ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, 28 ନୁହେଁ ରିଚାର୍ଜ ପ୍ଲାନ 30 ଦିନ କରିବାକୁ TRAI ଦେଲା ନିର୍ଦ୍ଦେଶ, ଦେଖନ୍ତୁ କେବେଠୁ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମସ୍ତେ ମୋବାଇଲ ବିନା ରହି ପାରୁ ନାହାଁନ୍ତି ମୋବାଇଲ ରେ ହିଁ ସବୁ କାମ କରୁଛନ୍ତି । ସକାଳୁ ଉଠିଲେ ମାତ୍ରକେ ମୋବାଇଲ ଧରୁଛନ୍ତି । ତେବେ ମୋବାଇଲ ମଧ୍ୟ ଆମ ଜୀଵନ ରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରି ଥାଏ । ତେବେ ବର୍ତ୍ତମାନ ମୋବାଇଲ ରେ ହି ଅନଲାଇନ କ୍ଳାସ ହେଉଛି । ତେବେ କିନ୍ତୁ ବର୍ତ୍ତମାନ ସବୁ ସିମ ର ପଇସା ବଢିବା ସହ ଦିନ କମିବାରେ ଲାଗିଛି ସେଥିପାଇଁ ସମସ୍ତେ ହଇରାଣ ମଧ୍ୟ ହେଉଛନ୍ତି ।


ତେବେ କିନ୍ତୁ ବର୍ତ୍ତମାନ ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏବେ ଆପଣଙ୍କୁ ଟେଲିକମ କମ୍ପାନୀମାନେ ମାସିକ ରିଚାର୍ଜ ବୈଦ୍ଧତା ୨୮ ଦିନ ବଦଳରେ ୩୦ କରିବାକୁ ଯାଉଛନ୍ତି । ଟେଲିକମ ରେଗୁଲେଟରୀ ଅଥରେଟୀ ଅଫ୍ ଇଣ୍ଡିଆ (ଟ୍ରାଇ) ଏନେଇ ଦେଶର ସମସ୍ତ ଟେଲିକମ୍ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶରେ କୁହାଯାଇଛି କି, ଟେଲିକମ ଟାରିଫ୍ ୬୬ ଆମାଣ୍ଡମେଣ୍ଟଅର୍ଡର ୨୦୨୨ ମୁତାବକ ଟ୍ରାଇ ଅନେକ ନିଷ୍ପତ୍ତି ଶୁଣାଇଛନ୍ତି ।

ତେବେ ଏହି ନିର୍ଦ୍ଦେଶରେ ପ୍ରଥମେ ରହିଛି ଏବେ ଟେଲିକମ କମ୍ପାନୀମାନେ ୨୮ ଦିନିଆ ରିଚାର୍ଜ ପ୍ଲାନ ପରିବର୍ତ୍ତେ ୩୦ ଦିନିଆ ରିଜାର୍ଚ ପ୍ଲାନ ଘୋଷଣା କରିବାକୁ ବାଧ୍ୟ । ଏହାସହ ଟେଲିକମ କମ୍ପାନୀମାନଙ୍କୁ କୁହାଯାଇଛି କି ସେମାନେ ଏଭଳି ଏକ ପ୍ଲାନ କରନ୍ତୁ ଯାହାଦ୍ୱାରା ଉପଭୋକ୍ତାମାନେ ପହିଲା ତାରିଖରେ ସେମାନଙ୍କ ମୋବାଇଲ ରିଚାର୍ଜ ରିନ୍ୟୁ କରି ପାରିବେ ।

ତେବେ ଏନେଇ ଟ୍ରାଇ କହିଛି କି ମୋବାଇଲ ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି କି ସେମାନେ ବର୍ଷକୁ ୧୨ ମାସ ସ୍ଥାନରେ ୧୩ ମାସ ରିଚାର୍ଜ କରିବାକୁ ପଡୁଛି । ଏହାଦ୍ୱାରା ସେମାନେ ଠକାମୀରେ ଶିକାର ହେଉଥିବା କଥା ଟ୍ରାଇ କହିଛି । ଟ୍ରାଇର ଏଭଳି ନିର୍ଦ୍ଦେଶ ପରେ ଏହାକୁ ବିରୋଧ କରିଛନ୍ତି ଟେଲିକମ୍ କମ୍ପାନୀମାନେ । ସେମାନେ କହିଛନ୍ତି କି ୨୮ ଦିନ,୨୪ ଦିନ ଓ ୫୪ ଦିନ ପ୍ଲାନ ବଦଳାଇଲେ ସେମାନଙ୍କ ବିଲିଂ ସାଇକେଲରେ ଅନେକ ଅସୁବିଧା ହେବ ।


ଏହାସହ ପ୍ରତ୍ୟେକ ମାସ ଗୋଟିଏ ତାରିଖ ଓ ଗୋଟିଏ ରାଶି ରିଚାର୍ଜ ଅଫର କରିବା ଟେକ୍ନିକାଲି ସମ୍ଭବ ନୁହେଁ, ଏହା କେବଳ ପୋଷ୍ଟପେଡ ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *