‘ଛୁଆ ଗ୍ରିଲ ପାଖରେ ଆସି ହାତ ଠାରି ଡାକିଲା, ଆମେ ତାକୁ ମୋବାଇଲରେ ଦେଖି ଚିହ୍ନିଲୁ, ହେଲେ ସେ ଆଉ…’ ଦେଖନ୍ତୁ କଣ କହିଲେ ନିଖୋଜ ଅମ୍ରିତ ଦେଖିଥିବା ମହିଳା

ଦର୍ଶକ ବନ୍ଧୁ ଗତ ପାଞ୍ଚ ଦିନ ହେବ ଓଡିଶାରେ ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଗତ ପାଞ୍ଚ ଦିନ ତଳେ ଅମ୍ରିତ ନାମକ ଏକ କମ ବର୍ଷୀୟ ଛାତ୍ର କୁଆଡେ ଗାୟବ ହୋଇଯାଇଥିଲେ । ପରିବାର ଲୋକ ମାନେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ପରିବାର ଲୋକ ଏହାକୁ ଅପହରଣ ବୋଲି ପ୍ରଥମେ କହିଥିଲେ । ଦୀର୍ଘ ପାଞ୍ଚ ଦିନ ହେବ ଅମ୍ରିତଙ୍କ ପରିବାର ଲୋକଙ୍କ ଅବସ୍ଥା ବହୁତ ଜଟିଳ ଥିଲା ଆଉ ଏନେଇ ପୋଲିସ ମଧ୍ୟ ଅମ୍ରିତଙ୍କୁ ଖୋଜୁ ଥିଲା ।

ହେଲେ ଆଜି ସକାଳେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥିଲା । ଆଜି ସକାଳେ ଅମ୍ରିତ କୁରାଳର ଏକ ପଣ୍ଡିତ ସାହି ଯାଇ ଥିଲେ ଏବଂ ଏକ ସ୍ତ୍ରୀ ଲୋକକୁ ଡାକି ଥିଲେ । ସେହି ସ୍ତ୍ରୀ ଲୋକ ଜଣକ ପାଣି ଆଣିବାକୁ ଯାଉଥିବା ସମୟରେ ଅମ୍ରିତ ତାଙ୍କୁ ଡାକିବାରୁ ସେ ଅମ୍ରିତଙ୍କୁ ନିଜ ଘର ଭିତରକୁ ନେଇ ସରପଞ୍ଚଙ୍କୁ ଡକାଇ ଥିଲେ । ଏବେ ଅମ୍ରିତଙ୍କ ସହ ପୋଲିସ ପଚରା ଉଚରା କରୁଛି  ।

ଆଉ ଏହାରି ମଧ୍ୟରେ ସେହି ସ୍ତ୍ରୀ ଲୋକ ଜଣକ ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ବିଷୟରେ କହିଛନ୍ତି । ତେବେ ବନ୍ଧୁଗଣ ସ୍ତ୍ରୀ ଲୋକ ଜଣକ କଣ ସବୁ କହିଛନ୍ତି ଆଉ ଡେରି ନକରି ଆସନ୍ତୁ ଜାଣିବା । ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଆମେ ଦୁଇ ଜଣ ସ୍ତ୍ରୀ ଲୋକ ପାଣି ପାଇଁ ଆସିଥିଲୁ । ମୋ ସାଙ୍ଗରେ ଯେଉଁ ସ୍ତ୍ରୀ ଲୋକ ଥିଲେ ସେ ତାକୁ ଦେଖି ଡାକିଲେ ଆଉ କହିଲେ ତତେ କିଏ କିଡ୍ନାପ କରି ରଖିଦେଇଛି କି ।

ସେ ଛୁଆ ଡରିକି ଥିଲା । ମୁଁ ପାଖରୁ ଦେଖିଲା ପରେ ଜାଣିଲି । ସେତେବେଳେ ସକାଳ 8ଟା ହେଇଥିଲା । ଆମେ କିଛି ଜାଣିନୁ ଆମେ ତ ଚାରି ଦିନ ହେଲା ଏଇଠୁ ପାଣି ନେଉଛୁ । ଏହି ଚାରି ଦିନ ଭିତରେ ଆମେ ସେ ଛୁଆକୁ ନେଇ କୌଣସି ସୁରାଗ ପାଇନୁ । ଆମେ ଛୁଆକୁ ଦେଖି ଆଶ୍ଚର୍ଯ୍ୟ ହେଇ ଗଲି । ମୁଁ ତାର ଫଟୋ ଦେଖିଥିଲି ତେଣୁ ତାକୁ ପଚାରିଲି ଯେଉଁ ଛୁଆ ଚୋରୀ ହେଇଯାଇଛି ତୁ ସେହି ପିଲାଟି ।

ସେ କହିଲା ହଁ । ତା ପରେ ଆମେ ସରପଞ୍ଚଙ୍କୁ ଡକେଇଲୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସେହି ମହିଳା ଜଣକ ଘଟଣା ସମ୍ପର୍କରେ କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *