କହିବାକୁ ଗଲେ ଆଜିକାଲି ସମସ୍ତେ ନିଜ ଜୀବନରେ ବହୁତ ବ୍ୟସ୍ତ ରହୁଛନ୍ତି । ପ୍ରାୟତଃ ସମସ୍ତେ ଟଙ୍କା ରୋଜଗାର କରିବା ପାଇଁ ବ୍ୟସ୍ତ ରହୁଛନ୍ତି । କହିବାକୁ ଗଲେ ଆମେ ସମସ୍ତେ ଏକ ଭଲ ଜୀବନଶୈଳୀ ପାଇଁ ଟଙ୍କା ରୋଜଗାର କରିଥାଉ । କିନ୍ତୁ ଏହା ମଧ୍ୟରେ ନିଜ ଶରୀରକୁ ଅଣଦେଖା କରନ୍ତୁ ନାହିଁ । ପ୍ରାୟତଃ ମହିଳାମାନଙ୍କ କ୍ଷେତ୍ରରେ ଦେଖା ଯାଇଛି କି ସେମାନେ ସକାଳୁ ଉଠିବା ଘରର ସମସ୍ତଙ୍କୁ ସକାଳର ଖାଇବା ଦେବା ପରେ ନିଜେ ଖାଇ ଥାନ୍ତି ଓ ଏହି ଖାଇବା ସମୟ ଦିନ ୧୨ ଟା ହୋଇଯାଏ ।
ଏମିତିରେ ସେମାନେ ନାନା ପ୍ରକାରର ରୋଗର ଶିକାର ହୋଇଥାନ୍ତି । ଏହା ସହିତ ସେମାନେ କୁହନ୍ତି କି ଆମେ ଅଧିକ ଖାଦ୍ୟ ସେବନ କରୁ ନାହୁଁ ତଥାପି ଆମେ ମୋଟା ହୋଇ ଯାଉଛୁ । ଏହିଭଳି ବହୁତ ସମସ୍ୟା ହୋଇଥାଏ । କହିବାକୁ ଗଲେ ମହିଳାମାନଙ୍କର ୩୦ ବର୍ଷ ବୟସ ପର୍ଯ୍ୟନ୍ତ ସବୁକିଛି ଠିକ ଚାଲିଥାଏ ।
ଆପଣ ଶରୀର ପ୍ରତି ଧ୍ୟାନ ନ ଦେଲେ ବି ଆପଣଙ୍କ ଶରୀରର କିଛି ବି ହୋଇ ନ ଥାଏ । କିନ୍ତୁ ଯେତେବେଳେ ଜଣେ ମହିଳା ୩୫ ବର୍ଷ ଓ ପୁରୁଷ ୪୦ ବର୍ଷ ପାର ହେଉଛି ତେବେ ସବୁ ରୋଗ ସେହି ସମୟରେ ଆପଣଙ୍କ ଶରୀରକୁ ଆକ୍ରମଣ କରିବ । ପୂର୍ବରୁ ସେହି ଖାଦ୍ୟ ହଜମ ହେଇ ଯାଉଥିବ କିନ୍ତୁ ୪୦ ବର୍ଷ ବୟସ ପରେ ସେହି ଖାଦ୍ୟ ହଜମ ହବ ନାହିଁ । କିନ୍ତୁ ଏହା ଭୁଲ ।
୪୦ ବର୍ଷ ପୂର୍ବେ ବି ଆପଣଙ୍କ ଶରୀରର ଏହାକୁ ନେଇ ଚେତାବନୀ ଦେଉଥିଲା କିନ୍ତୁ ଆପଣ ସେହି ସମୟରେ ଶୁଣୁ ନ ଥିଲେ । ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ସବୁଦିନ ନିଜ ଖାଦ୍ୟରେ ଏହି ସବୁ ଜିନିଷ ମିଶାନ୍ତୁ । ଯେମିତି କି ଦହି କିମ୍ବା ଦହି ପାଣି ପିଅନ୍ତୁ । ଶାଗ, ସାଲାଡ ଇତ୍ୟାଦି ସେବନ କରି ପାରିବେ । ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଆପଣ ରାତିରେ ସାଲାଡ ଖାଇ ପାରିବେ । ଫଳକୁ ସବୁବେଳେ କାଟି ସେବନ କରିବେ କିନ୍ତୁ ଫଳ ଜୁସ ଠାରୁ ଦୂରେଇ ରୁହନ୍ତୁ ।
କହିଦେଉଛୁ କି ସବୁବେଳେ ସବୁ ଖାଦ୍ୟକୁ ଦାନ୍ତ ଦ୍ଵାରା ଚୋବାଇ ଖାଇବାକୁ ଚେଷ୍ଟା କରନ୍ତୁ । ଖାଦ୍ୟ ଖାଇବା ସମୟରେ ସବୁବେଳେ ଧ୍ୟାନ ଖାଦ୍ୟ ଉପରେ ରହିଥିବା ଦରକାର । ଟିଭି ଓ ମୋବାଇଲ ଦେଖି ଖାଇବେ ଉଚିତ ନୁହେଁ । ଯଦି ଆପଣଙ୍କ ମନ ଖାଦ୍ୟରେ ନାହିଁ ତେବେ ଆପଣଙ୍କ ଖାଦ୍ୟ ହଜମରେ ବି ମନ ରହିବ ନାହିଁ । ଯଦି ଆପଣ ନିଜର ଜୀବନଶୈଳୀ ଉପରେ ଓ ଛୋଟ ଛୋଟ କଥା ଉପରେ ଧ୍ୟାନ ରଖିବେ ତେବେ ଆପଣଙ୍କୁ ଓଜନ କମ କରିବା ପାଇଁ ବିଶେଷ କିଛି କରିବାକୁ ପଡିବ ନାହିଁ ।
ଏହା ସହିତ ସବୁଦିନ ଏକ୍ସରସାଇଜ କରନ୍ତୁ । ସକାଳେ ୧୫ ମିନିଟ ଓ ରାତିରେ ୧୫ ମିନିଟ ସବୁଦିନ ଏକ୍ସରସାଇଜ କରନ୍ତୁ । ଏହି ସବୁ କଥାକୁ ମାନି ଚାଳିବେ ତେବେ ଆପଣ ସବୁଦିନ ପାଇଁ ଫିଟ ରହିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।