ମାଟିରେ ଶୋଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିନକୁ ମାତ୍ର 3ରୁ 4ଘଣ୍ଟା ନେବେ ବିଶ୍ରାମ..ସେ ହେଉଛନ୍ତି ଯଜମାନ !

ମାଟିରେ ଶୋଇବେ ପ୍ରଧାନମନ୍ତ୍ରୀ ! ଅଯୋଧ୍ୟାରେ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରାଣପ୍ରତିଷ୍ଠା । ଏହି ବିଶାଳ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଯମାନ ହେବେ । ଯେକୌଣସି ଅନୁଷ୍ଠାନ କାର୍ଯ୍ୟରେ ଯିଏ ଯଯମାନ ହୋଇଥାନ୍ତି । ସେ ନିଷ୍ଠା ସହକାରେ ରହିଥାନ୍ତି । କାରଣ ତାହା ହେଉଛି ହିନ୍ଦୁ ଧର୍ମର ପରମ୍ପରା । ତେବେ ଯଯମାନଙ୍କ ସହ ଏହି କର୍ମରେ ସାମିଲ ଥିବା 121 ବ୍ରାହ୍ମଣ ମଧ୍ୟ ଏଥିରେ ରହିବେ ।

ତେବେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ହେବାକୁ ଯାଉଥିବା ପୂଜାପାଠ ତଥା ଯଜ୍ଞ ଆଦିରେ ପ୍ରଧାନମନ୍ତ୍ରୀ ଯଯମାନ ହେବା ସହ ତାଙ୍କୁ ଅନେକ କିଛି ନିୟମର ମଧ୍ୟ ପାଳନ କରିବାକୁ ପଡିବ । ଖାଇବା, ପିଇବା ଠାରୁ ଶୋଇବା ପର୍ଯ୍ୟନ୍ତ ସବୁ ନିୟମ ମନି ଚାଲିବା ବହୁତ କଷ୍ଟକର କାମ ହୋଇଥାଏ । ତଥାପି ଏହି ସବୁ ନୀତିନିୟମ ମାନି ପ୍ରଧାନମନ୍ତ୍ରୀ ଯଯମାନ ରୂପେ ପୂଜାରେ ସାମିଲ ହୋଇବେ । ନିଜର ବହୁ ମୂଲ୍ୟ ସମୟ ସେ ରାମଲାଲାଙ୍କ ପୂଜାପାଠ, ଯଜ୍ଞ ପାଇଁ ଦେବେ ।

ତେବେ ଯଜ୍ଞ ସମୟରେ ବ୍ରାହ୍ମଣ ଓ ଯଯମାନଙ୍କୁ ଭୂମୀରେ ମଧ୍ୟ ଶୋଇବାକୁ ପଡିବ । ଶୋଇବା ପାଇଁ ମାଟିରେ କୁଶ ଆସନ ବିଛାଯାଇ ସେଠାରେ ଶୋଇବାକୁ ହୁଏ । ଯାହା ଉପରେ ସବୁ ଅନୁଷ୍ଠାନର ପୂଜାକାର୍ଯ୍ୟରେ ଜଡିତ ଲୋକମାନେ ଶୋଇବେ । ତେବେ ଏହାରି ମଧ୍ୟରେ ଯେତେବେଳେ ଅଯୋଧ୍ୟା ରାମମନ୍ଦିରରେ ରାମଙ୍କର ପ୍ରାଣ ପ୍ରତିଷ୍ଠାରେ ପ୍ରଧାନମନ୍ତ୍ରୀ ଯଯମାନ ବନିବେ ।

ସେତେବେଳେ ପ୍ରଧାନମନ୍ତ୍ରୀ 11 ଦିନ ପର୍ଯ୍ୟନ୍ତ ମାଟି ଚଟାଣରେ ଶୋଇବେ । ଭୂମୀରେ ଶୋଇବା ସହ ସ୍ଵାଦିଷ୍ଠ ଖାଦ୍ୟ ଖାଇବେ ନାହିଁ । ଦିନକୁ ମାତ୍ର 3 ରୁ 4 ଘଣ୍ଟା ଶୋଇବେ । କାରଣ ଏହା ସବୁ ହେଉଛି ଜଣେ ଯଯମାନର କର୍ତ୍ତବ୍ୟ । ଯାହାକୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଳନ କରିବେ ।

ଅଯୋଧ୍ୟାର ଏହି ବିଶାଳ ସମାହାର ଭାବେ ଆୟୋଜନ ହୋଇଥିବା ରାମଲାଲାଙ୍କ ପୂଜାକାର୍ଯ୍ୟରେ 11 ଦିନ ବ୍ୟାପୀ ପୂଜାପାଠ, ଧ୍ୟାନ ଆରାଧନା, ହୋମଯଜ୍ଞ ଆଦି ଲାଗିରହିବ । ଯାହାକି ପରିବେଶକୁ ସଂପୂର୍ଣ୍ଣ ଭାବେ ରାମମୟ କରିଦେବ । ଏଥିସହ ସମସ୍ତଙ୍କ ମୁହଁରେ ଥିବ କେବଳ ଗୋଟିଏ କଥା ଜୟ ଶ୍ରୀ ରାମ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *