ମୋତେ ଅବଢା ଖାଇବା ମନା, ମହାପ୍ରସାଦକୁ ଛୁଇଁବା ମୋ ପାଇଁ ପାପ । ମୋତେ ପୂଜା କରିବା ମନା ଶ୍ରୀମନ୍ଦିର ଯିବା ମୋ ପାଇଁ ବାରଣ । କାରଣ ମୋ ଶାଶୁ ଘର ଖ୍ରୀଷ୍ଟିୟାନ ଆଉ ମୁଁ ହେଉଛି ଖୁଦ ବ୍ରାହ୍ମଣ ଘରର ଝିଅ । ସେଥିପାଇଁ ମୋତେ ସବୁ କିଛି ବାରଣ । ବ୍ରାହ୍ମଣ ହେବା ମୋ ପାଇଁ ପାପ । ଏସବୁ କେମିତି ସହି ଥାନ୍ତି ମୋତେ ଯେତେ ଗାଳି ହେଲେ ବି ମୁଁ ମୋ ଘରେ କାଳିଆ ଠାକୁରଙ୍କୁ ପୂଜା କରେ ।
ଯେତେ ଯିଏ ଗାଳି ଦେଲେ ବି ମୁଁ ଅବଢା ଖାଏ । ଭୋଗ ମୋ ପାଇଁ ପାପ ହେଲେ ବି ମୁଁ ଭୋଗ ପାଏ । ହଁ ଆଜ୍ଞା ଏମିତି ସବୁ କଥା କହିଛନ୍ତି ନିଜେ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର । ସେ କହିଛନ୍ତି କି, ତାଙ୍କୁ ଅବଢା ଖାଇବା ଦିଆ ଯାଏ ନାହିଁ । କୁହା ଯାଏ ମହାପ୍ରସାଦ ଖାଇଲେ କୁଆଡେ ପାପ ସେଥିପାଇଁ ଅବଢା ତାଙ୍କ ପାଇଁ ମନା । ଯଦି ସେ ଜିଦ କରି ଖାଇ ଦିଅନ୍ତି ତେବେ ତାଙ୍କୁ ମାଡ ଗାଳି ଦିଆ ଯାଏ ।
ସେ ନିଜେ କହିଛନ୍ତି କି, ମୁଁ ହେଉଛି ଗୋଟେ ବ୍ରାହ୍ମଣ ଘରର ଝିଅ । ମୁଁ କେମିତି କାଳିଆକୁ ପୂଜା ନକରି ରହି ପାରି ଥାନ୍ତି । କେମିତି ଅବଢା ଖାଇ ନଥାନ୍ତି । ସେଥିପାଇଁ ମୁଁ କାହାରି କଥାକୁ ଖାତିର ନକରି ମୁଁ କାଳିଆକୁ ପୂଜା କରେ ଅବଢା ବି ଖାଏ । ସେ ଆହୁରି ମଧ୍ୟ ଅନେକ କଥା କହିଛନ୍ତି । ତାଙ୍କୁ ସିନ୍ଦୁର କି ଅଳତା ଲଗାଇବାକୁ ଦିଆ ଯାଏ ନାହିଁ ।
ବାହା ହୋଇ ଥିଲେ ସୁଧା ସେ ଆଜି ପର୍ଯ୍ୟନ୍ତ ନିଜ ମଥାରେ ଟୋପେ ସିନ୍ଦୁର ପିନ୍ଧି ପାରି ନାହାନ୍ତି । ପାଦରେ ଅଳତା ଲଗାଇ ନାହାନ୍ତି । କେତେ ଆଉ ସହି ଥାନ୍ତେ 5 ବର୍ଷ ସହିଲେ । ଏହା ପରେ ଦୀର୍ଘ 5 ମାସ ହେଲା ଅସହ୍ୟ ହୋଇ ଗଲା ମାନସିକ ଏବଂ ଶାରୀରିକ ନି-ଇର୍ଯା-ତ-ଅନା ।
ସେଥିପାଇଁ କଟକ ଦଉଡି ଆସିଲି ଆଉ ଡିସିପିଙ୍କ ପାଖରେ ଅଭିଯୋଗ କରିଲି । ଏମିତି କିଛି ଗୁମର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଶ୍ରୀୟା ଅଭିଯୋଗ କରିଥିଲେ କି, ତାଙ୍କୁ ହ୍ୟୁମାନ ମାନସିକ ଏବଂ ଶାରୀରିକ ନି-ଇର୍ଯା-ତ-ଅନା ଦେଉ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।