‘ଯେତେବେଳେ ମୁଁ ଅଡିସନ ପାଇଁ ରୁମରେ ପଶିଲି, ଖଟ ପଡିଥିଲା, ରୁମରେ ଏକାଥିଲେ ପ୍ରଡ୍ୟୁସର ଓ ଡିରେକ୍ଟର ଓ ସେମାନେ ମତେ…’ : ଅଭିନେତ୍ରୀ Arpita

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅର୍ପିତା । ଅର୍ପିତାଙ୍କ ଜବରଦସ୍ତ ଡ୍ୟାନ୍ସ ଆଉ ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ନିଜ ସୁନ୍ଦରତା ଏବଂ ନିଜ ଲାଇଫ ଷ୍ଟାଇଲ ପାଇଁ ଅର୍ପିତା ଅଧିକାଂଶ ସମୟ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଅର୍ପିତାଙ୍କର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ସାକ୍ଷାତ୍କାରରେ ଅର୍ପିତା ଏକ ବଡ ଖୁଲାସା କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଅର୍ପିତା ଏହି ସକ୍ଷତ୍କାରରେ କହିଛନ୍ତି-‘ମୁଁ ଅଭିନୟ କରିବା ସହ ଫ୍ୟାସନ ଡିଜାଇନ ବି କରୁଛି ଆଉ ଏହା ସହ ମୋତେ ନିଜର ପ୍ରଡ଼କ୍ସନ ହାଉସ ଖୋଲିବାର ଇଛା ଅଛି । ମତେ ଘରେ କାହାକୁ ବି କନଭେନ୍ସ କରିବାକୁ ପଡିନି ବାପା ମୋତେ କେବଳ ଏତିକି କହିଥିଲେ ତତେ ଯେଉଁଠି ଇଛା ଅଛି ତୁ ସେଇଠି କାମ କର ।

ଆଉ ଏ ଲାଇନ ବହୁତ କଷ୍ଟକର ଏଠି ବହୁତ ପ୍ରତିଯୋଗୀତା ଚାଲିଛି ମୋ ଭଳିଆ ଆହୁରି ବହୁତ ଝିଅ ଅଛନ୍ତି । ହେଲେ ଆମେ କେତେ ଦୂର ଯାଏଁ ଆମେ ଚେଷ୍ଟା କରିବା ସେଇଟା ହେଉଛି ମୁଖ୍ୟ କଥା । ମୋର ଅଭିନୟ କାରିୟରର ଆରମ୍ଭ ବହୁତ ସଂଘର୍ଷ ମୟ ଥିଲା । ମୁଁ ତ ଗୋଟେ ଜାଗାକୁ ଅଡିସନ ଦେବାକୁ ଯାଇନି ବହୁତ ଜାଗାରେ ଅଡିସନ ଦେବାକୁ ଯାଇଛି ।

ମୁଁ ଗୋଟେ ଜାଗାକୁ ଅଡିସନ ଦେବାକୁ ଯାଇଥିଲି ଗୋଟେ ରୁମ୍ ରେ ଗୋଟେ ବେଡ ପଡିଛି ଆଉ ସେଇଠି ଖାଇବା ପିଇବା ସବୁ ପଡିଛି ଆଉ ସେ ପ୍ରଡ୍ୟୁସର ଡିରେକ୍ଟର ଖଟ ଉପରେ ବସିଛନ୍ତି । ତେଣୁ ମୁଁ ଭାବିଲି ଏମିତି ତ କେବେ ଅଡିସନ ହୁଏନି ମୋତେ ଯାହା ଲାଗେ । ତେଣୁ ମୁଁ ସେହି ଅଡିସନ ଦିଏ ନାହିଁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଅର୍ପିତା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *