କିଛି ଅକୁହା କଥା ଯାହା ତୁମେ ମାନେ କେହି ବି ଜାଣିନ । ଯାହା ମୁଁ ତୁମ ମାନଙ୍କ ସାମ୍ନାରେ ବୋଧେ କେବେ ବି କହିପାରିବି ନାହିଁ । ହସ ଲୁହ ମିଶା ମୋ ଜୀବନର କିଛି ଅଶୁଣା ସତ ଯେଉଁ ସତକୁ ତୁମେ ମାନେ କେବଳ ପଢିକି ଅନୁଭବ କରି ପାରିବ । ସେଥିପାଇଁ ମୁଁ ସ୍ତିର କରିଛି ମୋ ଉପରେ ଘଟି ଯାଇଥିବା ପ୍ରତ୍ୟକ ଘଟଣାକୁ ମୁଁ ବହିରେ ଲେଖିବି । ଏହା ଦ୍ଵାରା ପୁରା ଓଡିଶା ଜାଣିବ ମୋ ଜୀବନର ସତ କାହାଣୀ ମୋ ଅନ୍ତଃସ୍ଵରର ଅନେକ ଅକୁହା କଥା ।
ହଁ ଆଜ୍ଞା ଆପଣ ଯାହା ଶୁଣିଲେ ତାହା ସଂପୂର୍ଣ୍ଣ ସତ । ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ନିଜ ଜୀବନ କାହାଣୀକୁ ନେଇ ପ୍ରଥମ ବହି ଲେଖିବାକୁ ଯାଉଛନ୍ତି । ଗତ କାଲି ଗଣେଶ ପୂଜାରେ ଗଣେଶ ଏବଂ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେଇ ଏପରି କିଛି ନୂଆ ଆରମ୍ଭ କରିବେ ବୋଲି ତାଙ୍କ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
ବର୍ଷା କହିଛନ୍ତି ତାଙ୍କ ଜୀବନରେ କେତେ ଯେ କଷ୍ଟ ଆସିଛି ସେ କାହାକୁ କେବେ ଜଣାଇ ନାହାନ୍ତି ସବୁ କିଛି ସେ ମନ ଭିତରେ ଚାପି ରଖିଛନ୍ତି । ଆଖିରେ ଲୁହ ଥିଲେ ମଧ୍ୟ ଓଠରେ ହସ ରଖି ସମସ୍ତଙ୍କୁ ଦେଖାଇ ଛନ୍ତି । କିନ୍ତୁ ଏବେ ସମୟ ଆସିଛି ସବୁ କୁ ବାହାର କରିବା ପାଇଁ । ସେଥିପାଇଁ ସେ ଏହାକୁ ଆରମ୍ଭ କରିଛନ୍ତି ପ୍ରେମ ଠାରୁ ଆରମ୍ଭ କରି ବିବାହ ଆଉ ବିଚ୍ଛେଦ ସବୁ କିଛି ସେ ତାଙ୍କର ଏହି ବହିରେ ଲେଖିବେ ବୋଲି କହିଛନ୍ତି ।
ବନ୍ଧୁଗଣ ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ଲାଗି ରହିଛି । ଘରୋଇ କଳହ କୋର୍ଟରେ ଯାଇ ପହଞ୍ଚିଛି ହେଲେ ଏ ପର୍ଯ୍ୟନ୍ତ ଏହି ବିବାଦର କୌଣସି ସମାଧାନ ହୋଇନି । ଅନେକ ଥର ଥାନାରେ ପହଞ୍ଚି ଛନ୍ତି ବର୍ଷା ଏବଂ ଅନୁଭବ କୋର୍ଟ ରାୟ ଉପରେ ରାୟ ଶୁଣାଇ ଚାଲି ଛନ୍ତି ।
ହେଲେ ଦୁହେଁ କେବଳ ଗୋଟେ ପରେ ଗୋଟେ ପିଟିସନ ଦାଖଲ କରିବାରେ ବ୍ୟସ୍ତ । ସମଧାନ ହୋଇପାରୁ ନାହିଁ ଦୁଇଜଣଙ୍କ ବିବାଦ । ତେବେ ଗତ କିଛି ଦିନ ତଳେ ଅନୁଭବଙ୍କ ପୈତୃକ ଘର ଛାଡିବାକୁ ରାୟ ଶୁଣାଇ ଥିଲେ କଟକ ଜିଲ୍ଲା ଦୌରା ଜଜ୍ । ବର୍ଷାଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ । ନିକଟରେ ଘର ଛାଡିବା ନେଇ ଏସଡିଜିଏମ ଦେଇଥିବା ରାୟକୁ ବର୍ଷା ଚ୍ୟାଲେଞ୍ଜ ଦେଇଥିଲେ ।
ବର୍ଷା ଶାଶୁ ଘର ଛାଡିବେ ବୋଲି ଅଣ୍ଡର ଟେକିଂ ଦେଇଛନ୍ତି । ତେବେ ବର୍ଷାଙ୍କ ଏହି ବହି ପଢିବା ପରେ ଓଡିଶା ବାସୀ ବର୍ଷାଙ୍କୁ ଗ୍ରହଣ କରିବେ କି ନାହିଁ ତାହା ସମୟ କହିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।