ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ମୋ ସ୍ତ୍ରୀ ମୋତେ ଛାଡି ଚାଲିଗଲା ଏବେ ମୁଁ କେମିତି ରହିବି ।
ମୋତେ ସେ ଖାଇବାକୁ ଦେଲା ପାଣି ପିଇବାକୁ ଦେଲା ହେଲେ ଘରକୁ ଫେରି ଦେଖିଲା ବେଳକୁ ସେ ଆଉ ନାହିଁ । ତେବେ ଭାଇରାଲ ହେଉଥିବା ଭିଡିଓରେ ଏମିତି କିଛି କହି କାନ୍ଦୁଛନ୍ତି ସ୍ଵାମୀ ଜଣକ ସେ କୋହ ସମ୍ଭାଳି ପାରୁ ନାହାନ୍ତି । ତେବେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି ।
ମୃତ ମହିଳା ଜଣକ ହେଲେ ପ୍ରଜ୍ଞା ପାରମିତା ଧଳ । ମଞ୍ଚେଶ୍ଵର ଥାନା ଅଧୀନ ଭାଗବତ ସନ୍ଧାନ ଲେନ ୫ରେ ଥିବା ଏକ ଭଡା ଘରେ ପ୍ରଜ୍ଞାଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି । ପ୍ରଜ୍ଞା ଓ ତାଙ୍କ ସ୍ଵାମୀ ସତ୍ୟ ନାରାୟଣ ଧଳ ଦୀର୍ଘ ଦିନ ଧରି ଏଠାରେ ରହି ଆସୁଥିଲେ । ଗତ କାଲି ପ୍ରଜ୍ଞାଙ୍କ ପରିବାର ତାଙ୍କ ପଡୋଶୀଙ୍କ ଘରେ ଭୋଜି କରି ରାତି ଅଧରେ ପଡୋଶୀଙ୍କ ଘରେ ଶୋଇଥିଲେ ।
ହେଲେ ସକାଳେ ହଠାତ ପ୍ରଜ୍ଞା ଉଠି ତାଙ୍କ ଘରକୁ ଏକୁଟିଆ ଫେରି ଯାଇଥିଲେ । ପ୍ରଜ୍ଞା ଘରକୁ ଯାଇଥିବା ଜାଣି ସ୍ଵାମୀ ଘରକୁ ଯାଇଥିଲେ । ଦୀର୍ଘ ସମୟ ଧରି ପ୍ରଜ୍ଞା କବାଟ ନ ଖୋଲିବା ହେତୁ ତାଙ୍କ ସ୍ଵାମୀ ପାଖ ପଡିସାଙ୍କ ସହାୟତାରେ କବାଟ ଖୋଲି ଭିତରକୁ ଯାଇ ସ୍ତ୍ରୀଙ୍କ ମୃତ ଦେହ ଦେଖିଥିଲେ । ପରକ୍ରିୟା ପ୍ରୀତି ଯୋଗୁଁ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରିଛି ।
ତେବେ କେମିତି ଆଉ କେଭଳି ପ୍ରଜ୍ଞାଙ୍କ ମୃତ୍ୟୁ ହେଲା ଆଉ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ କରୁଛି । ତେବେ ଯେଉଁ ପଡୋଶୀଙ୍କ ଘରେ ପ୍ରଜ୍ଞା ରାତି ବିତାଇ ଥିଲେ ସେହି ପଡୋଶୀଙ୍କ ଘରେ ପ୍ରଜ୍ଞାଙ୍କ ସହ କିଛି ହୋଇଥିଲା କି ଯେଉଁଥି ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଗଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।