ସତ ହେଉଛି କି ମାଳିକା ବଚନ ! ମନ୍ଦିର ମୁଣ୍ଡରେ ଖେଳୁଛି ମୀନ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବର୍ତ୍ତମାନ ସମୟ ରେ ଲଗାତାର ବର୍ଷା ଲାଗି ରହିଛି । ବର୍ଷା ର ପରିମାଣ ଏତେ ମାତ୍ରାରେ ବଢ଼ି ଯାଇଛି ଯେ, ବର୍ଷା ଜଳ ଯୋଗୁଁ ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇ ସାରିଛି । ବର୍ଷା ଥମିବାର ନାଁ ମଧ୍ୟ ନେଉ ନାହିଁ । ବର୍ଷା ଜଳ ରାସ୍ତାଘାଟ ରେ ଜମିବାରେ ଲାଗିଛି । ଯେଉଁ କାରଣରୁ ଯାତାୟାତ ନିମନ୍ତେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି । ଆପଣ ମାନେ ଜାଣିଥିବେ ଯେ,

ଗତ କିଛି ଦିନ ହେବ ଏହି ବର୍ଷା ଯୋଗୁଁ ଶ୍ରୀମନ୍ଦିର ର ବାଇଶି ପାହାଚ ରେ ପାଣି ଜମିଥିଲା । ଯାହା ସମସ୍ତଙ୍କ ପାଇଁ ଅବିଶ୍ଵସନୀୟ ଥିଲା । ଏହାପରେ ଦେଖିବାକୁ ମିଳିଲା ଯେ, ଅର୍କ କ୍ଷେତ୍ର କୋଣାର୍କ ରେ ମଧ୍ୟ ବର୍ଷା ପାଣି ଜମିବାରୁ ପର୍ଯ୍ୟଟକ ମାନେ ମଧ୍ୟ କୋଣାର୍କ ର କାରୁକାର୍ଯ୍ୟ ର ଆନନ୍ଦ ଲାଭ କରି ପାରିଲେ ନାହିଁ ।

ବର୍ଷା ଯୋଗୁଁ ଅନେକ ଜୀବନ ହାନୀ ମଧ୍ୟ ହୋଇ ସାରିଛି । ତେବେ ରାଜ୍ୟ ରେ ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଭବିଷ୍ୟତ ରେ ଭୟାଭୟ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ରହିଛି । ତେବେ ବର୍ତ୍ତମାନ ମହାନଦୀ ରେ ମଧ୍ୟ ଭୟଭୟ ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀ ରେ ଭର୍ତ୍ତି ବନ୍ୟା ପାଣି । ଭୟଭୀତ ଅଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ସହର ବାସୀ ।

ଉପର ମୁଣ୍ଡ ରେ ବର୍ଷା ହେଉଥିବାରୁ ଫୁଲିବାରେ ଲାଗିଛି ଚିରସ୍ରୋତା ମହାନଦୀ । ତେବେ ମହାନଦୀ ଗର୍ଭ ରେ ଥିବା ଐତିହାସିକ ସପ୍ତ ଭଗିନୀ ମାଁ ବାଇକିନୀ ଙ୍କ ମନ୍ଦିର ବନ୍ୟା ପାଣି ଘେର ରେ ରହିବା ସହିତ ବୁଡ଼ି ରହିଛି । ତେବେ ବନ୍ୟା ର ସ୍ଥିତି ଦିନକୁ ଦିନ ଭୟଭୀତ ହେବାରେ ଲାଗିଛି । ବନ୍ୟା ର ଜଳ ବାହାରକୁ ଆସିବାରେ ଲାଗିଛି ।

ଯାହା ଦ୍ଵାରା ରାସ୍ତା ଜଳମଗ୍ନ ହେବାରେ ଲାଗିଛି । କଣ ଭବିଷ୍ୟତ ରେ ସତ ହୋଇଯିବ କି ମାଳିକା ବଚନ? ତେବେ ଏହାର ସ୍ଥାୟୀ ସମାଧାନ କେବେ ହେବ ତାହା ଭବିଷ୍ୟତ ରେ ହିଁ ଜଣା ପଡ଼ିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *