ବାପା ରିକ୍ସା ଟାଣନ୍ତି ବୋଲି ପୁଅକୁ ଦେଇଥିଲେ ଅପମାନ… ହେଲେ ପରିଶ୍ରମ କରି ପୁଅ ବନିଗଲା IAS ଅଫିସର

ରିକ୍ସାବାଲା ପୁଅ କହି ଅପମାନ ଦେଇଥିଲେ, ପୁଅ ବନିଗଲେ IAS ଅଫିସର ! ପ୍ରତିବର୍ଷ ବହୁ ସଂଖ୍ୟାକ ପିଲା ସିଭିଲ ସର୍ଭିସ ପରୀକ୍ଷା ଦିଅନ୍ତି । ହେଲେ ଏହି ପରୀକ୍ଷାକୁ କେବଳ କିଛି ବଛା ବଛା ହାତ ଗଣତି ପିଲା ହିଁ ପାସ କରିପାରିଥାନ୍ତି । ତେବେ ଏହି ପରୀକ୍ଷାରେ ପାସ୍ କରିବା ପାଇଁ ହେଲେ ଦିନ ରାତି ପରିଶ୍ରମ କରି ପାଠ ପଢିବାକୁ ହୋଇଥାଏ । ତେବେ ନିଜ ଜୀବନରେ ବହୁ ଅଭାବ ଅନାଟନ ଥିଲେ ମଧ୍ୟ ପରିଶ୍ରମ କରି ବହୁ ସଂଘର୍ଷର ସାମ୍ନା କରି IAS ଅଫିସର ବନିଯାଇଥିବା ଗୋବିନ୍ଦ ଜୟସ୍ଵାଲଙ୍କ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଗୋବିନ୍ଦ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ସେତେବେଳେ ସେ ଥରେ ବୁଲିବା ପାଇଁ ତାଙ୍କ ସାଙ୍ଗର ଘରକୁ ଯାଇଥିଲେ । ସେଠାରେ ସାଙ୍ଗର ବାପା ଗୋବିନ୍ଦଙ୍କୁ ତୁମ ବାପା କଣ କରନ୍ତି ବୋଲି ପଚାରିଥିଲେ । ଯାହାର ଉତ୍ତରରେ ଗୋବିନ୍ଦ କହିଥିଲେ । ଯେ ମୋ ବାପା ଜଣେ ରିକ୍ସା ଚାଳକ ଅଟନ୍ତି । ତେବେ ଏହି କଥା ଶୁଣି ସାଙ୍ଗର ବାପା ଗୋବିନ୍ଦକୁ ତାଙ୍କ ଘରୁ ଅପମାନ ଦେଇ ବାହାର କରିଦେଇଥିଲେ । ତାଙ୍କ ପୁଅକୁ ମଧ୍ୟ ଏହି ଗରିବ ଗୋବିନ୍ଦ ସାଥିରେ ମିଳାମିଶା କରିବାକୁ ମନା କରିଥିଲେ ।

ତାପରେ ଏହି କଥା ଗୋବିନ୍ଦ ତାଙ୍କର ସାରଙ୍କୁ ଯାଇ କହିଥିଲେ । ଆଉ ଜୀବନରେ କେମିତି ସମ୍ମାନ ପାଇ ହେବ ତାହା ମଧ୍ୟ ଶିକ୍ଷକକୁ ପଚାରିଥିଲେ । ତେବେ ସାର ଜଣଙ୍କ ଗୋବିନ୍ଦଙ୍କୁ କହିଥିଲେ । ତୁମେ ଜଣେ ବଡ ବ୍ୟବସାୟୀ କିମ୍ବା IAS ଅଫିସର ବନିଯାଅ । ତାପରେ ତୁମର ସବୁ ଲୋକ ପ୍ରସଂଶା କରିବା ସହ ଖୁବ  ସମ୍ମାନ ମଧ୍ୟ କରିବେ । ତେବେ ସେହି ଦିନ ଠାରୁ ଗୋବିନ୍ଦ ଜୀବନରେ ସଫଳ ବ୍ୟକ୍ତି ହେବାର ସ୍ଵପ୍ନ ଦେଖି ନିଜର କଠିନ ପରିଶ୍ରମ ପଢାରେ ଜାରୀ ରଖିଥିଲେ ।

ପାଠ ପଢିବା ମଧ୍ୟରେ ଏତେ ଅଭାବ ଅନାଟନ ତାଙ୍କର ଲାଗି ରହିଥିଲା । ଯେ ଗୋବିନ୍ଦ ଏକ ସମୟରେ ଟିଫିନ ଖାଇବା ମଧ୍ୟ ବନ୍ଦ କରିଦେଇଥିଲେ । ଅନେକ କଷ୍ଟ ଯନ୍ତ୍ରଣା ଭିତରେ ରହି ଗୋବିନ୍ଦ ଜୟସ୍ଵାଲ UPSC ପରୀକ୍ଷା ଦେଇଥିଲେ । ତାପରେ 2007 ମସିହାରେ ଯେଉଁ ଫଳାଫଳ ଆସିଥିଲା । ଉତ୍ତରପ୍ରଦେଶର ବାରଣାସୀରେ ରହୁଥିବା ଗୋବିନ୍ଦ ଜୟସ୍ଵାଲ 48 ତମ ରାଙ୍କରେ ରହିଥିଲେ ।

ତେବେ ଗୋବିନ୍ଦ ପ୍ରମାଣ କରିଦେଇଥିଲେ । ଯେ ଜୀବନରେ ଯେତେ ଗରିବୀ ଅସହାୟ ପରିସ୍ଥିତି ଥାଉ ପଛେ ଯଦି ବ୍ୟକ୍ତି କଠିନ ପରିଶ୍ରମ କରି ନିଜର ସ୍ଵପ୍ନ ପୂରଣ କରିବାକୁ ଚାହିଁବ । ତେବେ ସେ ନିଶ୍ଚୟ ଦିନେ ନା ଦିନେ ସଫଳତା ପାଇପାରିବ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *