Mitu Mithun ଙ୍କୁ କାହିଁକି ପୁଷ୍ପା ଫିଲ୍ମରୁ କାଢିଦେଲେ ଅଲ୍ଲୁ ଅର୍ଜୁନ, କିଏ କରିଲା ଷଡ଼ଯନ୍ତ୍ର…?

ମିଟୁ ମିଥୁନଙ୍କୁ ପୁଷ୍ପା ଫିଲ୍ମରୁ କାଢିଦେଲେ କାହିଁକି ? ହଁ ଆଜ୍ଞା ପୁଷ୍ପା 2 ଫିଲ୍ମରୁ ଓଡିଆ କଳାକାର ମିଟୁ ମିଥୁନଙ୍କ ରୋଲ୍ କାଟିଦିଆଯାଇଛି । ଗତ କିଛି ଦିନ ତଳେ ସାଉଥ ମୁଭି ପୁଷ୍ପା 2 ଫିଲ୍ମର ସୁଟିଙ୍ଗ ଓଡିଶାରେ ହେଉଥିଲା । ସେଠାରେ ଓଡିଶାର କିଛି କଳାକାରଙ୍କୁ ସେହି ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ଯେଉଁଥିରେ ଓଡିଆ ଅଭିନେତା ମିଟୁ ମିଥୁନ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଥିଲେ । ଯେଉଁ କଥାକୁ ମିଟୁ ମିଥୁନ ସୋସିଆଲ ମିଡିଆରେ କହିବା ପରେ ସେ ଖୁବ ଭାଇରାଲ ମଧ୍ୟ ହୋଇଥିଲେ ।

କାରଣ ଜଣେ ଓଡିଆ କଳାକାର ସାଉଥ ମୁଭିରେ କାମ କରିବା ଏହା ବହୁତ ଗର୍ବର କଥା ଅଟେ । ତେବେ ମିଟୁ ମିଥୁନଙ୍କୁ ପୁଷ୍ପା 2 ଫିଲ୍ମରେ ପୋଲିସ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଯାହାକୁ ଅତି ନିଖୁଣ ଭାବରେ ନିଜର ଚରିତ୍ର ଫିଲ୍ମରେ ଫୁଟାଇଥିଲେ ମିଟୁ ମିଥୁନ । ସେହି ଫିଲ୍ମରେ ମିଟୁ ମିଥୁନଙ୍କୁ ମଧ୍ୟ ଏକ ଭଲ ରୋଲ୍ ମିଳିବ ସହ ଏକ ଜବରଦସ୍ତ ଡାଇଲଗ ମଧ୍ୟ କହିବାର ସୁଯୋଗ ଦିଆଯାଇଥିଲା ।

ତେବେ ଏତେ ସବୁ ହେବା ସତ୍ବେ ମଧ୍ୟ ପୁଷ୍ପା 2 ଫିଲ୍ମରୁ ଓଡିଆ କଳାକାର ମିଟୁ ମିଥୁନଙ୍କ ଚରିତ୍ରକୁ ଫିଲ୍ମରୁ କାଟି ଦିଆଯାଇଛି । ଯାହାକୁ ନେଇ ଖୁବ ଦୁଃଖ ପ୍ରକାଶ କରିଛନ୍ତି ମିଟୁ ମିଥୁନ । ତେବେ ମିଟୁ ମିଥୁନଙ୍କ କହିବା ଅନୁସାରେ ମୋ ରୋଲ୍ କୁ ସେମାନେ କାଟି ଦେଉଛନ୍ତି ବୋଲି କେହି ଜଣେ କହିବାକୁ ମୋତେ ଫୋନ ଲଗାଇଥିଲା। ତେବେ ମୁଁ ପୁଷ୍ପା 2 ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲି ବୋଲି ଏହି କଥା ଓଡିଶାରେ ବହୁତ ଭାଇରାଲ ହୋଇଥିଲା ।

ଯେଉଁ କାରଣରୁ ସେହି ଫିଲ୍ମର କିଛି ଲୋକ ମୋର ଓଡିଶାରେ ଏତେ ହାଇଲାଇଟ ହେବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ଠିକ ଫିଲ୍ମର ରିଲିଜ ହେବ ବେଳକୁ ମୋ ରୋଲ୍ କୁ ପୁଷ୍ପା 2 ଫିଲ୍ମରୁ କାଟି ଦିଆଯାଇଛି ବୋଲି ମୋତେ ତେଲୁଗୁ ଲୋକ ଫୋନ କରି କହିଲେ । ତେବେ ମିଟୁ ମିଥୁନଙ୍କ ଅଭିନୟକୁ ଫିଲ୍ମରୁ କିଏ ଷଡଯନ୍ତ୍ର କରି କାଟି ଦେଇଛନ୍ତି ବୋଲି ମିଡିଆରେ କହିଛନ୍ତି ଅଭିନେତା ମିଟୁ ମିଥୁନ । ତେବେ ଅଲଲୁ ଅର୍ଜୁନଙ୍କ ସହ ଅଭିନୟ କରିବାର ଚାନ୍ସ ପାଇଲା ପରେ ଏବେ ରାମ ଚରଣଙ୍କ ସହ ତାଙ୍କର ଆଉ ଏକ ଫିଲ୍ମ ଆସିବାକୁ ଯାଉଛି ବୋଲି ମିଟୁ ମିଥୁନ କହିଛନ୍ତି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *