ଅମିତ ଶାହ ଓଡିଶା ଆସି ପ୍ରଥମେ ସୋନପୁରରେ କାହିଁକି ପ୍ରଚାର କଲେ ଜାଣନ୍ତୁ ବଡ କାରଣ ? Amit Shah

କାହିଁକି ସୋନପୁର ଗଲେ ଅମିତ ଶାହ ! କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ନିର୍ବାଚନ ପ୍ରଚାର ପାଇଁ ଗତକାଲି ଓଡିଶା ଆସିଥିଲେ । ଓଡିଶାର ସୋନପୁରର ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ସ୍ଵତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ହେଲିକପ୍ଟରରେ ଯାଇ ସୋନପୁରରେ ପହଞ୍ଚିଥିଲେ । ସୋନପୁରର ରାମେଶ୍ଵରମ ଷ୍ଟାଡିୟମରେ ଅନୁଷ୍ଟିତ ହୋଇଥିବା ବିଶାଳ ଜନସଭାରେ ସମ୍ବୋଦ୍ଧିତ କରି ଓଡିଶାରେ 20 ଲୋକସଭା ଆସନରେ ଦଳକୁ ଜିତାଇବା ପାଇଁ ଆହ୍ଵାନ ଦେଇଥିଲେ ।

ତେବେ ଓଡିଶାରେ ନିର୍ବାଚନ ପ୍ରଚାର ପାଇଁ ପ୍ରଥମେ ସୋନପୁରକୁ କାହିଁକି ଅମିତ ଶାହ ବାଛିଲେ ତାହାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ତେବେ ଏହା ପଛରେ ଥିବା କିଛି ସମ୍ଭାବ୍ୟ କାରଣ ଗୁଡିକ ବିଷୟରେ ଚାଲନ୍ତୁ ଜାଣିବା । ସୋନପୁର ହେଉଛି ବଲାଙ୍ଗିର ଅଧୀନରେ ଥିବା 7 ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାର ଠିକ ପରେ ପରେ ଅମିତ ଶାହଙ୍କ ସୋନପୁର ଜନସଭା ସମ୍ପର୍କରେ ଘୋଷଣା କରାଯାଇଥିଲା ।

ସୋନପୁର ଭଳି କଣ୍ଟାବାଞ୍ଜି ମଧ୍ୟ ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ଆସୁଥିବା ଅନ୍ୟ ଏକ ନିର୍ବାଚନ ମଣ୍ଡଳୀ ଅଟେ । ତେଣୁ ନବୀନଙ୍କ କଣ୍ଟାବାଞ୍ଜିରୁ ଲଢିବା ନିଷ୍ପତ୍ତି ବଲାଙ୍ଗିର ଲୋକସଭା ଆସନ ତଥା ପଶ୍ଚିମ ଓଡିଶାରେ ବିଜେଡିର ଯେଉଁ ନିର୍ବାଚନୀ ପ୍ରଭାବ ସୃଷ୍ଟି କରିବ । ତାହାକୁ ଟକ୍କର ଦେବା ପାଇଁ ବଲାଙ୍ଗିର ଅଧିନସ୍ଥ ସୋନପୁରରେ ଅମିତ ଶାହଙ୍କ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଦିତୀୟରେ 2019 ରେ ବିଜେପି ପ୍ରାର୍ଥୀ ସଂଗୀତା କୁମାର ସିଂହଦେଓ ବଲାଙ୍ଗିର ଲୋକସଭା ଆସନରୁ ମାତ୍ର 19, 516 ଭୋଟ ବ୍ଯବଧାନରେ ବିଜୟୀ ହୋଇଥିଲେ । ତେବେ ସଙ୍ଗୀତା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ 33, 765 ଭୋଟରେ ଆଗୁଆ ରହିଥିଲେ । ହେଲେ ଏଥର କଣ୍ଟାବାଞ୍ଜିରୁ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାରୁ ସଂଗୀତା ସିଂହଦେଓ ଏହି ଆସନରୁ ଯେଉଁ ଭୋଟ ପାଉଥିଲେ । ତାହା କମିଯିବାର ସମ୍ଭାବନା ରହିଛି ।

ତେବେ ଏହା ମଧ୍ୟ ଏକ କାରଣ ଯାହା ଯୋଗୁ ଅମିତ ଶାହ ସୋନପୁର ଆସି ବିଜେପିର ସକାରାତ୍ମକ ପ୍ରଭାବ ଏହି ଏରିଆରେ ରଖିବାକୁ ଚାହୁଁଛନ୍ତି । ଏହିଭଳି କିଛି ସମ୍ଭାବ୍ୟ କାରଣ ଯୋଗୁ ଅମିତ ଶାହ ସୋନପୁର ଆସିଛନ୍ତି ବୋଲି ଚର୍ଚା ହେଉଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *