ବନ୍ଧୁଗଣ ଗତ କିଛି ସମୟ ହେବ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ଦୈତାରୀ ପଣ୍ଡା ଠକେଇ ଅଭିଯୋଗରେ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ପାର୍ବତୀ ଗଣନାଟ୍ୟ ଦୈତାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଛି । ଦୈତାରୀ ଗୋଟେ ଯାତ୍ରା ପାର୍ଟି ଠାରୁ 25 ଲକ୍ଷ ଟଙ୍କା ଦେଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ପାର୍ବତୀ ଗଣନାଟ୍ୟ । ତେବେ ବନ୍ଧୁଗଣ ଦୈତାରୀ ମଧ୍ୟ ଏ ସବୁ କଥା ମିଛ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।
ଦୈତାରୀଙ୍କ କହିବା ମୁତବକ ସେ ଯେତିକି ଦିନ କାମ କରିଲେ ସେତିକି ଟଙ୍କା ନେଲେ । ଏବେ ଏହି ମାମଲାକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଏବେ ଯାତ୍ରା କଳାକାର ଲତା ମଣ୍ଡଲ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ଲତା ମଣ୍ଡଲଙ୍କ କହିବା ମୁତାବକ-‘ସଚେତନ ହୁଅନ୍ତି ସବୁ କଳାକାର ଆଜି ମାଲିକ ମାନେ ଆମକୁ ଭଲରେ ରଖିବା ପରେ ସୋସିଆଲ ମିଡିଆରେ କାଲି ଯଦି କିଏ କଳାକାର ବାହାରୁଛି ତାକୁ ବି ଲୋକ ଚିହ୍ନି ଯାଉଛନ୍ତି । ତେଣୁ ଆମେ ନାଁ କମେଇବା ପାଇଁ କେତେ କଷ୍ଟ କରୁଥିଲୁ କେହି ଆମକୁ ଜାଣୁ ନଥିଲେ ଚିନହୁ ନଥିଲେ । ସୋସିଆଲ ମିଡିଆ ଦ୍ଵାରା ଆଜି ଆମେ ଲୋକ ଲୋଚନକୁ ଆସୁଛୁ କେତେ ଆଦର ଭଲ ପାଇବା ଲୋକ ଦେଉଛନ୍ତି ।
ସେ ଭଲ ପାଇବାକୁ ତିକ୍ତତା କରିବା ଉଚିତ ନୁହେଁ । ମୁଁ ଭାବୁଛି ମୋତେ ବାବୁ ଆଣିଲେ ବୋଲି ସେ ସେଇଥି ପାଇଁ ପଳେଇଲେ । ମୁଁ କ୍ରୋଧ କାହା ଉପରେ କରୁନି ଆଉ କାହା ଉପରେ ବଦଲା ନେବା ଅପେକ୍ଷା ନିଜେ ବଦଳି ଯାଇଛି । ଆଉ ମୁଁ ଯେତେବେଳେ ବାବୁଙ୍କ ସହ କଥା ହେଲି ହର ସାରଙ୍କ ସହ କଥା ହେଲି ସେ କାରଣ ଥାଇ ପରେ ହେଲେ ମୁଁ କିଛି ବୁଝି ପାରୁନି । କଣ ପାଇଁ ସେ ଏମିତି କରିଲେ ସେ ଲୁଚଉ ଛନ୍ତି ଆମ ମା ପୁଅକୁ ଲୁଚେଇଲେ କଣ ହେବ ।
ଦୁନିଆ ଯାଇଛି ନା ଯିଏ ଯେମିତି କରିବ ସେ ସେମିତି ପାଇବ । ସେ କିଛି ଜାଣି ନାହାନ୍ତି ଇଶ୍ଵରକୁ ମାନୁ ନାହାନ୍ତି ତେଣୁ ସେ ମିଛ କହିବେ ଚୋର କେବେ ଚୋରି କରିଛି ବୋଲି କହିବ । ଆଉ ଏମାନେ ବି ତାକୁ ଛାଡିବେ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।