ଦର୍ଶକ ବନ୍ଧୁ ଏବେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ଗତ କାଲି କାଳୀପୂଜା ପର୍ବ ଅବସରରେ ଭଦ୍ରକ ଜିଲ୍ଲାରେ ଏକ ଯାତ୍ରା ପରିବେଷଣ ହୋଇଥିଲା । ଚରମ୍ପା ଅଞ୍ଚଳରେ ରାଜନନ୍ଦିନୀ ଗ୍ରୁପ ଯାତ୍ରା ପରିବେଷଣ କରୁଛି । ରାଜନନ୍ଦିନୀ ଯାତ୍ରା ପାର୍ଟିର ରାନୀ ନାମକ ଜଣେ ଅଭିନେତ୍ରୀ ନୃତ୍ୟ ପରିବେଷଣ କରିଥିଲେ । କିନ୍ତୁ ସେହି ନୃତ୍ୟକୁ ଅଶ୍ଳୀଳ ବୋଲି କହି ଜଣେ ମହିଳା ଦର୍ଶକ ବିରୋଧ କରିଥିଲେ ।
ଏମିତି କି ମହିଳା ଦର୍ଶକ ଜଣକ ରାନୀଙ୍କ ଉପରେ ଜୋତା ବି ଫିଙ୍ଗି ଥିଲେ । ଏହା ପରେ କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଯାଇଥିଲା । ତେବେ ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଗତ କିଛି ସମୟ ହେବ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନି ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଦର୍ଶକ ବନ୍ଧୁ ରାନୀଙ୍କର କହିବା ମୁତାବକ-‘ମୋ ଡ୍ୟାନ୍ସକୁ ଯେତିକି ବିରୋଧ ହେଇଛି ଆପଣ ମାନେ ନିଜ ଜାଣି ପାରୁଥିବେ । ସେଇଠି 5 ହଜାର ଦର୍ଶକ ଥିଲେ ଯଦି ମୋ ଡ୍ୟାନ୍ସ ଖରାପ ଥାନ୍ତା ତା ହେଲେ 5 ହଜାର ଦର୍ଶକ ଉଠି ଆସିଥାନ୍ତେ କାହିଁକି ସେ ଜଣେ ଲେଡି ଉଠିଲା । ସେ ମୋର ବିରୋଧ ଦଳରେ ହୋଇପାରନ୍ତି ସେ ଏମିତି କଣ ପାଇଁ କଲେ ମୁଁ ଜାଣି ପାରୁନି ମୁଁ ଭାବୁଛି ଏଇଟା ଗୋଟେ ଷଡଯନ୍ତ୍ର ।
ମୁଁ ଏତିକି କହିବି ମୋ ଦର୍ଶକ ହେଉଛନ୍ତି ମୋ ପାଇଁ ଭଗବାନ ମୁଁ ସବୁବେଳେ ଦର୍ଶକଙ୍କୁ ବେଷ୍ଟ ଦେଇଛି ଆଉ ଦେବି । ମୁଁ ସବୁବେଳେ ମୋ ସୀମା ରେଖା ଭିତରେ ଡ୍ୟାନ୍ସ କରିଛି । ଆପଣ ମାନେ ରାସ୍ତାରେ ଯାଉଥିବା ଝିଅ ମାନଙ୍କୁ ଦେଖୁଥିବେ ମୁଁ ବି ଭଦ୍ରକର ଝିଅ । ତାଙ୍କ ଡ୍ରେସ ସହ ମୋ ଡ୍ରେସକୁ ପ୍ରାର୍ଥକ୍ୟ କରନ୍ତୁ । ମୁଁ ତ ଡ୍ରେସ ପିନ୍ଧି ଥିଲି ମୁଁ ତ କିଛି ଲୁଚେଇକି କରିନି । ଅନ୍ୟ ଝିଅଙ୍କ ଡ୍ରେସ ଆଉ ମୋ ଡ୍ରେସକୁ ପ୍ରାର୍ଥକ୍ୟ କରନ୍ତୁ ମୋ ଡ୍ରେସ କିଛି ବି ଖରାପ ନଥିଲା ।
ମୋ ଡ୍ୟାନ୍ସ ବି ଖରାପ ନଥିଲା ସେ କାହିଁକି ଏମିତି କଲେ କଣ ପାଇଁ କଲେ ଏଇଟା ମୋ ମତରେ ହେଉଛି ଭୁଲ କଲେ । ଗୋଟେ ନାରୀ ହେଇକି ଅନ୍ୟ ନାରୀକୁ ଅସମ୍ମାନ କରିବା ଭୁଲ ଅଟେ । ମୁଁ ଆଇଟମ ଗାର୍ଲ ଭଜନ କରିବାକୁ ଆସିନି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।