ମାଣଓଷା ! ପାଳନ କରନ୍ତୁ ଏହି ନିୟମ, ହେବ ଧନର ବର୍ଷା, ସ୍ଵୟଂ ମା’ ଲକ୍ଷ୍ମୀ ଆସିବେ ଘରକୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଓଡ଼ିଶା ରେ ପ୍ରଚଳିତ ମୁଖ୍ୟ ପର୍ବ ଗୁଡ଼ିକ ମଧ୍ୟରୁ ମାଣବସା ଗୁରୁବାର ହେଉଛି ଅନ୍ୟତମ । ଏହି ଦିନ ଧନ ର ଦେବୀ ମାତାଲକ୍ଷ୍ମୀ ଙ୍କୁ ବିଧି ବିଧାନ ର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପୂଜା ଘରେ ଘରେ ହୋଇଥାଏ । ମାସ ଗୁଡ଼ିକ ମଧ୍ୟରୁ ମାର୍ଗଶୀର ମାସ ହେଉଛି ଶ୍ରେଷ୍ଠ ମାସ । ତେଣୁ ଏହି ମାସ ରେ ମାଆ ମହାଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ । ଏହି ମାଣବସା ଗୁରୁବାର ସମ୍ପୂର୍ଣ୍ଣ ରୂପରେ ମାତାଲକ୍ଷ୍ମୀ ଙ୍କୁ ସମର୍ପିତ ଅଟେ ।

ତେବେ ଏହି ମାଣବସା ଗୁରୁବାର ଦିନ ବହୁ ବିଧି ବିଧାନ ର ସହିତ ମାତାଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ । ଏହି ସମସ୍ତ ନିୟମ ଗୁଡ଼ିକୁ ପାଳନ କରିବା ଦ୍ୱାରା ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ଧନ ଓ ଐଶ୍ଚର୍ଯ୍ୟ ର ବୃଦ୍ଧି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ନିୟମ ଗୁଡ଼ିକ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ମାର୍ଗଶିର ମାସ ର ପ୍ରତ୍ୟେକ ଗୁରୁବାର ଦିନ ଘରେ ପୀଠଉ ରେ ଝୋଟି ଅଙ୍କା ଯାଇଥାଏ । ମାତାଲକ୍ଷ୍ମୀ ଙ୍କ ସୁନ୍ଦର ପାଦ ଝୋଟି ରେ ପକାଇ ଘରକୁ ସୁସଜ୍ଜିତ କରାଯାଇଥାଏ । ଘରର ଅଗଣା ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଘରେ ଝୋଟି ପଡ଼ିଥାଏ । ମାତାଲକ୍ଷ୍ମୀ ଙ୍କୁ ସ୍ଵାଗତ କରିବା ନିମନ୍ତେ ବିଭିନ୍ନ ପ୍ରକାର ପତ୍ର ଓ ପୁଷ୍ପ ର ମଧ୍ୟ ଝୋଟି ପକାଯାଇଥାଏ ।

୨. ଦ୍ବିତୀୟତଃ, ମାର୍ଗଶିର ମାସ ହେଉଛି ଧାନ ଅମଳ ର ମାସ । ତେଣୁ ଗାଁ ମାନଙ୍କ ରେ ଧାନ ଖଳା ଆଣି ଧାନ ଜମା କରାଯାଇଥାଏ । ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ପ୍ରାତଃ କାଳ ରୁ ସ୍ନାନ ସାରି ଶୁଦ୍ଧ ହୋଇ ମାଣ ବସାଇବା ସ୍ଥାନରେ ପିଢ଼ା ପରି ଆସନ ରଖାଯାଇଥାଏ ଏବଂ ସେଥିରେ ନୂଆ ମାଣ ରଖାଯାଇଥାଏ ଓ ଦେଉଳ ଆକାର କରି ଧାନ ରଖାଯାଏ । ଏହାପରେ ନୂଆ ବସ୍ତ୍ର ରେ ଧାନ ମାଣ କୁ ସଜ୍ଜିତ କରାଯାଏ ।

୩. ତୃତୀୟତଃ, ଏହି ମାଣବସା ଗୁରୁବାର ଦିନ ଭିନ୍ନ ଭିନ୍ନ ପ୍ରକାରର ପିଠାପଣା ତିଆରି କରାଯାଇଥାଏ ଏବଂ ଧୂପ ଦୀପ ଓ ନୈବେଦ୍ୟ ଦେଇ ମାତାଲକ୍ଷ୍ମୀ ଙ୍କୁ ପୂଜା କରାଯାଏ । ପ୍ରଥମ ପାଳି ମାଣବସା କୁ ବସା ପାଳି ମଧ୍ୟ କୁହାଯାଏ ଏବଂ ଏହି ଦିନ ଠାରୁ ମାତାଲକ୍ଷ୍ମୀ ଙ୍କ ଧାନ ମାଣ ର ପୂଜା କରାଯାଏ । ମାଆ ଲକ୍ଷ୍ମୀ ଙ୍କ ମନ୍ତ୍ର କୁ ପାଠ କରି ତାଙ୍କୁ ଆବାହନ ମଧ୍ୟ କରାଯାଇଥାଏ ।

୪. ଚତୁର୍ଥତଃ, ମାତାଲକ୍ଷ୍ମୀ ଙ୍କୁ ପୂଜା ରେ ଭିନ୍ନ ପ୍ରକାରର ଭୋଗ ସମର୍ପଣ କରାଯାଏ । କିନ୍ତୁ କୌଣସି ପ୍ରକାର ଖଟା ଫଳ ସମର୍ପଣ କରାଯାଇ ନଥାଏ । ଦ୍ବିପହର ରେ ଖେଚୁଡ଼ି ଓ ଡାଲମା ଆଦି ଭୋଗ ଲଗାଯାଏ । ପଦ୍ମ ଫୁଲ ହେଉଛି ମାତାଲକ୍ଷ୍ମୀ ଙ୍କ ଅତିପ୍ରିୟ । ତେଣୁ ଏହି ଦିନ ମାଆ ଙ୍କୁ ପଦ୍ମ ଫୁଲ ନିଶ୍ଚିତ ଭାବରେ ଅର୍ପଣ ହୋଇଥାଏ । ଏହାପରେ ମାତାଲକ୍ଷ୍ମୀ ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଏ ଏବଂ ସ୍ତୁତି ପାଠ କରି ମାଆ ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରାଯାଇଥାଏ ଏବଂ ପରିଶେଷରେ ମାଆ ଙ୍କୁ ପ୍ରଣାମ କରାଯାଇଥାଏ ।

ତେବେ ବନ୍ଧୁଗଣ ଏହିପରି ଭାବରେ ସମ୍ପୂର୍ଣ୍ଣ ବିଧି ବିଧାନ ତଥା ନିୟମ ର ସହିତ ମାଣବସା ଗୁରୁବାର ଦିନ ମାତାଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *