‘ମୋ ସ୍ତ୍ରୀ ମୋ ଜୀବନ, ସେ ମୋର ଲକ୍ଷ୍ମୀ, ମୁଁ ଆଜି ଯାହା ବି ହେଇଛି ସବୁ କିଛି ପଛରେ ସେ ଅଛି, ସେ ଯଦି ନଥାନ୍ତା ତାହେଲେ…’ ଅଭିନେତା Harihara Mahapatra 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ହାସ୍ୟ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କମେଡିଆନ ମାନେ ସବୁବେଳେ ଦର୍ଶକଙ୍କୁ ହସାଇ ଥାନ୍ତି ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ନିଜ କମେଡି ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ କମେଡିଆନ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ଦର୍ଶକ ବନ୍ଧୁ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ହରି । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ହରିଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ହରି ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ହରିଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ହରି ଏହି ସାକ୍ଷାତ୍କାରରେ କହିଛନ୍ତି-‘ମୁଁ କିଛି ପିଲା ମାନଙ୍କୁ ଅଭିନୟ ଶିଖାଉଛି କଥାରେ ଅଛି ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢେ । ଆଉ ମୁଁ ଜାଣିନି ଏମାନଙ୍କୁ ଖୁସି ଲାଗୁଛି ନା ନାହିଁ କିନ୍ତୁ ମୋତେ ବହୁତ ଖୁସି ଲାଗୁଛି ।

ଓଡିଶାର ପ୍ରଥମ କମେଡି ସିଡି ଫିଲ୍ମର ନାୟକ ମୁଁ ଆଉ ତିଆରି ବି କରିଥିଲି ମୁଁ । ମୋତେ ଖୁସି ଲାଗେ ତମେ ମାନେ ମନ ପକେଇଲେ । ଅଭିନୟ କରିବାକୁ ହେଲେ ଲାଜର ଗହଣା ବାହାର କରିବାକୁ ପଡିବ ମୋର କେବେ ବି ହେଇନି । ମୁଁ ସବୁବେଳେ ଚାହେଁ ଲୋକଙ୍କୁ ହସେଇବା ପାଇଁ ଆଉ ଆଶା ଅଛି ମୁଁ ସଫଳ ହେବି ।

ମୋ ସ୍ତ୍ରୀ ମୋତେ ବହୁତ ଭଲ ପାଏ ଆଉ ମୋର ସଫଳତା ପଛରେ ତାର ବହୁତ ବଡ ଯୋଗଦାନ ରହିଛି । ମୋର ଫାଣ୍ଟ ସାର୍ଟ ବି ସିଏ କିଣନ୍ତି । ମୁଁ ଯାହା ବି ଟଙ୍କା ଅର୍ଜନ କରେ ମୋ ସ୍ତ୍ରୀକୁ ଦେଇ ଦିଏ । ମୋ ସ୍ତ୍ରୀ ମୋର ଜୀବନ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ କମେଡିଆନ ହରି କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *