ଦର୍ଶକ ବନ୍ଧୁ କୁକୁର କାମୁଡାକୁ ନେଇ ଏବେ ଥାନାରେ ଅଭିଯୋଗ ଆଉ ସେହି ଅଭିଯୋଗ ପରେ ଏବେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଅଭିଯୋଗ ଇନ୍ଫୋସିଟି ଥାନାରେ ହୋଇଥିଲା । ଗୋଟେ କୁନି ପିଲାକୁ ଏକ ପୋଷା କୁକୁର କାମୁଡି ଥିଲା ତେବେ କୁକୁର କାମୁଡିବା ପରେ କଲୋନୀ ବାସୀ ଇନ୍ଫୋସିଟି ଥାନାର ଦ୍ଵାରସ୍ଥ ହୋଇଥିଲେ ।
ଅଭିଯୋଗ କରିବା ପରେ ଆଜି 1ଟା ପର୍ଯ୍ୟନ୍ତ ଟାଇମ ଥିଲା ଯେ, ସେହି କୁକୁରକୁ ବିଏମସି ଆଉ ପୋଲିସ ଅଧିକାରୀ ନେଇଯିବେ । ତେବେ ଦର୍ଶକ ବନ୍ଧୁ ଯେଉଁ ଛୁଆକୁ କୁକୁର କାମୁଡିଛି ସେହି ଛୁଆଟି ବହୁତ କଷ୍ଟ ପାଇଛି ବୋଲି ଛୁଆର ବାପା-ମାଆ ଅଭିଯୋଗ କରିଛନ୍ତି । ଏନେଇ ଛୁଆର ମାଆ ଏବେ ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି । ତା ହେଲେ ମାଆ ଜଣକ କଣ ସବୁ କହିଛନ୍ତି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏନେଇ ପିଲାର ମାଆ କହିଛନ୍ତି-‘ମୋର ଦୁଇଟି ଛୁଆ ଅଛନ୍ତି ମୋର ବଡ ପୁଅ 8 ବର୍ଷର ମୋ ସାନ ପୁଅ 4 ବର୍ଷର । ମୋ ବଡ ପୁଅ ସବୁଦିନ ସାଇକେଲ ଚଲେଇବା ପାଇଁ ଚାରିଟାରେ ବାହାରେ । ଏମିତି ବି ସବୁ ଛୁଆ ଚାରିଟାରୁ ଛଅଟା ଯାଏଁ ଖେଳନ୍ତି ।
ସେଦିନ ମୋ ଛୁଆ ଯେତେବେଳେ ସାଇକେଲ ଚଳେଇବାକୁ ଯାଇଛି ସେ କୁକୁର ଭୋକିକି ଆଗକୁ ମାଡି ଆସିଛି ସେତେବେଳେ ମୋ ଛୁଆ ଡରିକି ନିଜ ଭାରସାମ୍ୟ ହରାଇ ତଳେ ପଡି ଯାଇଛି । ସେତେବେଳେ କୁକୁର ଟ୍ରେନର ହାତରେ ଥିଲା ହେଲେ କୁକୁର ଜବରଦସ୍ତି ଯାଇ ମୋ ଛୁଆକୁ କାମୁଡି ଝୁଣି ଦେଇଛି ତାକୁ ଛିନ ଛତର କରି ଦେଇଛି । ଯେତେବେଳେ ମୋ ଛୁଆ ସାହାର୍ଯ୍ୟ ମାଗି ଚିତ୍କାର କରିଛି କୁକୁର ନିଜ ମାଲିକର କୌଣସି କମାଣ୍ଡ ମାନି ନାହିଁ ।
ସେଇଠି ଗୋଟେ ବୟସ୍କ ଲୋକ ଆସି ମୋ ପୁଅ ପାଖରୁ କୁକୁରକୁ ଛଡାଇ ଛନ୍ତି । ମୋ ପୁଅର ଚିକିତ୍ସା ବେଳେ କୁକୁର ମାଲିକ କହୁଛନ୍ତି ସେ ସେଇଠି ଥିଲେ ହେଲେ ସେ ନଥିଲେ । ମୋ ପୁଅ ବହୁତ କଷ୍ଟ ପାଇଛି ଆଉ ଆମେ ମାନେ ବି ବହୁତ କଷ୍ଟ ପାଇଛୁ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।