ତୁ ଯାହା ଚାହିଁଲୁ ମୁଁ ସେଇଆ କଲି ମୋ ଭୁଲ ପାଇଁ ତୋତେ ମୁଁ ସାରା ଦୁନିଆ ଆଗରେ ଭୁଲ ମାଗିଲି । ସୋସିଆଲ ମିଡିଆରେ ତୋ ଆଗରେ ହାତ ଯୋଡିଲି ଭିଡିଓ କଲ୍ କରି ପୁଅ ସହ କଥା ହେଲି । ଆଉ କଣ କରିଥାନ୍ତି ତୁ କହୁନୁ ଏବେ ତ ତୁ ଫେରିଆ ଏବେ ତ ଗୋଟେ ନୂଆ ଜୀବନ ଆରମ୍ଭ କରିବା ପାଇଁ ଗୋଟେ ସୁଯୋଗ ଦେ । ଆମ ପ୍ରେମ ବା ଅଷ୍ଟମ ଶ୍ରେଣୀରୁ ଆରମ୍ଭ ହୋଇଥିଲା କେମିତି ଦୂରେଇ ରହି ପାରୁଛ ତୃପ୍ତି ।
ସେହି ଭଲ ପାଇବାକୁ ଆଉ ଥରେ ଅନୁଭବ କରିବା ପାଇଁ ସୁଯୋଗଟି ଦିଅ । ବୋଧେ ଏମିତି କିଛି ଭାବନାକୁ ବାବୁସାନ ତାଙ୍କ ଶତ୍ରୁ ତୃପ୍ତିଙ୍କ ଆଗରେ ପ୍ରକାଶ କରି ତାଙ୍କୁ ଘରକୁ ଫେରି ଆସିବା ପାଇଁ କହୁଥିବେ । ହଁ ଆଜ୍ଞା ବାବୁସାନଙ୍କ ଠାରୁ ଏବେ ଦୂରେଇ ରହିଛନ୍ତି ସ୍ତ୍ରୀ ତୃପ୍ତି ଶତପଥି । ପ୍ରକୃତି, ବାବୁସାନ ଓ ତୃପ୍ତି ବିବାଦରେ ତୃପ୍ତି ତାଙ୍କ ଶଶୁର ଘର ଛାଡି ନିଜ ବାପା ଘରେ ରହୁଛନ୍ତି ।
ଯେଉଁଥି ପାଇଁ ବାବୁସାନଙ୍କ ପୁଅ ଗୋଆନ ମଧ୍ୟ ବାବୁସାନଙ୍କ ଠାରୁ ଦୂରେଇ ରହିଛି । ତେବେ ବରିଷ୍ଠ ଅଭିନେତା ତଥା ବାବୁସାନଙ୍କ ବାପା ଉତ୍ତମ ମହାନ୍ତିଙ୍କ ଦେହ ଅସୁସ୍ଥ ଥିବା ବେଳେ ସେ ତାଙ୍କ ନାତିକୁ ବହୁତ ଝୁରି ହେଉଛନ୍ତି । ପ୍ରତିଟି ସମୟରେ ନାତି ଗୋଆନକୁ ଖୋଜୁ ଛନ୍ତି ଉତ୍ତମ ମହାନ୍ତି । ସେପଟେ ଅପରାଜିତା ମହାନ୍ତି ମଧ୍ୟ ତାଙ୍କ ନାତିକୁ ବହୁତ ଦିନ ହେବ ନ ଦେଖି ତାଙ୍କୁ ଝୁରି ହେଉଥିବାର ସୂଚନା ମିଳିଛି ।
ସେଥିପାଇଁ କୁଆଡେ ବାବୁସାନ ସବୁବେଳେ ତୃପ୍ତିଙ୍କୁ ବୁଝାଉ ଛନ୍ତି । ଫୋନ କରି ସବୁବେଳେ କଥା ହେଉଛନ୍ତି । ସେ କହୁଛନ୍ତି ଯାହା ହେଇ ଯାଇଛି ସେଥିପାଇଁ ମୁଁ ମୋ ଭୁଲକୁ ବୁଝି ପାରିଛି ଏବଂ ମୁଁ ମୋ ଭୁଲର ପ୍ରାୟଶ୍ଚିତ ମଧ୍ୟ କରୁଛି । ତୁମେ ଫେରି ଆସ ତୃପ୍ତି ଆମେ ପୁଣି ଆଉ ଏକ ନୂଆ ଆରମ୍ଭ କରିବା । ଯଦି ଦେଖିବା ବାବୁସାନ ତୃପ୍ତିଙ୍କୁ ଭୁଲ ମାଗିବା ପରେ ଏବେ ପରିସ୍ଥିତି ଧରେ ଧୀରେ ସୁଧୁରିବାରେ ଲାଗିଛି ।
ବାବୁସାନ ନିଜ ପୁଅ ସହ ଭିଡିଓ କଲ୍ ରେ କଥା ହେଉଛନ୍ତି ଆଉ ଏଥର ପୁରା ପରିବାର ମିଶି ଗଣେଶ ପୂଜା କରିବେ ବୋଲି ବାବୁସାନଙ୍କ ଫ୍ୟାନ୍ସ ମାନେ କହୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଅମାକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।