ମୋ ଶାଶୁ ଖରାପ ନୁହଁନ୍ତି…ଶାଶୁଙ୍କ ପାଇଁ ମୁଁ 2 କିଲୋ ଲଡୁ ଆଣିଛି…ଦେଖନ୍ତୁ Video 

ବନ୍ଧୁଗଣ ଆଜିକୁ 30 ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି ଆଉ  ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ଗତ କାଲି ଦୀପିକା ଦିନେଶଙ୍କ ଘର ବାରଣ୍ଡାରେ ଗଣେଶ ପୂଜା କରିଥିଲେ । ଏହି ଗଣେଶ ପୂଜାରେ ସେ ନିଜ ପରିବାରର ମଙ୍ଗଳ କାମନା କରିଥିଲେ । ଆଉ ଏହାରି ମଧ୍ୟରେ ଦୀପିକାଙ୍କର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓରେ ଦୀପିକା କହିଛନ୍ତି-‘ସେ ସିନା ମୋ ଉପରେ ରାଗି ଛନ୍ତି ହେଲେ ମୁଁ ତାଙ୍କ ଉପରେ ରାଗିନି ମୁଁ ପୂଜା କଲି ଶାଶୁ ଶଶୁରଙ୍କ ଶୁଭ କାମନା କଲି । ମୁଁ ଜାଣିଛି ଯଦି ମୁଁ ଠିକ ଥିବି ତା ହେଲେ ଭଗବାନ କେବେ ମୋ ସହ ଖରାପ କରିବେନି । ଆଜି ସବୁ ମୋ ଉପରେ ରାଗିଛନ୍ତି ହେଲେ ଦିନେ ନା ଦିନେ ସେ ବୁଝିବେ ମୋତେ । ମୁଁ ମୋ ମନରେ ରାଗ ଅଭିମାନ କିଛି ବି ରଖିନି ସେଥିପାଇଁ ମୁଁ ଲଡୁ ନେଇ ଆସିଛି ଆମ ପାଇଁ ଖୁସିର ଦିନ ।

ରାଗ ଅଭିମାନ ତ ଅଛି ହେଲେ ମାନବିକତା ସବୁଠାରୁ ବଡ । ପ୍ରଭୁ ସବୁ ଦେଖୁଛନ୍ତି ଆଉ ମୋ କଷ୍ଟ ସେ ନିଶ୍ଚୟ ଦୂର କରିବେ । ମୁଁ ଖୁସିରେ ମିଠା ଆଣିଛି ଆଜି ମୋ ଶାଶୁ ମୋ ଉପରେ ରାଗି ନାହାନ୍ତି । ଆଗ ଭଳି କିଛି ପାଟି କରି ନାହାନ୍ତି କି ଜିନିଷ ପତ୍ର ଫୋପାଡି ନାହାନ୍ତି । ମୁଁ ବହୁତ ଶାନ୍ତିରେ ଠାକୁରଙ୍କ ସେବା କରିଛି’ । ଦୀପିକା ନିଜ ପ୍ରତିକ୍ରିୟାରେ କହିଛନ୍ତି ଏମିତି ଦିନ ଆଉ କାହାର ନ ଆସୁ ଯାହା ଆଜି ମୋ ସହ ଘଟିଛି ।

ଗୋଟେ ଝିଅ ପାଇଁ ଏହା କେତେ କଷ୍ଟ ମୋ ଛଡା ଆଉ କିଏ ବା ଜାଣିଥିବ । ବନ୍ଧୁଗଣ ଏହାରି ମଧ୍ୟରେ କୁହା ଯାଉଛି ଦିନେଶଙ୍କ ମାଆଙ୍କ ମନ ପରିବର୍ତ୍ତନ ହେଉଛି ଆଉ ସତରେ ଯଦି ଦିନେଶଙ୍କ ମାଆଙ୍କ ମନ ପରିବର୍ତ୍ତନ ହେଇଯିବ ତା ହେଲେ ଦିନେଶଙ୍କ ମନ ପରିବର୍ତ୍ତନ ହେବା ଅଧିକ ସମୟ ନୁହେଁ ।

ଥରେ ଯଦି ଦିନେଶଙ୍କ ମନ ପରିବର୍ତ୍ତନ ହୁଏ ତା ହେଲେ କେହି ବି ଦିନେଶ ଆଉ ଦୀପିକାଙ୍କୁ ଅଟକାଇ ପାରିବେ ନାହିଁ । ସେମାନେ ପୁଣି ଆଗ ଭଳି ବୁଲିବେ ଆଉ ଆଗରୁ ଯେମିତି ସ୍ଵାମୀ-ସ୍ତ୍ରୀଙ୍କ ଭଳି ସମ୍ପର୍କ ରଖୁଥିଲେ ତାହା ନିଶ୍ଚୟ ରଖିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *