ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ତେବେ ଅର୍ଚ୍ଚନା ଅନେକ ବଡ ବଡିଆ ମାନଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟୁ ଥିଲେ ଆଉ ଏଥିରେ ଫିଲ୍ମ ପ୍ରଜଜୋକ ଅକ୍ଷୟ ପରିଜା ବି ସାମିଲ ଅଛନ୍ତି ।
ଅକ୍ଷୟଙ୍କ ନଘ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅର୍ଚ୍ଚନାଙ୍କ କଳା କାର୍ଣ୍ଣମା ସାମନାକୁ ଆସିଥିଲା । ଏବେ ଅର୍ଚ୍ଚନା ଜେଲ ଚାରି କାନ୍ଥ ଭିତରେ ଅଛନ୍ତି ଆଉ ଏହି ମାମଲାର ତଦନ୍ତ ଚାଲିଛି । ତେବେ ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁଙ୍କ ମାମୁ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଜଗବନ୍ଧୁଙ୍କ ମାମୁ ଏନେଇ କହିଛନ୍ତି-‘ଅର୍ଚ୍ଚନା ହେଉଛି ଆମ ଗାଁର ବୋହୂ ଆଉ ସମ୍ପର୍କରେ ସେ ମୋର ଭାଣିଜୀ ବୋହୂ ହେବ । ସେ ମୋ ଭଣଜାର ବୋହୂ । ଆମେ ତ ଆଗରୁ ଜାଣି ନଥିଲୁ ଏବେ ଟିଭି ଆଉ ମୋବାଇଲରୁ ଜାଣିବାକୁ ପାଉଛୁ ଯେ, ସେ ବହୁତ କାର୍ଣ୍ଣମା କରି ଆଜି କୋଟିପତି ହେଇଛି । ସେ ଦୁଇ ମାସ ତଳେ ଏଠି ଥରେ ଆସିଥିଲା । ତାଙ୍କ ଗାଁରେ ତାଙ୍କ ବାପା ଅଛନ୍ତି ଭାଇ ଅଛନ୍ତି ଆଉ ପରିବାର ଲୋକ ଅଛନ୍ତି ।
ଆମେ କିଛି ଜାଣିନୁ ସେ ତ ଭୁବନେଶ୍ବରରେ ରହୁଥିଲା ଆଉ ଯେତେବେଳେ ବି ଏଥିକି ଆସେ ସେ ନୂଆ ନୂଆ କାର ନେଇ ଆସେ । ସେ ଆମ ଗାଁର ଦୁଇଟି ପିଲାକୁ ନେଇ ଚାକିରି ଦେଇଛି । ସେ ଥରେ ଗାଁରେ ଏକ ପୂଜା ପାଇଁ 10-30 ହଜାର ଟଙ୍କା ବି ଦେଇଥିଲା । ଜଗବନ୍ଧୁ ମାଟ୍ରିକ ଫେଲ ସେ ଏଇଠି ପଢୁଥିଲା । ଅର୍ଚ୍ଚନାର ଗୋଟେ ପୁଅ ଅଛି ତାକୁ ଚାରି ପାଞ୍ଚ ବର୍ଷ ହେଇଗଲାଣି ।
ପୁଅକୁ ନେଇ ବି ସେମାନେ ଗାଁକୁ ଆସନ୍ତି । ମୋ ବୋହୂ ଅର୍ଚ୍ଚନା ଭାରି ଦୁଷ୍ଟ ଏତେ ସବୁ କରି ଦେଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଜଗବନ୍ଧୁଙ୍କ ମାମୁ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।