‘ମୋ ମା ମତେ ମନ ଭରି ଗେଲ କଲା, କହିଲା ତୁ ଆମ ସହ ଯାଆନି, ଆମେ ଯାଉଛୁ ତୁ ମାଉସୀ ସହ…’ କାନ୍ଦି କାନ୍ଦି ମା’ଙ୍କ ବିଷୟରେ କିଛି ଏମିତି କହିଲା ସାନ ଝିଅ, ଦେଖନ୍ତୁ Video

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅଧୀନ ରଥ ପଡିଆର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ସ୍ଥିତିକା ଚକ୍ରବର୍ତ୍ତୀ ଓ ତାଙ୍କ ଝିଅ ସୋମାଲି ଚକ୍ରବତ୍ତୀ ଗତ ବୁଧବାର ଦିନ କେନ୍ଦ୍ରାପଡାରୁ ଶୁଦ୍ଧିକ୍ରିୟା ଶେଷ କରି ଘରକୁ ଫେରୁଥିଲେ । ମାଆ-ଝିଅ ଫେରିବା ସମୟରେ ଅମର ନାମକ ଜଣେ ଯୁବକ ନିଜ ଟ୍ରକରେ ଯାଉଥିଲେ ଆଉ ସେମାନଙ୍କୁ ସାଇଡ ମାରିଥିଲେ । ଆଉ ତା ପରେ ରାସ୍ତା ଉପରେ ମାଆ-ଝିଅ ସେହି ଟ୍ରକକୁ ଅଟକାଇ ପାଟି ତୁଣ୍ଡ କରିଥିଲେ ।

ଏମିତିକି ଝିଅ ଜଣକ କାଳେ କହିଥିଲେ ଚପଲରେ ପିଟିବି । ଯେଉଁଥି ପାଇଁ ଅମରଙ୍କ ରାଗ ଚରମ ସୀମାରେ ପହଞ୍ଚି ଯାଇଥିଲା ଆଉ ସେ ରାଗରେ ମାଆ-ଝିଅଙ୍କ ଉପରେ ଗାଡି ଚଢାଇ ତାଙ୍କର ହତ୍ୟା କରିଦେଲେ । ଆଉ ଗିରଫ ଚାଳକ ଜଣକ ହେଉଛନ୍ତି ସେହି ଥାନାର ଶମ୍ପାଲୁ ପଞ୍ଚାୟତ ଟୋଟାକଣ ଗ୍ରାମର ଅମର ସ୍ଵାଇଁ । ଗତ କାଲି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସୋନାଲିଙ୍କ ସାନ ଭଉଣୀ କାନ୍ଦି କାନ୍ଦି ନିଜ ଦୁଃଖ ପ୍ରକାଶ କରିଛନ୍ତି ।ସୋନାଲିଙ୍କ ଭଉଣୀ କହିଛନ୍ତି-‘ମାଆ ମରିଯିବ ବୋଲି ଜାଣିଥିଲା ଆଉ ସେଥିପାଇଁ ତ ସେ ମୋତେ ମନ ଭରି ଗେଲ କରିଥିଲା । ଆଉ କହିଲା ତୁ ଆମ ସହ ଯାନି ଆମେ ଯାଉଛି ତୁ ପଛରେ ମାଉସୀ ସହ ଯିବୁ । ଏମିତି କହି ମୋ ମାଆ ମୋ ଠାରୁ ବିଦାୟ ନେଇଥିଲା ।

ମୋ ମାଆ ବୋଧେ ଜାଣିଥିଲା ସେ ମରିଯିବ ବୋଲି ମୋ ମାଆ ମୋତେ ଖୁବ ଭଲ ପାଏ ତ ସେଥିପାଇଁ ମୋତେ ସେ ସାଙ୍ଗରେ ନେବା ପାଇଁ ଚାହୁଁ ନଥିଲା । ମୋ ମାଆ ବୋଧେ କିଛି ଆଭାସ ପାଇ ସାରିଥିଲା । ମୋତେ ମନ ଭରି ଗେଲ କରିଲା ମୁଁ ଜିଦି ଧରିଥିଲି ମାଆ ସହ ଘରକୁ ପଳେଇବା ପାଇଁ ହେଲେ ମାଆ ମୋତେ ଜୋର ଜବରଦସ୍ତ ଗାଡିରୁ ଓଲହାଇ ଦେଇଥିଲା । ତା ପରେ ଦିଦି ଆଉ ମାଆ ଘରକୁ ଯାଇଥିଲେ । ଆଉ ସେବେଠାରୁ ମୋତେ କାହିଁକି ଭାରି ବ୍ୟସ୍ତ ବ୍ୟସ୍ତ ଲାଗୁଥିଲା ।

ଦିଦି କାହିଁକି ଫୋନ ଉଠାଉନି ମାଆ-ଦିଦି ଘରେ ପହଞ୍ଚିଲେ ନା ନାହିଁ ଏମିତି ଅନେକ ପ୍ରଶ୍ନରେ ମୁଁ ଗୋଳେଇ ଘାଣ୍ଟି ହେଉଥିଲି । ଆଉ ତା ପରେ ଖବର ପାଇଲି ଦିଦି ଆଉ ମାଆ ଏ ଦୁନିଆରେ ନାହାନ୍ତି’ । ଏମିତି କିଛି କହି ଭୋ ଭୋ ହୋଇ କାନ୍ଦୁଛି ସୋନାଲିର ସାନ ଭଉଣୀ । ଆଉ ଏ କାନ୍ଦକୁ ଯିଏ ଶୁଣୁଛି ତାର ଛାତି ଫାଟି ଯାଉଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *