ଧରା ପଡିଲା ପାକିସ୍ଥାନ ର ଭୟଙ୍କର ଷଡଯନ୍ତ୍ର ! Pak ରୁ ଆସିଥିବା ଆତଙ୍କବାଦୀ ଧରା ପଡିବା ପରେ ବଖାଣିଲେ ସବୁ କିଛି, ଦେଖନ୍ତୁ ସେ କଣ କହିଲେ…

ମୋତେ ପଠେଇ ଥିଲା ପାକିସ୍ତାନ ସେନା ନିଜର ସୁସାଇଡ ମିସନ ସମ୍ପର୍କରେ କ୍ୟାମେରା ଆଗରେ ବଖାଣି ଛନ୍ତି ଆତଙ୍କବାଦୀ । ସେ କହିଛି ମୋତେ 30 ହଜାର ପାକିସ୍ତାନୀ ମୁଦ୍ରା ଦେଇ ଭାରତୀୟ ସେନାକୁ ଟାର୍ଗେଟ କରିବାକୁ ପଠାଇ ଥିଲେ ପାକିସ୍ତାନର ଚୌଧୁରୀ ୟୁନୁସ । ପାକ ଅଧିଖୃତ କାଶ୍ମୀରରୁ ଆସିଥିବା ଆତଙ୍କବାଦୀ ତବ୍ରକ ହୋସେନଙ୍କୁ ଗତ 21 ତାରିଖରେ ଅନୁପ୍ରବେଶ ଉଦ୍ୟମ ବେଳେ  ଏଲଓସି ନିକଟରେ ଧରିଥିଲା ଭାରତୀୟ ସେନା ।

ତାକୁ ଗୁରୁତ୍ଵର ଅବସ୍ଥାରେ ଧରି ଏବେ ଭାରତୀୟ ସେନା ପକ୍ଷରୁ ତାର ଚିକିତ୍ସା କରାଯାଉଛି । ତବ୍ରକ ହୋସେନଙ୍କ ଘର ପିଓକେ ଅଧିନସ୍ଥ ସବସକୋଟ ହୋଇଥିବା ବେଳେ ସେ ପୂର୍ବରୁ ମଧ୍ୟରେ 2016ରେ ଏଲଓସି ଡେଇଁ ଭାରତ ଆସିଥିବା କହିଛି । ତାକୁ ଚିକିତ୍ସା କରୁଥିବା ସେନା ଡାକ୍ତର ବ୍ରିଗେଡିଅର ରାଜୀବ ନାୟର କହିଛନ୍ତି ଯେ, ତବ୍ରକର ଜଙ୍ଘ ଓ କାନ୍ଧରେ ଦୁଇଟି ଗୁଳି ଲାଗି ଥିବାରୁ ତାର ଶରୀରରୁ ପ୍ରଚୁର ରକ୍ତ ବାହାରି ଥିଲା ।

ତାକୁ ବଞ୍ଚେଇବା ପାଇଁ ସର୍ଜରୀ କରାଯିବା ସହିତ ତିନି ବୋତଲ ବିରଳ O ନେଗେଟିଭ ଗ୍ରୁପର ରକ୍ତ ମଧ୍ୟ ଦିଆ ଯାଇଛି । ଏବେ ସେ ସେନା ହସ୍ପିଟାଲ ଆଇସିୟୁରେ ଅଛି ଆଉ ତାର ସ୍ୱାସ୍ଥ୍ୟ ଅବସ୍ଥା ସ୍ତିର ରହିଛି । ତେବେ ସେ ଯେଉଁ ଭାରତୀୟ ସେନାଙ୍କ ରକ୍ତ ଭୁଆଇବାକୁ ଆସିଥିଲା ସେହି ଭାରତୀୟ ସେନା ତାକୁ ରକ୍ତ ଦେଇ ତାର ଜୀବନ ବଞ୍ଚାଇ ଛନ୍ତି ବୋଲି କହିଛନ୍ତି ବ୍ରିଗେଡିଅର ନାୟର ।

ଅନ୍ୟ ପକ୍ଷରେ ଗତ 48 ଘଣ୍ଟା ଭିତରେ ଦୁଇ ଦୁଇଟି ବଡ ଅନୁପ୍ରବେଶ ରୋକା ଯାଇପାରିଥିବା ସେନା ପକ୍ଷରୁ କୁହାଯାଇଛି । ଏଥିରେ ଦୁଇଜଣ ଅନୁପ୍ରବେଶକାରୀ ପ୍ରାଣ ହରାଇ ଛନ୍ତି ବନ୍ଧୁକ, ଗୁଳି ଓ ପାକିସ୍ତାନୀ ମୁଦ୍ରା ଆଦି ଜବତ କରାଯାଇଛି । ଧରା ପଡିଥିବା ଆତଙ୍କବାଦୀ ତବ୍ରକ 2016 ମସିହାରେ ଅନୁପ୍ରବେଶ କରିବା ହେତୁ ଧରା ପଡିଥିଲା ଏବଂ 2017ରେ ମାନବିକତା ଦେଖାଇ ତାକୁ ଭାରତ ପାକିସ୍ତାନକୁ ପଠାଇ ଥିଲା ବୋଲି ସେନା ତରଫରୁ କୁହା ଯାଇଛି ।

ତବ୍ରକର ଏବେ ଚିକିତ୍ସା ଚାଲିଛି ଆଉ ସେଠାରେ ତାକୁ ଗଣମାଧ୍ୟମ ପ୍ରତିନିଧି ଅନେକ ପ୍ରଶ୍ନ ପଚାରୁ ଛନ୍ତି ଆଉ ସେ ସବୁ ସତ ସତ କହୁଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *