ନମସ୍କାର ବନ୍ଧୁଗଣ, ମହାପ୍ରଭୁ ଜଗନ୍ନାଥ ସାରା ବିଶ୍ଵ ପ୍ରସିଦ୍ଧ ଅଟନ୍ତି । ତାଙ୍କ କୃପାରେ ଏହି କଳିଯୁଗ ଚାଲିଛି । ଭଗବାନଙ୍କ ଆଶୀର୍ବାଦ ପାଇଁ ମଣିଷ ଅନେକ ଧନ ସମ୍ପତ୍ତିର ଅଧିପତି ତ ହୋଇଯାଏ । କିନ୍ତୁ ଭଗବାନଙ୍କୁ ଲୋଭ ଛଡାଇ କେହି କୋଟି କୋଟି ଟଙ୍କା ଦାନ କରିବା ତ ଛାଡ ଲକ୍ଷେ ଦବା ପାଇଁ ମଧ୍ୟ କୁଣ୍ଠାବଧ କରୁଛନ୍ତି । କିନ୍ତୁ ଖବର ଅନୁଯାୟୀ ଜଣେ ଭକ୍ତ ମହାପ୍ରଭୁଙ୍କୁ କରିଛନ୍ତି ମହାଦାନ । ଲକ୍ଷେ ନୁହେଁ କି କୋଟିଏ ନୁହେଁ ୨୫୦ କୋଟି ଟଙ୍କା ମହାପ୍ରଭୁଙ୍କୁ ଦାନ କରିଛନ୍ତି ଏହି ଭକ୍ତ । ତେବେ ଏହା ସମ୍ପର୍କରେ ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।
ବ୍ରିଟେନରେ ଭବ୍ୟ ଜଗନ୍ନାଥ ମନ୍ଦିରକୁ କରିଛନ୍ତି ଏହି ଭକ୍ତ ଜଣଙ୍କ ୨୫୦ କୋଟି ଟଙ୍କାର ଦାନ । ୨୫୦ କୋଟି ଦାନ କରିଛନ୍ତି ବିଶିଷ୍ଠ ଉଦ୍ୟଗି ତଥା ପ୍ରବାସୀ ଓଡିଆ ବିଶ୍ଵନାଥ ପଟ୍ଟନାୟକ । ବ୍ରିଟେନରେ ନିର୍ମିତ ହେବାକୁ ଯାଉଥିବା ଜଗନ୍ନାଥ ମନ୍ଦିର ପାଇଁ ସେ ପ୍ରଥମେ ଦାନ ଦେବା ପାଇଁ ନେଇଥିଲେ ସଂକଳ୍ପ । ଆଉ ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ ଦ୍ଵାରା ଆୟୋଜିତ ଜଗନ୍ନାଥ ସମ୍ମିଳନୀରେ ସେ ଏହି ଅର୍ଥ ପ୍ରଦାନ କରିଛନ୍ତି ।
ଏହି ଅର୍ଥ ବିଦେଶୀଙ୍କ ଦ୍ଵାରା ଦାନ କରାଯାଇଥିବା ପ୍ରବାସୀଙ୍କ ଠାରୁ ସବୁଠାରୁ ବଡ ଦାନ ଅଟେ । ଆଗରୁ କେହି ମଧ୍ୟ ଏତେ ଟଙ୍କା ଭଗବାନଙ୍କୁ ଦାନ କରିନାହାନ୍ତି । ଏହି ସମ୍ମିଳନୀରେ ବ୍ରିଟେନର ବହୁ କୋଣରୁ ଲୋକ ଆସି ୬୦୦ ଲୋକ ସାମିଲ ହୋଇଥିଲେ । ତେବେ ଏହି ସାମ୍ମିଳନୀର ଅଧ୍ୟକ୍ଷତା କରିଥିଲେ ଆମ ପୁରୀ ରାଜା ତଥା ଗଜପତି ଦିବ୍ୟ ସିଂହ ଦେବ ।
ଏହା ଛଡା ବ୍ରିଟେନର ଭାରତୀୟ ଉପ କମିଶନର ସୁଜିତ ଘୋସ ଏବଂ ଲେଖକ ଅମ୍ରିତ ତ୍ରିପାଠୀ ଯୋଗ ଦେଇଥିଲେ । ବ୍ରିଟେନର ଫିନେଷ୍ଟ ଗ୍ରୁପ ଅଫ କମ୍ପାନୀର ପ୍ରତିଷ୍ଠାତା ହେଉଛନ୍ତି ବିଶ୍ଵନାଥ ପଟ୍ଟନାୟକ । ଏହି କମ୍ପାନୀ ଏକ ପ୍ରାଇଭେଟ ଇକ୍ୟୁଟି ଇଂଭେଷ୍ଟମେଣ୍ଟ ଫାର୍ମ। ପ୍ରଥମେ ଜଣେ ବ୍ୟାଙ୍କର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ବିଶ୍ଵନାଥ ।
ଅନେକ ବର୍ଷ ବ୍ୟାଙ୍କର ଭାବରେ କାର୍ଯ୍ୟ କରିବା ପରେ ସେ ୨୦୦୯ ମସିହାରେ ନିଜର ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ । ସେ ବହୁ ସେକ୍ଟରରେ ନିବେଶ କରିଛନ୍ତି ଏବଂ ଖୁବ ସଫଳ ମଧ୍ୟ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କର ଭଗବାନଙ୍କୁ ଏଭଳି ଦାନ କରିବା ସମ୍ପର୍କରେ ଆପଣଙ୍କ ମତ କଣ ରହିବ ତାହା ନିହାତି କମେଣ୍ଟରେ ଜଣାନ୍ତୁ ।