ସତ ହେବାକୁ ଯାଉଛି ମାଳିକା ବଚନ, ମାଡି ଆସୁଛି ମହା ବିପଦ । ମହା ବିପଦ ପୂର୍ବରୁ ଆସିଛି ସଙ୍କେତ, ସତ ହେବାକୁ ଅଚ୍ୟୁତାନନ୍ଦଙ୍କ ଗୋଟି ଗୋଟି ବାଣୀ । ନୀଳଚକ୍ର ଉପରେ ଉଡିଲେ ଚିଲ ମହାପ୍ରଭୁଙ୍କର ଥିଲା କି ଏହା ଗୋଟିଏ ସଙ୍କେତ । ହଁ ଦର୍ଶକ ବନ୍ଧୁ ଆସୁଛି ମହା ବିପଦ ଘଣ୍ଟା ଘଣ୍ଟା ଧରି ଶ୍ରୀମନ୍ଦିର ଉପରେ ଉଡିଲେ ଚିଲ ଆଉ ଏହାକୁ ଦେଖି ଲୋକ ମାନେ ହେଲେ ଆଶ୍ଚର୍ଯ୍ୟ । ଅଦିନିଆ ଚିଲ ଉଡିବା ଦେଖି ଲୋକେ ଭୟବିତ ହୋଇଛନ୍ତି ।
ମହାପ୍ରଭୁଙ୍କର ଏ କି ସଙ୍କେତ ବନ୍ଧୁଗଣ ଏହା ହେଉଛି ସେହି ସମୟର ଦୃଶ୍ୟ ଯେତେବେଳେ ଶ୍ରୀମନ୍ଦିର ନୀଳ ଚକ୍ର ଉପରେ ଘେରା ମାରି ଉଡୁ ଥିଲେ ଶହ ଶହ ଚିଲ । ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ କେମିତି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡୁ ଛନ୍ତି ଚିଲ ମାନେ । ଶ୍ରୀ ମନ୍ଦିର ନୀଳ ଚକ୍ର ଉପରେ ଚିଲ ଉଡିବା ଅଶୁଭ ସଙ୍କେତ ଅଟେ । ଏଇ କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ବାଇଶି ପାହାଚରେ ପାଣି ପଶିଥିଲା ।
ଆଉ ପାଣିର ଲହଡି ଭାଙ୍ଗି ଥିଲା ବାଇଶି ପାହାଚରେ । ଯାହାକୁ ଦେଖି ଭୟବିତ ହୋଇଯାଇଥିଲେ ଶିଖେତ୍ରବାସୀ । ଆଉ ଏବେ ଶ୍ରୀମନ୍ଦିର ନୀଳ ଚକ୍ର ଉପରେ ଚିଲ ଉଡିବାକୁ ନେଇ ଭୟବିତ ଅଛନ୍ତି ଓଡିଶାବାସୀ । ଏବେ ଯେ ଏମିତି କେଉଁ ବିପଦ ଆସିବ ତାହା କାହାକୁ ବି ଜଣା ନାହିଁ । ତେବେ ଯେତେ ବଡ ବିପଦ ଆସୁ ନାଆ କାହିଁକି ସବୁଥିରୁ ମହାପ୍ରଭୁ ଉଦ୍ଧାର କରିବେ ବୋଲି ବିଶ୍ଵାସ ରହିଛି ।
ବନ୍ଧୁଗଣ ଏହି ଘଟଣା ଘଟିବା ସହ ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ବି ଲୋକଙ୍କ ମନରେ ଅନେକ ଆଶଙ୍କା ଉଠୁଛି । ଏହା ମହାବାତ୍ୟା ଆସିବାର ସଙ୍କେତ ନୁହେଁ ତ । ଏବେ ସାରା ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟାବହ ପରିସ୍ଥିତି ରହିଛି ଆଉ ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ଚିଲ ଉଡିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଆସନ୍ତା 24 ତାରିଖରେ ବାତ୍ୟା ଆସିବାକୁ ଯାଉଛି ।
ତେବେ ଏହି ବାତ୍ୟାଟି କେଉଁଠି ଲ୍ୟାଣ୍ଡଫଲ କରିବ ତାର କୌଣସି ସଠିକ ଆକଳନ ହେଇନି କିନ୍ତୁ ମିଡିଆ ରିପୋର୍ଟସ ଅନୁସାରେ ବାତ୍ୟାଟି ଆନ୍ଧ୍ର ପ୍ରଦେଶରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ମିଳିଛି । ଆଉ ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।