Hospital ରେ ଇଏ କି କାଣ୍ଡ ! ଯୁବକ ଜଣକ ଯାହା କହିଲେ ଶୁଣିଲେ ମେଡିକାଲ ଯିବାକୁ ବି ଆପଣ ଭୟ କରିବେ…ଦେଖନ୍ତୁ Video

ବନ୍ଧୁଗଣ ରାଜଧାନୀ ଭୁବନେଶ୍ଵରରେ ଏବେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଜଣେ ଯୁବକ ରାଜଧାନୀର ଏକ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ତେବେ ଯୁବକ ଜଣକଙ୍କ ଅଭିଯୋଗ ଶୁଣିଲେ ଆପଣ ମାନେ ନିଜ ମୁଣ୍ଡରେ ହାତ ଦେବେ । ତେବେ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଯୁବକ ଜଣକଙ୍କ ମତରେ-‘ମୁଁ ହେଉଛି ଆକାଶ ରାଉତ ଗତ କିଛି ଦିନ ତଳେ ମୋ ମାମାଙ୍କୁ ଜ୍ଵର ହୋଇ ଥିଲା । ଜ୍ଵର ହେବା କାରଣରୁ ଆମେ ତାଙ୍କୁ ମେଡିକାଲ ଆଣିଥିଲୁ ମେଡିକାଲ ଆଣିବା ପରେ ନିମୋନିଆ ବାହାରି ଥିଲା । ଏହା ପରେ ଡାକ୍ତର ଚିକିତ୍ସା କରୁଥିଲେ ନିମୋନିଆ ଭଲ ହେବା ପରେ ଆମେ ଟେଷ୍ଟ କରିଥିଲୁ ।

ଇସିଜି କଲା ପରେ ଜଣା ପଡିଥିଲା ତାଙ୍କ ଫୁସଫୁସକୁ ପାଣି ଯାଇଛି । ଡାକ୍ତର କହିଥିଲେ 6 ମାସ ମେଡ଼ିସିନ ଖାଇଲେ ସେଇଟା ଭଲ ହେଇଯିବ । ଆଜି କଣ ହେଇଛି ନା ଯିଏ ନାର୍ସ ଥିଲେ ସେ 21 ନମ୍ବର ବେଡରେ ଇଞ୍ଜେକ୍ସନ ଦେବା ଜାଗାରେ 22 ନମ୍ବରରେ ଦେଇଦେଲେ । 22 ନମ୍ବର ବେଡ ହେଉଛି ମୋ ମାମାଙ୍କର ସେଇଟା ଏ ପର୍ଯ୍ୟନ୍ତ ଆମକୁ ଜଣା ଯାଉନି ଯେ, ସେ କେଉଁ ଇଞ୍ଜେକ୍ସନ ଦେଇଥିଲେ ।

ଆମେ ଡାକ୍ତରଙ୍କୁ ପଚାରିଲୁ ସେଇଟା କେଉଁ ଇଞ୍ଜେକ୍ସନ ସେ ଆମକୁ ମିଛ ବୋଲି କହିଥିଲେ । ଆମେ ଡାକ୍ତରଙ୍କୁ ଭଗବାନ ହିସାବରେ ମାନୁଛୁ ତେଣୁ ଡାକ୍ତର ଆମକୁ ସତ କହିଲେ ଭଲ ହୁଆନ୍ତା । ହେଲେ ସେମାନେ ଆମକୁ ମିଛ କହୁଛନ୍ତି ଯେ, ଗ୍ଯାସ ଇଞ୍ଜେକ୍ସନ ଦେଇଛନ୍ତି ହେଲେ ସେଇଟା ଗ୍ଯାସ ଇଞ୍ଜେକ୍ସନ ନୁହେଁ । ମୁଁ ଚାହୁଁଛି ଏହା ପରଠାରୁ ଏମିତି କେବେ ଭୁଲ ସେ ନ କରନ୍ତୁ ।

ଆଉ ସେ ନିଜ ଭୁଲକୁ ସ୍ଵୀକାର କରନ୍ତୁ । ମୋ ମାମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଟିକେ ଭଲ ଅଛି । ମୁଁ ଶେଷ ଥର ପାଇଁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି ସେମାନେ ନିଜ ଭୁଲ ସ୍ଵୀକାର କରନ୍ତୁ ଆଉ ଏମିତି ଭୁଲ ଆଗକୁ ଯେମିତି ନ ହେଉ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *