ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଗତ କିଛି ଦିନ ହେବ ବାଙ୍ଗୀ ଉପଖଣ୍ଡରେ ବିସ୍ମିତ କଲା ଭଳି ଏକ ଘଟଣା ଦେଖିବାକୁ ମିଳୁଛି ।
ମାଛ ଦୋକାନ ଖୋଲିଲେ ଚାଲି ଆସୁଛନ୍ତି ସାପ ଦେଖିଲା ଲୋକ ବି ଚକିତ ହୋଇ ଯାଉଛନ୍ତି । ବାଙ୍କି ରଣପୁର ଗାଁର ଯୁଧିଷ୍ଟିର ପ୍ରଦାନ ଟେଲର ଦୋକାନ କରିଥିଲେ । କରୋନା ଆସିଲା ପରେ ବନ୍ଦ ହେଇଗଲା ଦୋକାନ । ପରିବାର ଚଳେଇବାକୁ ବାଙ୍କି କଲେଜ ରୋଡରେ ଏକ ଭଡା ଦୋକାନ ନେଇ ଯୁଧିଷ୍ଟିର ମାଛ ବେପାର କରନ୍ତି ।
ମାଛ ବିକ୍ରି କରିବା ପରେ ସେ ମାଛର ପୁଟା ଓ ଗାଳିଚିକୁ ସେ ଫିଙ୍ଗି ଦିଅନ୍ତି । ହେଲେ ଏହାକୁ ବିଲେଇ, କାଉ ଓ କୁକୁର ଖାଇବା ବଦଳରେ ଧଣ୍ଡ ସାପ ଖାଇଯାନ୍ତି । ଅଧ୍ୟାପକ ବିରାବର ହରି ଚନ୍ଦନ ଏହି ଘଟଣାକୁ ପ୍ରଥମେ ଦେଖିବା ପରେ ଯୁଧିଷ୍ଟିରଙ୍କୁ ଜଣାଇ ଥିଲେ । ପ୍ରାୟ ଏକ ମାସ ଧରି ଅନୁଧ୍ୟାନ କଲା ପରେ ଜଣା ପଡିଲା ଗୋଟିଏ ନୁହେଁ ଏହି ପରି ଚାରୋଟି ସାପ ସେଠାକୁ ଆସୁଛନ୍ତି ।
ଏ ସମ୍ପର୍କରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଲଳିତ ମୋହନ ପଣ୍ଡାଙ୍କୁ ଯୁଧିଷ୍ଟିର ସବୁ କଥା ଜଣାଇ ଥିଲେ । ଏହା ପରେ ଲଳିତ ଆସି ପୁରା ଘଟଣା ଦେଖିଥିଲେ । ସେ ଜାଣିବାକୁ ପାଇଥିଲେ ସେଠାରେ ପାଞ୍ଚରୁ ଅଧିକ ଧଣ୍ଡ ସାପ ସହିତ ଗୋଟିଏ ଢମଣା ସାପ ବି ରହୁଛି । କେବଳ ମାଛ ବିକ୍ରି ହେଉଥିବା ଦିନ ହିଁ ସାପ ମାନେ ଏଠାକୁ ଆସୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେଉଁ ଦିନ ଯୁଧିଷ୍ଟିର ଆସନ୍ତିନି ସାପ ମାନେ ମଧ୍ୟ ଆସି ନଥାନ୍ତି ।
ଏହି ସାପ ଗୁଡିକ ଆସି କେବଳ ଖାଉ ଛନ୍ତି ଆଉ ଚାଲି ଯାଉଛନ୍ତି । ସାପ ଗୁଡିକ କାହାର କୌଣସି କ୍ଷତି କରୁ ନଥିବା ସାରା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ବନ୍ଧୁଗଣ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।