ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଙ୍କ ହତୟଆ ଘଟଣା ସମ୍ପର୍କରେ ନିଶ୍ଚିତ ଭାବରେ ଅବଗତ ଥିବେ । ଏହି କେସ୍ ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଗିରଫ ହୋଇଛନ୍ତି । କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ହତୟଆ କରିବା ପରେ ପ୍ରାୟ ମାସେ ଧରି ଭୁବନେଶ୍ୱରରେ ଲୁଚି ବୁଲୁଥିଲେ ଶର୍ମିଷ୍ଠା ରାଉତ । ଏକ ମେମୋରୀ ଚିପ୍କୁ ନେଇ ଏହି ସୁଚିନ୍ତିତ ହତୟଆକାଣ୍ଡ ଘଟାଇବା ପରେ ମଧ୍ୟ ପୋଲିସ ନଜରରୁ ବର୍ତିବାରେ ସମର୍ଥ ହୋଇଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାନସଙ୍କୁ ହତୟଆ କରିବା ପରେ ପୋଲିସ ଜେରାର ସମ୍ମୁଖୀନ ହୋଇମଧ୍ୟ ଭୁବନେଶ୍ୱରରେ ଲୁଚିଥିଲେ ଶର୍ମିଷ୍ଠା । ମାନସ ଙ୍କ ହତୟଆ ର ପ୍ରାୟ ଏକ ମାସ ପରେ ପୋଲିସ ଗିରଫ କରିଛି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇ ଙ୍କୁ । ଏହା ସମେତ ଅନ୍ୟ ଅଭିଯୁକ୍ତ ଙ୍କୁ ମଧ୍ୟ ପୋଲିସ ଜେରା କରୁଛି ।
ତେବେ ସେହି ମେମୋରୀ ଚିପ୍ ରେ ଏଭଳି କଣ ଥିଲା ଯେଉଁ କାରଣରୁ କରାଯାଇଥିଲା କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ଙ୍କ ହତୟଆ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ସେହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଜଣା ପଡ଼ିବ । ତେବେ ବର୍ତ୍ତମାନ ସମୟ ରେ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ମାଧ୍ୟମ ରୁ ଏହା ଜଣା ପଡ଼ୁଛି ଯେ, ଏହା ମାନସ ଙ୍କ ଶେଷ ଭିଡିଓ ଅଟେ । କ୍ୟାମେରା ମ୍ୟାନ୍ ମାନସ ନିଜ ଦୁନିଆ ରେ ବେଶ ଭଲ ଏବଂ ଖୁସି ରେ ଥିଲେ । ଏହି ଭିଡିଓ ରେ ସେ ନିଜ ଟିମ୍ ମେମ୍ବର ମାନଙ୍କ ସହିତ ପୁରୀ ବୁଲିବାକୁ ଯାଇଥିଲେ । ସେଦିନ ବି ପୁରୀ ଯିବା ସମୟ ରେ ମାନସ ବହୁତ ଖୁସି ଥିଲେ । ଏହି ଭିଡିଓ ମାଧ୍ୟମରେ ଆପଣ ମାନେ ଦେଖି ପାରୁଥିବେ ଯେ, ମାନସ କିଭଳି ଭାବରେ ନିଜ ଟିମ୍ ମେମ୍ବର ଙ୍କ ସହିତ ପୁରୀ ଯିବା ସମୟ ରେ ଖୁସି ଅଛନ୍ତି ଏବଂ ଭିଡିଓ ସୁଟିଂ ମଧ୍ୟ କରୁଛନ୍ତି ।
ତେବେ ପୁରୀ ରୁ ଫେରିବା ପରେ ଶର୍ମିଷ୍ଠା ରଚିଥିଲା ହତୟଆ ର ଷଡ଼ଯନ୍ତ୍ର । ଏହାପରେ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହୋଇଥିଲେ ଶର୍ମିଷ୍ଠା ଙ୍କ ହତୟଆ ଷଡ଼ଯନ୍ତ୍ର ର ଶିକାର । ତେବେ ବର୍ତ୍ତମାନ ଶର୍ମିଷ୍ଠା କ୍ରାଇମବ୍ରାଞ୍ଚ ଙ୍କ ଜେରା ରେ ଅଛନ୍ତି । ପ୍ରକୃତ ସତ୍ୟ କଣ ତାହା କେବଳ ଶର୍ମିଷ୍ଠା ଙ୍କ ମୁହଁ ରୁ ହିଁ ଜଣା ପଡ଼ିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।