ମହିଳାଙ୍କଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ସମସ୍ୟା ! ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା Dr Alakta Das ଙ୍କ ଠାରୁ…

ବନ୍ଧୁଗଣ ଅଧିକାଂଶ ମହିଳା ମାନଙ୍କର ହ୍ଵାଇଟ୍ ଡିସ୍ ଚାର୍ଜ ବା ଧଳା ସ୍ରାବ ସମସ୍ୟା ହେଉଛି । ଏହି ସମସ୍ୟା ଏବେ ମହିଳା ମାନଙ୍କ ମଧ୍ୟରେ ସାଧାରଣ ହୋଇ ଯାଇଛି । ପ୍ରତି 10 ଜଣ ମହିଳାଙ୍କ ମଧ୍ୟରେ 4 ଜଣ ମହିଳାଙ୍କର ଏହି ସମସ୍ୟା ହେଉଛି । ତେବେ ସମସ୍ତ ଲୋକ ଜାଣିବା ଦରକାର ଯେ, ହ୍ଵାଇଟ୍ ଡିସ୍ ଚାର୍ଜ କଣ ଆଉ କେଉଁ ହ୍ଵାଇଟ୍ ଡିସ୍ ଚାର୍ଜଟି ସାଧାରଣ ଆଉ କେଉଁ ହ୍ଵାଇଟ୍ ଡିସ୍ ଚାର୍ଜ ଅସାଧାରଣ ଆଉ କେଉଁ ହ୍ଵାଇଟ୍ ଡିସ୍ ଚାର୍ଜ ପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଯୁଟ୍ରେସ ତଳ ପାର୍ଟକୁ ସର୍ଭିକ୍ସ ଏବଂ ତା ପରେ ଅଛି ଭଜାଇନା । ସର୍ଭିକ୍ସରେ କେତେକ ଗ୍ଲାଣ୍ଡ ଅଛି ସେହି ଗ୍ଲାଣ୍ଡରୁ ଯେତେବେଳେ ଶିକ୍ରେସନ ହୁଏ ତାହା ଭଜାଇନା ସେଲ୍ସ ସହ ମିଶି ବାହାରି ଥାଏ । ଯେହେତୁ ସେଇଟା ଧଳା ରଙ୍ଗର ଥାଏ ତେଣୁ ଆମେ ତାକୁ ହ୍ଵାଇଟ୍ ଡିସ୍ ଚାର୍ଜ ବୋଲି କହିଥାଏ ।

ଯେତେବେଳେ ଝିଅ ମାନଙ୍କର ପିରିଅଡ୍ସ ହେଉଛି ସେତେବେଳେ ଝିଅ ମାନଙ୍କ ଶରୀରରେ ହର୍ମୋନାଲ ଚେଞ୍ଜେସ ବହୁତ ପ୍ରକାରର ହୋଇଥାଏ । ତେଣୁ ପିରିଅଡ୍ସ ସମୟରେ ମଧ୍ୟରେ ହ୍ଵାଇଟ୍ ଡିସ୍ ଚାର୍ଜ ଦେଖା ଯାଏ । ଯେମିତି ଆମ ପାଟି ଅଛି ପାଟି ଭିତରେ ସଲେଇଭା ଅଛି ଯାହା ସବୁବେଳେ ପାଟିକୁ ଓଦା ରଖେ । ତେଣୁ ହ୍ଵାଇଟ୍ ଡିସ୍ ଚାର୍ଜ ସବୁବେଳେ ଖରାପ ନୁହେଁ ଏହା ମହିଳା ମାନଙ୍କର ପ୍ରୋଟେକ୍ସନ କରେ ।

ପିରିଅଡ୍ସ ଶେଷ ହେବା ପରେ ହ୍ଵାଇଟ୍ ଡିସ୍ ଚାର୍ଜ ହୋଇଥାଏ ସେଇଟା ସାଧାରଣ ଅଟେ । ହେଲେ ବେଳେବେଳେ ମଧ୍ୟମ ସମୟରେ ବା ଯେତେବେଳେ ଝିଅ ମାନଙ୍କର ଏଗ ରିଲିଜ ହୁଏ 14 ଦିନ ପାଖାପାଖି ମିଡ ସାଇକେଲରେ ସେତେବେଳେ ମଧ୍ୟ ଝିଅ ମାନଙ୍କର ଗୋଟେ ପ୍ରକାରର ଡିଶ୍ଚାର୍ଜ ହୁଏ ସେଇଟା ଟିକେ ଅଠାଳିଆ ଥାଏ । ସେଇଟା ଗୋଟେ ଭଲ ସଂକେତ ଆଉ ସେଇଟା ବହୁତ ସାଧାରଣ ।

ହେଲେ ଯେତେବେଳେ ଏହି ହ୍ଵାଇଟ୍ ଡିସ୍ ଚାର୍ଜ ଅତ୍ୟଧିକ ହେବ, ଆପଣଙ୍କ ଅଣ୍ଡରୱେର ପୁରା ଓଦା ହେଇ ଯାଉଛି ବା ରଙ୍ଗରେ କିଛି ପରିବର୍ତ୍ତନ ହେଉଛି ସାଧାରଣ ହ୍ଵାଇଟ୍ ଡିସ୍ ଚାର୍ଜର ରଙ୍ଗ ହେଉଛି ଧଳା ବା ଟିକେ ହଳଦିଆ । ହେଲେ ଯେତେବେଳେ ଏହା ସବୁଜ ହେଇଯିବ, ଗ୍ରେ ହେଇଯିବ ବା ଅତ୍ୟଧିକ ହଳଦିଆ ହେଇଯିବ ତା ହେଲେ ତାହା ଅସାଧାରଣ ହ୍ଵାଇଟ୍ ଡିସ୍ ଚାର୍ଜ ଅଟେ ।

ଏହା ସହ ଗୋଟେ ଦୁର୍ଗନ୍ଧ ମଧ୍ୟ ଆସିବ ଯାହା ଅସାଧାରଣ ହ୍ଵାଇଟ୍ ଡିସ୍ ଚାର୍ଜର ସଂକେତ ଅଟେ । ଏସବୁ ହେଲେ ଆପଣଙ୍କୁ ଭଜାଇନାରେ କୁଣ୍ଡେଇ ହେବ, ରାସେସ ଆସିଯିବ, ବାରମ୍ବାର ୟୁରିନ ଇନଫେକ୍ସନ ବି ହେଇପାରେ ତେଣୁ ଏସବୁ ସଂକେତ ଯଦି ରହିଲା ଆପଣ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *