ସହିପାରିଲେନି ଆଲବମ ଅଭିନେତ୍ରୀ Romanjali… ଶେଷରେ ପାଦରୁ ଚପଲ କାଢି ଗୋଡ଼ାଇଥିଲେ, ଏବେ ଥାନାରେ…

ସହି ପାରିଲେନି ଅଭିନେତ୍ରୀ ପାଦରୁ କାଢିଲେ ଚପଲ ! ଅଭିନେତ୍ରୀ ରୋମାଞ୍ଜାଳୀଙ୍କ ଭଉଣୀଙ୍କୁ ବାରମ୍ବାର ବ୍ଲାକମେଲ କରାଯାଉଥିଲା । ସେ ଯୁଆଡେ ଯାଉଥିଲେ ତାଙ୍କ ପଛରେ ଯାଇ ତାଙ୍କୁ ଗାଳି ଗୁଲଜ ମଧ୍ୟ କରୁଥିଲେ । ତାପରେ ଏହିସବୁ ଘଟଣା ଯେତେବେଳେ ଚରମ ସୀମାରେ ପହଞ୍ଚିଥିଲା । ସେଠାରେ ଏଭଳି କିଛି ଦୃଶ୍ୟ ଉପୁଜିଥିଲା ଯାହା ବହୁ ଭାଇରାଲ ହୋଇଥିଲା । ତେବେ ଦୃଶ୍ୟରେ ପୂର୍ବତନ ସରପଞ୍ଚଙ୍କ ପରିବାର ଅନ୍ୟ ପଟେ ଅଭିନେତ୍ରୀଙ୍କ ପରିବାର ମଧ୍ୟରେ ଟଣାଓଟରା ମାରପିଟ ହୋଇଥିଲେ ।

ତାପରେ ଏହାରି ଭିତରେ ଅଭିନେତ୍ରୀ ରୋମାଞ୍ଜାଳୀ ନିଜ ପାଦରୁ ଚପଲ କାଢି ମାରିବାକୁ ଗୋଡାଇ ଥିଲେ । ତେବେ ଅଭିନେତ୍ରୀ ରୋମାଞ୍ଜଳୀ ନିଜ ସାନ ଭଉଣୀର ଦୁଃଖକୁ ସହି ପାରିନଥିଲେ । ଏପରିକି ଘଟଣାରେ ଅଭିନେତ୍ରୀଙ୍କ ମା’ ଙ୍କୁ ମଧ୍ୟ ଆଟାକ କରାଯାଇ ମାଡ ମରାଯାଇଥିଲା । ତେବେ ଏ ସବୁକୁ ସହି ପାରିନଥିଲେ ଏହି ଓଡିଆ ଅଭିନେତ୍ରୀ ରୋମାଞ୍ଜଳି । ତାପରେ ସଙ୍ଗେ ସଙ୍ଗେ ନିଜ ପାଦରୁ ଚପଲ କାଢି ମାରିବାକୁ ଗୋଡାଇଥିଲେ ଯାହାକି ଭାଇରାଲ ହେଉଥିବା ଦୃଶ୍ୟରେ ସ୍ପଷ୍ଠ ଦେଖାଯାଉଛି ।

ତେବେ ପ୍ରେମ ବ୍ୟାପାରକୁ ନେଇ ଏହିଭଳି ଭାବେ 2 ପରିବାର ମଧ୍ୟରେ ମାଡପିଟ ଲାଗିଥିଲା । ଭୁବନ ଥାନା ଅନ୍ତର୍ଗତ ମୃଦୁଙ୍ଗା ପଂଚାୟତରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା । ସେହି ମୃଦୁଙ୍ଗା ପଂଚାୟତର ପୂର୍ବତନ ସରପଞ୍ଚ ବିଜୟ ଆଏଜ ଓ ସେହି ପଂଚାୟତର ଆଲବମ ଅଭିନେତ୍ରୀ ରୋମାଞ୍ଜଳୀଙ୍କ ପରିବାର ମଧ୍ୟରେ ପ୍ରେମ କଳହକୁ ନେଇ ଝଗଡା ଆରମ୍ଭ ହୋଇଥିଲା । ବେଣ୍ଟଶାଳିଆ ଛକ ନିକଟରେ ଚା’ ଦୋକାନ ସାମ୍ନାରେ ଉଭୟ ପରିବାର ଝଗଡା କରୁ କରୁ ଏପରି ଭାବେ ମାଡ ମରାମରି ଓ ଅଭିନେତ୍ରୀ ଚପଲରେ ମାଡ ମାରିବା ପାଇଁ ଗୋଡାଇବା କଥା ପର୍ଯ୍ୟନ୍ତ ଚାଲିଯାଇଥିଲା ।

ରୋମାଞ୍ଜଳୀଙ୍କ ସାନ ଭଉଣୀ ପୂର୍ବତନ ସରପଞ୍ଚଙ୍କୁ ପ୍ରେମ କରୁଥିଲେ । ହେଲେ ଏହାରି ମଧ୍ୟରେ ଯୁବକ ଜଣଙ୍କ ଯୁବତୀ ଜଣଙ୍କୁ ବ୍ଲାକମେଲ କରୁଥିଲେ । ଏପରିକି ତାଙ୍କୁ ମାଡ ମଧ୍ୟ ମାରୁଥିଲେ । ଯେଉଁ  ସବୁ କଥାକୁ ଆଧାର କରି ଏଭଳି ଘଟଣା ଉଭୟ ପରିବାର ମଧ୍ୟରେ ଘଟିଘଟିଯାଇଥିଲା । ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଥିପାଇଁ ଉଭୟ ପରିବାର ଭୁବନ ଥାନାର ଦ୍ଵାରସ୍ଥ ହୋଇ ଅଭିଯୋଗ ଜଣାଣିଛନ୍ତି । ଖବରର ଅପଡେଟ ପାଇଁ ଆମ  ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *