ଦିନରେ କାମ ନକରି ମଧ୍ୟ ସେ ମଜୁରୀ ପାଇଥାଏ । ସେ କିଏ ? Odia Funny Quiz

ବର୍ତ୍ତମାନର ସମୟରେ ଲୋକମାନେ ଏତେ ଅଧିକ ନିଜର କାମକୁ ନେଇ ବ୍ୟସ୍ତ ରହୁଛନ୍ତି । ଯେ ହସିବା କ’ଣ ସେ ଭୁଲିଗଲେଣି । ତେଣୁ ଆମର କିଛି ମଜାଳିଆ ଢଗଢମାଳୀ ମାଧ୍ୟମରେ ଆପଣଙ୍କୁ ହସାଇବାର ଏକ ପ୍ରୟାସ କରିଛୁ । ଯାହା ଦ୍ଵାରା ଆପଣଙ୍କର ମନୋରଞ୍ଜନ ହେବା ସହ ଅନେକ କିଛି ଜ୍ଞାନ ମଧ୍ୟ ଏଥିରୁ ପାଇପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ତାହା ଆଲୋଚନା କରିବା ।

1- ତୁମେ ମୋ ଭାଇ କିନ୍ତୁ ମୁଁ ତୁମ ଭାଇ ନୁହେଁ, ମୁଁ କିଏ ?

ଉତ୍ତର;- ଭଉଣୀ ।

2- କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର;- ସପୁରୀ ।

3- କେଉଁ ଫୁଲର ରଙ୍ଗ ନାହିଁ କି ବାସ୍ନା ନାହିଁ ?

ଉତ୍ତର;- ଅପ୍ରେଲ ଫୁଲ ।

4- ପାଟିରୁ ଖସିଲେ ମାଆର ଦୋଷ ପେଟରୁ ଖସିଲେ ଛୁଆର ଦୋଷ ଏହାର ଉତ୍ତର କଣ ?

ଉତ୍ତର;- ବିଲେଇ ଓ ମାଙ୍କଡ ।

5- ଭାରତର କେଉଁ ସହରର ନାମରେ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାର ଶବ୍ଦ ଆସିଥାଏ ?

ଉତ୍ତର;- ଅହମଦାବାଦ ।

6- ପୋଷା ମାନେ କିନ୍ତୁ ନୁହେଁ ସେ ପ୍ରାଣୀ, ଶୁଖିଲା ଖାଏ ସେ ପିଏନି ପାଣି, ପେଚା ନୁହେଁ କିନ୍ତୁ ଅନ୍ଧାରେ ଦେଖେ, ଷଜ୍ୟ କରେ ସେ ରଖିଲେ ପାଖେ । ତାହା କଣ ?

ଉତ୍ତର;- ଟର୍ଚ ।

7- ତାହା କଣ ଯାହାକୁ ଭାରତର ଯେ କୌଣସି ସ୍ଥାନକୁ ନେଇଗଲେ ମଧ୍ୟ ତାହାର ମୂଲ୍ୟ ସମାନ ରହେ ?

ଉତ୍ତର;- ଟଙ୍କା ।

8- କଳା କୁକୁଡା ଧଳା କୁକୁଡା ଠାରୁ କେଉଁ ଗୁଣରେ ବେଶୀ ଚାଲାକ ।

ଉତ୍ତର;- କଳା କୁକୁଡା ଧଳା ଅଣ୍ଡା ଦିଏ କିନ୍ତୁ ଧଳା କୁକୁଡା କଳା ଅଣ୍ଡା ଦିଏ ନାହିଁ ।

9- ବାମରୁ ଡାହାଣକୁ ପଢିଲେ ମାଲିକ । ଡାହାଣରୁ ବାମକୁ ପଢିଲେ ଚାକର । ତାହା କେଉଁ ଶବ୍ଦ ?

ଉତ୍ତର;- God ।

10- ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ, ସେ କିଏ ?

ଉତ୍ତର;- ନିଆଁ ।

11- ପଥର ହେଲେ ବି ସେ ପାଣି । ତାହା କଣ ?

ଉତ୍ତର;- ବରଫ ଏବଂ କୁଆପଥର ।

12- ଗୋଟିଏ ଗାଡି ଚାରିଜଣ ପାଇଲଟ । ତାହା କେଉଁ ଗାଡି ?

ଉତ୍ତର;- କୋକେଇ ।

13- କିଏ ସବୁବେଳେ ଉଡୁଥାଏ କିନ୍ତୁ ଜାଗା ଛାଡି କୁଆଡେ ଯାଏନା । ତାହା କଣ ?

ଉତ୍ତର;- ପତାକା ।

14- ଭଙ୍ଗା ହେଲେ ବି ସେ ଗୋଟିଏ । ତାହା କଣ ?

ଉତ୍ତର;- ଖିଲିପାନ ।

15- ଦିନରେ କାମ ନକରି ମଧ୍ୟ ସେ ମଜୁରୀ ପାଏ । ସେ କିଏ ?

ଉତ୍ତର;- ରାତ୍ର ଜଗୁଆଳି ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *