ମୋ ଝିଅକୁ ଦଣ୍ଡଦିଅ ! ସେ ବହୁତ ବଡ ଭୁଲ୍ କରିଛି… Anjan attack case

ମୋ ଝିଅକୁ ଦଣ୍ଡ ଦିଅ ସେ ଭୁଲ କରିଛି ! ହଁ ଆଜ୍ଞା ପ୍ରେମ ବ୍ୟାପାରକୁ ନେଇ ଘଟିଥିବା ହତ୍ୟାକାଣ୍ଡ ବର୍ତ୍ତମାନର ବହୁ ଚର୍ଚିତ ଖବର ଅନୁଯାଇ ନିହାରିକାର ମାଆ ଗଣ ମାଧ୍ୟମ ସମନ ରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ନିକଟରେ ମଧ୍ୟ ରାତ୍ରୀରେ ଚିନ୍ତାମଣୀସ୍ଵର ଅଞ୍ଚଳରେ ଘଟିଯାଇଥିବା ହତ୍ୟାକାଣ୍ଡରେ ସାମିଲ ଥିବା ଯୁବତୀ ନିହାରିକାଙ୍କ ମାଆ କହିଛନ୍ତି । ଯେ ମୋ ଝିଅ ମାନେ ମୋ ପାଖରେ ନ ରହି ତା’ ପିଉସୀ ପାଖରେ ରହି ପାଠ ପଢୁଥିଲେ ।

ମୁଁ ଯଦି ତାଙ୍କୁ କେଉଁ କଥାରେ ପାଟି କରିବି । ସେ ମୋ ଉପରେ ରାଗିକି ତା’ ପିଉସୀ ପାଖରେ ରହି ପାଠ ପଢିବ ବୋଲି କହିକି ପିଉସୀ ଘରକୁ ଚାଲି ଆସିଥିଲା । ତେଣୁ ଗତ 2 ବର୍ଷ ଧରି ଝିଅ ଆସି ପିଉସୀ ଘରେ ରହୁଥିଲା । ମୁଁ ଯେତେବେଳେ ଝିଅକୁ ଦେଖିବାକୁ ଏଠାକୁ ଆସିବି । ସେତେବେଳେ ପିଉସୀ ମାନେ ଝିଅ ସହ ମୋର ଦେଖା ବି କରେଇ ଦେବେନି । ତେଣୁ ଝିଅର ଭଲ କି ମନ୍ଦ ଖବର ମୁଁ କିଛି ବି ଜାଣିନାହିଁ । ଯେହେତୁ ଝିଅ ପିଉସୀ ଘରେ ରହି ପାଠ ପଢୁଥିଲା ।

ନିହାରିକା କାହାକୁ ଭଲ ପାଉଛି କାହା ସହ ଫେରାର ହେଇଯାଇଛି । ଏତେ ବଡ ହତ୍ୟାକାଣ୍ଡ ଘଟଣା ପଛରେ ସେ କେମିତି ଝିଅ ପିଲାଟି ହୋଇ ସାମିଲ ହୋଇଗଲା । ସେ ସବୁ ବିଷୟରେ ସେ ଯେଉଁଠି ରହୁଥିଲା ସେମାନେ ହିଁ ଜାଣିଥିବେ । ହେଲେ ମୋ ଝିଅ ହେଲା ତ ସେଇଠୁ କଣ ହେଲା । ମୋ ଝିଅ ଭୁଲ କରିଛି । ତେଣୁ ତାକୁ ନିହାତି ଭାବେ ଦଣ୍ଡ ମିଳିବା ଦରକାର । ମୋ ଝିଅର ଭୁଲ ସହିତ ଆଉ ଯେଉଁ ମାନେ ବି ସାମିଲ ଅଛନ୍ତି ।

ସେମାନଙ୍କୁ ମଧ୍ୟ ଦଣ୍ଡ ମିଳିବ ଦରକାର । ସୂଚନା ଅନୁଯାଇ ନିହାରିକା ନିଜ ନୂଆ ପ୍ରେମିକ ପିଙ୍କୁ ସହ ଥିବା ବେଳେ ନିଜ ପୁରୁଣା ପ୍ରେମିକ ଓ ତା’ ସାଙ୍ଗ ସହ କଥା ହେଉଥିବା ବେଳେ ହଟାତ ଏଭଳି କିଛି ଘଟିଥିଲା । ଯେଉଁଠାରେ ନୂଆ ପ୍ରେମିକ ପୁରୁଣା ପ୍ରେମିକର ସାଙ୍ଗ ଅଞ୍ଜନକୁ ମାରିଦେଇଥିଲା । ଯାହା ଫଳରେ ସେଠାରେ ଏଭଳି ଅଭାବନୀୟ କାଣ୍ଡ ଘଟିଯାଇଥିଲା । ତାପରେ ପିଙ୍କୁ ଓ ନିହାରିକା ଏବେ ଫେରାର ଅଛନ୍ତି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *