ବନ୍ଧୁଗଣ ଆପଣ ମାନେ ସମସ୍ତେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରୁଦ୍ର ପ୍ରତାପ ମହାରଥୀ ହେଉଛନ୍ତି ବିଜେଡି ଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଏକ ମାତ୍ର ପୁତ୍ର । ଗତ କିଛି ମାସ ତଳେ ପ୍ରଦୀପ ଏହି ଦୁନିଆ ଛାଡି ଚାଲିଯାଇଥିଲେ ଆଉ ଏହା ପରେ ବିଜେଡି ଦଳ ପ୍ରଦୀପଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଥିଲା ।
ବନ୍ଧୁଗଣ ଜନତାଙ୍କ ପୂର୍ଣ୍ଣ ସମର୍ଥନରେ ରୁଦ୍ର ପ୍ରଥମ ଚେଷ୍ଟାରେ ପିପିଲି ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ରୁଦ୍ର ବିଧାୟକ ହେବା ପରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ବନ୍ଧୁଗଣ ରୁଦ୍ର ବିଧାୟକ ହେବା ପରେ ପ୍ରତି ଗାଁ ଗାଁ ଘର ଘର ବୁଲି ଲୋକ ମାନଙ୍କର ସମସ୍ୟା ବୁଝୁ ଛନ୍ତି । କେବଳ ଏତିକି ନୁହେଁ ସେ କେତେକ ସରକାରୀ ଅଫିସ ଯାଇ ସବୁ ଯାଞ୍ଚ କରୁଛନ୍ତି ।
ବନ୍ଧୁଗଣ ରୁଦ୍ର ସବୁବେଳେ ଗରିବ ଓ ଅସହାୟ ଲୋକ ମାନଙ୍କ ପାଇଁ ଛିଡା ହେଉଛନ୍ତି । ଆଉ ଏହାରି ମଧ୍ୟରେ ରୁଦ୍ର ପ୍ରତାପଙ୍କର ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରୁଦ୍ର ନିଜର ସାକ୍ଷାତ୍କାର ଦେଉଛନ୍ତି ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଭାଇରାଲ ହେଉଥିବା ଭିଡିଓରେ ରୁଦ୍ର ଏକ ସରକାରୀ ଅଫିସକୁ ଯାଇଛନ୍ତି । ତେବେ ରୁଦ୍ର ଯେକୌଣସି ସ୍ଥାନକୁ ବି ଯାଉଛନ୍ତି ଅଫିସିଆଲ୍ସ ମାନଙ୍କୁ ନେଇ ଯାଉଛନ୍ତି ଆଉ ଏଠାରେ ମଧ୍ୟ ରୁଦ୍ର ମିଡିଆ ଓ ଅଫିସିଆଲ୍ସଙ୍କୁ ନେଇ ଯାଇଛନ୍ତି । ଏହି ସରକାରୀ ଅଫିସରେ କେବଳ ଦୁଇଟି କର୍ମଚାରୀ ଥିବା ବେଳେ ଅନ୍ୟ କୌଣସି କର୍ମଚାରୀ ନାହାନ୍ତି । ରୁଦ୍ର ସମସ୍ତଙ୍କୁ କଲ୍ କରି ଡାକିବା ପାଇଁ କହୁଛନ୍ତି ।
ହେଲେ ଷ୍ଟାଫ ମାନେ କଲ୍ ନ ଉଠେଇବାରୁ ରୁଦ୍ର ରାଗିକି କହୁଛନ୍ତି ମୋତେ ଜାଣିବାର ଅଛି ଏଠି କେତେଜଣ ଷ୍ଟାଫ ଅଛନ୍ତି । ତେବେ 12 ଜଣ ଷ୍ଟାଫଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ଷ୍ଟାଫ ଅଛନ୍ତି ଆଉ ଅନ୍ୟ ଷ୍ଟାଫ ମାନେ କଲ୍ ଉଠାଉ ନାହାନ୍ତି । ଏହା ଜାଣିବା ପରେ ରୁଦ୍ର ରାଗି ଯାଇ ବିଡିଓଙ୍କୁ କଲ୍ କରି କମ୍ପ୍ଲେନ କରୁଛନ୍ତି ଆଉ ଏକ ମିଟିଂ କରିବା ପାଇଁ କହୁଛନ୍ତି । ତା ହେଲେ ବନ୍ଧୁଗଣ ରୁଦ୍ରଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।