ଡିସିପିଙ୍କୁ ଧକ୍କା ମାରିଲେ, ମନ୍ତ୍ରୀଙ୍କ ଘରେ ପଶିଗଲେ…କିଏ ଓ କାହିଁକି କଲେ ଏମିତି କାଣ୍ଡ, ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ କ୍ୱାର୍ଟରକୁ ଧସେଇ ପଶିଲା ଛାତ୍ର କଂଗ୍ରେସ ।  ପ୍ରଥମେ ଫେଲ୍‌ ମାରିଲା ନବୀନ ନିବାସ ଘେରାଉ ପ୍ଲାନ୍‌ । ଆଉ ତାପରେ ଡିସିପିଙ୍କ ଉପସ୍ଥିତିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କ୍ୱାର୍ଟର ଭିତରକୁ ଧସେଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ । ମନ୍ତ୍ରୀଙ୍କ କ୍ୱାର୍ଟରକୁ ମଧ୍ୟ ଅଣ୍ଡା ମାଡ଼ କଲେ । ପ୍ରଥମେ ଧର୍ମେନ୍ଦ୍ର ସାହୁ ଆତ୍ମହତୟଆ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରି ନବୀନ ନିବାସ ଘେରାଉ କାରିବାକୁ ବାହାରିଥିଲେ ଛାତ୍ର କଂଗ୍ରେସ କର୍ମୀ ।

କିନ୍ତୁ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ତେବେ ପୋଲିସ ଅଟକାଇବାରୁ ସେଠାରେ ଛାତ୍ର କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏମିତିକି ପୋଲିସକୁ ଅଣ୍ଡା, ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ । ଯାହାଫଳରେ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା  । ଖାଲି ସେତିକି ନୁହେଁ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଟପିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀ ।

ତେବେ ସେଠାରୁ ଫେରି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଘର ସମ୍ମୁଖରେ ପ୍ରତିବାଦ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ତେବେ ସେଠାରେ ପୋଲିସ ପୂର୍ବରୂ ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବାରୁ କିଛି ଛାତ୍ର କଂଗ୍ରେସ କର୍ମୀ କ୍ୱାର୍ଟର ଭିତରେ ଧସେଇ ପଶିଥିଲେ । ଡିସିପିଙ୍କୁ ଗେଟ୍‌ ସମ୍ମୁଖରେ ଧକ୍କା ମାରି ଛାତ୍ର କଂଗ୍ରେସର ଜଣେ ମହିଳା କର୍ମୀ କ୍ୱାର୍ଟର ଭିତରେ ପଶିଥିଲେ । ତାଙ୍କ ସହ ଅନ୍ୟ ଜଣେ ଯୁବକ ମଧ୍ୟ ଘର ଭିତରେ ପଶି ପ୍ରତିବାଦ କରିଥିଲେ ।

ଛାତ୍ର କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ କ୍ୱାର୍ଟରକୁ ଅଣ୍ଡାମାଡ଼ ମଧ୍ୟ କରିଥିଲେ । ତେବେ ସେଠାରେ କିଛି ମହିଳା ପୋଲିସ ପହଞ୍ଚି ଉକ୍ତ ମହିଳା କର୍ମୀଙ୍କୁ କାବୁ କରିଥିଲେ । ଅଧିକାଂଶ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଏବେ ଅଟକ ରଖିଛି । ତେବେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତୟଆ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବି କରି ଆଜି ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲା ।

କର୍ମୀମାନେ ରାଲି କରି ମଧ୍ୟାହ୍ନ ସମୟରେ ନବୀନ ନିବାସ ଯିବା ବେଳେ ବାଟରେ ଅଟକାଇଥିଲା ପୁଲିସ । ଏହି ସମୟରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା । ଏହା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଅଭିମୁଖେ ରାଲିରେ ଯାଇଥିଲେ ଛାତ୍ର କଂଗ୍ରେସ କର୍ମୀ । ସେମାନଙ୍କୁ ପୁଲିସ ରୋକିବାକୁ ଚେଷ୍ଟା କରିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

କର୍ମୀମାନେ ମନ୍ତ୍ରୀଙ୍କ କ୍ୱାର୍ଟର୍ସ ଉପରେ ଅଣ୍ଡାମାଡ଼ କରିଥିଲେ । ଡିସିପି ଉପସ୍ଥିତ ଥିଲେ ବି କିଛି କର୍ମୀ ମନ୍ତ୍ରୀଙ୍କ ବାସଭବନ ପରିସରକୁ ପଶି ଯାଇଥିଲା । ସ୍ଥିତି ନିୟନ୍ତ୍ରଣ ନିମନ୍ତେ ଘଟଣାସ୍ଥଳରେ ୨ ଜଣ ଏସିପି ଓ ଜଣେ ଆଇଆଇସି ପୁଲିସ ଫୋର୍ସ ସହ ପହଞ୍ଚିଥିଲେ । ବିକ୍ଷୋଭରେ ସାମିଲ ଛାତ୍ର କଂଗ୍ରେସ କର୍ମୀମାନେ କହିଛନ୍ତି, ଯଦି ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦାବି ନ ମାନିବେ, ତେବେ ଆଗକୁ ସମସ୍ତ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *