ସାମ୍ନାକୁ ଆସିଲା ପ୍ରେମିକାର ହ୍ବାଟ୍ସଆପ ଚାଟିଙ୍ଗ, ପୁରୁଣା ପ୍ରେମିକକୁ ମାରିବା ପାଇଁ କହିଥିଲା ପ୍ରେମିକା !

ସାମ୍ନାକୁ ଆସିଲା ପ୍ରେମିକାର ୱାଟସଆପ ଚାଟିଙ୍ଗ ! ପୁରୁଣା ପ୍ରେମିକକୁ ମାରିବା ପାଇଁ କହିଥିଲା ପ୍ରେମିକା ! ଖବର ମୁତାବିକ ପୁଅ ଚାଲିଯିବାରୁ ଘର ପୁରା କାନ୍ଦ ବୋବାଳିରେ ଫାଟି ପଡୁଛି । ବିନା କାରଣରେ ବୁଝେଇବାକୁ ଯାଇ ଅଞ୍ଜନର ଚାଲିଗଲା ଜୀବନ । ଅତି ନିଷ୍ଠୁର ଭାବେ ଅଞ୍ଜନଙ୍କୁ ହତ୍ୟା କରାଯାଇଛି । ଯେଉଁ ପ୍ରେମିକାକୁ ନେଇ ହତ୍ୟାକାଣ୍ଡ ଘଟିଗଲା । ସେ ଏବେ ବର୍ତ୍ତମାନ ସମୟରେ ଫେରାର ଅଛି । ତାପରେ ସାମ୍ନାକୁ ଆସିଛି ଏହି ୱାଟସଆପ ଚାଟ ।

ପୁରୁଣା ପ୍ରେମିକ ଓ ନୂଆ ପ୍ରେମିକ ମଝିରେ ଲାଗିଥିଲା କଳହ । ପୁରୁଣା ପ୍ରେମିକକୁ ଛାଡି ନୂଆ ପ୍ରେମିକକୁ ବାଛିଥିଲା ପ୍ରେମିକା । ଆଉ ପ୍ରେମିକା ଆଖି ସାମ୍ନାରେ ଏଭଳି ହତ୍ୟାକାଣ୍ଡ ଘଟିଯାଇଥିଲା । ଯିଏ ବୁଝେଇବାକୁ ଯାଇଥିଲା ସେ ହିଁ ନିଜେ ମରିଗଲା । ସମସ୍ଯା କରିବାକୁ ଡ଼ାକିଥିଲା ନୂଆ ପ୍ରେମିକ ପୀଙ୍କୁ । ନିଜ ସାଙ୍ଗ ଅଞ୍ଜନ ସହ ପହଞ୍ଚିଥିଲା ପୁରୁଣା ପ୍ରେମିକ ଗୌତମ । ସେଠାରେ ପ୍ରେମିକା ନିହାରିକା ମଧ୍ୟ ଉପସ୍ଥିତ ଥିଲା ।

ସେଠାରେ ଏଭଳି କିଛି କଥା ହେଉ ହେଉ ହଟାତ ପୀଙ୍କୁ ଖଣ୍ଡା କାଢି ପୁରୁଣା ପ୍ରେମିକର ସାଙ୍ଗ ଅଞ୍ଜନଙ୍କୁ ପୀଙ୍କୁ ମାରିଦେଇଥିଲା । ତେବେ ଏହା ଦେଖି ଭୟରେ ଟ୍ରକ ତଳେ ପୁରୁଣା ପ୍ରେମିକ ଲୁଚି ଯାଇଥିଲା । ତେବେ ଏଭଳି ହତ୍ୟାକାଣ୍ଡ ପରେ ନୂଆ ପ୍ରେମିକ ପୀଙ୍କୁ ସହ ପ୍ରେମିକା ଜଣଙ୍କ ଫେରାର ହୋଇଯାଇଛି । ତେବେ ଏହାରି ଭିତରେ ଏକ ୱାଟସଆପ ଚାଟିଙ୍ଗ ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରେମିକା ନିଜର ଜଣେ ଦିଦିଙ୍କୁ ମେସେଜ କରି କହିଛନ୍ତି ।

ମୁଁ ମୋ ବିଏଫ ସହ ପଳେଈ ଆସିଛି । ତୁମାନେ ବ୍ୟସ୍ତ ହେବ ନାହିଁ । ତେବେ ଏହି ପ୍ରେମ ବ୍ୟାପାରକୁ ନେଇ କାହା କାହା ଭିତରେ କଳହ ଲାଗିଲା । ହେଲେ ସମାଧାନ କରିବାକୁ ଯାଇ ମୋ ଭାଇ ଅଞ୍ଜନର ଜୀବନ ଚାଲିଗଲା କହି ଅଞ୍ଜନଙ୍କ ଭଉଣୀ କାନ୍ଦି କାନ୍ଦି କହୁଛନ୍ତି । ତେବେ ନିକଟରେ ରାତି ସାଢେ ଗୋଟାଏ ରେ ଚିନ୍ତାମଣୀସ୍ଵର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ତାପରେ ଏଭଳି କିଛି ଚାଟ ପ୍ରେମିକା ଜଣଙ୍କର ସାମ୍ନାକୁ ଆସିଛି । ଜିଏକି ବର୍ତ୍ତମାନ ସମୟରେ ନିଜ ନୂଆ ପ୍ରେମିକ ସହ ଫେରାର ଅଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *