Sum Hospital ର ସବୁ ଗୁମର ଖୋଲିଦେଲେ ମାମୁଁ, କହିଲେ ଭାଣିଜି ଶ୍ରାବଣୀ ମୃତ୍ୟୁ ଗୁମର୍, କିପରି ହସ୍ପିଟଲ ତାକୁ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରାଜଧାନୀର ଏକ ଘରୋଇ ହସ୍ପିଟାଲ ଅର୍ଥାତ ସମ ହସ୍ପିଟାଲରେ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଛୋଟ ପିଲାର ପେଟରୁ କାଢି ନେଲେ କିଡ଼ନୀ ଓ ଟଙ୍କା ଦେବା ପାଇଁ ଦେଲେ ଅଫର । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଭରତପୁର ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲ ବିରୋଧରେ । କୁନିଝିଅର ମୃତ୍ୟୁ ପରେ ତାର ପିତାମାତା ହସ୍ପିଟାଲ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ହସ୍ପିଟାଲ ବାହାରେ ଉତ୍ତେଜନା ଦେଖାଦେଇଛି ।

ତେବେ ସୂଚନା ଅନୁସାରେ, ଲିଙ୍ଗରାଜ ଥାନା ଗ୍ୟାରେଜ ଛକ ଗାୟତ୍ରି ବସ୍ତିରୁ ସାଇକେଲରୁ ପଡି଼ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ଏକ କୁନି ଝିଅ । ‌ସେଠାରେ ତାର ଚିକିତ୍ସା ଚାଲିଥିଲା । ଅପରେସନର ୮ ଦିନ ପରେ ପିଲାଟିର ମୃତ୍ୟୁ ଘଟିଛି । ଏହାପରେ ତାର କିଡ଼ନୀ ଚୋରି ହୋଇଥିବା ନେଇ ପିତାମାତା ଅଭିଯୋଗ ଆଣିଛନ୍ତି ।

ସାଇକେଲରୁ ପଡ଼ି ପିଲାଟିର କିପରି ମୃତ୍ୟୁ ଘଟିଲା ଓ ତାର ପେଟ କିପରି କଣା ହେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେବେ ମୃତ ନାବାଳିକାର ପିତାମାତା ଘଟଣାର ସତ୍ୟାସତ୍ୟ ପାଇ ପୋଷ୍ଟମର୍ଟମର ଭିଡିଓଗ୍ରାଫି ପାଇ ଦାବି କରିଛନ୍ତି । ଦାବି ପରେ ପୋଷ୍ଟମର୍ଟମ ସମୟର ଭିଡିଓଗ୍ରାଫି ହୋଇଥିବା ଜଣାପଡ଼ିଛି ।

ଫରେନସିକ ଟିମର ଉପସ୍ଥିତିରେ ଘରୋଇ ହସ୍ପିଟାଲର ଜଣେ ପ୍ରତିନିଧି ଓ ଅଭିଯୋଗ କାରୀଙ୍କ ପରିବାରରୁ ଜଣଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ପୋଷ୍ଟମର୍ଟମ କରିଛନ୍ତି । ମାତ୍ର ପିଲାଟିର ମୃତ୍ୟୁକୁ ନେଇ ପୋଷ୍ଟମର୍ଟମ ଓ୍ବାର୍ଡ ବାହାରେ ଉତ୍ତେଜନା‌ ଲାଗି ରହିଛି । ତେବେ ଉତେଜନା ଦୃଷ୍ଟିରେ‌ ରଖି ଶୃଙ୍ଖଳା ଦୃଷ୍ଟିରୁ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛି ।

ଭିଡିଓଗ୍ରାଫି ପରେ ପିଲାଟିର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ଅତିରିକ୍ତ ଡିସିପି କହିଛନ୍ତି, “ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସବୁ ସତ ପଦାକୁ ଆସିବ । ଡାକ୍ତରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେପଟେ ଗାୟତ୍ରୀ ବସ୍ତିର ସ୍ଥାନୀୟ କର୍ପୋରେଟର କହିଛନ୍ତି, “କିଡ଼ନୀ ଚୋରି ମିଛ । ଯାହା ସଦେହ ହେଉଥିଲା ତାହା ଦୂର ହୋଇଛି ।”

ପିଲାଟିର ପିତାମାତା କିଡ଼ନୀ ଚୋରି ନେଇ ଅଭିଯୋଗ କରୁଥିବା ବେଳେ, ଏପର୍ଯ୍ୟନ୍ତ ଡାକ୍ତରଙ୍କ ରିପୋର୍ଟ ଆସିନାହିଁ । ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡ଼ିବ । ତେବେ ଝିଅ ର ମାମୁଁ ଙ୍କ କହିବା କଥା କି ତାଙ୍କ ଝିଅ ହସ୍ପିଟାଲରେ ଭର୍ତ୍ତି ହେଲେ କହିଲେ କି ତାଙ୍କ କିଡନୀ ରେ କଣ ଖରାପ ଅଛି ଏବଂ ଅପରେସନ କରିଥିଲେ ତେବେ ସବୁ ଠିକ ଠାକ ଥିଲା ଆମେ ଯାଇ ଦେଖିଥିଲୁ ମଧ୍ୟ କିନ୍ତୁ ହଠାତ ଆମକୁ କହୁଛନ୍ତି ଝିଅ ମୃତ୍ୟୁ ହୋଇଯାଇଛି ତେବେ ଫୁଣି ତାକୁ ପ୍ୟାକ କରି ରଖି ଦେଇଛନ୍ତି ଏବଂ ଆମକୁ ଦେଖିବାକୁ ମଧ୍ୟ ଦେଉ ନାହାନ୍ତି । ତେବେ ଆମେ ଏହି ଅନ୍ୟାୟ ବିରୁଦ୍ଧରେ ଲଢ଼ିବୁ ଏବଂ ଦୋଷୀକୁ ଦଣ୍ଡ ଦେବୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *