀ ଭାବରେ ସେ କାର୍ଯ୍ୟ କରୁଥିଲେ ।

ସୂଚନା ଅନୁସାରେ ଗତ କାଲି ସନ୍ଧ୍ଯାରେ ଭାଇ, ଭାଉଜ ଓ ଭଉଣୀ ମିଶି ବିଲକୁ ମୁଗ ଉପାଡିବାକୁ ଯାଇଥିଲେ । ସେଠାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହୋଇଥିଲା । ତାପରେ ସେହି ସମୟରେ ଅଚାନକ ଆକାଶରୁ ତାଙ୍କ ମାନଙ୍କ ଉପରେ ଛିଡି ପଡିଥିଲା ବ୍ରଜପାତ । ଘଟଣା ସ୍ତଲରେ ହିଁ ଭାଇ, ଭଉଣୀ ଓ ଭାଉଜ ଅଚେତ ଅବସ୍ଥାରେ ତଳେ ପଡିଯାଇଥିଲେ । ଏ ଖବର ପାଇଲା ପରେ ପରିବାର ଲୋକ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ ।

ସେଠାରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ପହଞ୍ଚିଲା ବେଳକୁ ଅଙ୍ଗନବାଡି ଦିଦିଙ୍କୁ ଡାକ୍ତର ମୃ-ତ ଘୋଷଣା କରିଥିଲେ । ଏ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କରଣ ଅଙ୍ଗନବାଡି ଦିଦି ଅଙ୍ଗନବାଡି କେନ୍ଦ୍ରର ପିଲା ମାନଙ୍କ ଠାରୁ ନେଇ ଗ୍ରାମର ସମସ୍ତଙ୍କର ପ୍ରିୟ ଦିଦି ଥିଲେ । ସମସ୍ତଙ୍କୁ ଦିଦି ସ୍ନେହ, ଶ୍ରଦ୍ଧାରେ ଆପଣାର କରି ରଖୁଥିଲେ । ତେଣୁ ଗ୍ରାମର ସବୁ ଲୋକ ତାଙ୍କୁ ବହୁତ ଭଲ ପାଉଥିଲେ । ହେଲେ ଏହି ବ୍ରଜପାତ  ସମସ୍ତଙ୍କର ପ୍ରିୟ ଅଙ୍ଗନବାଡିଙ୍କର ଜୀବନ ନେଇଯାଇଛି । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *