Lipsa ଙ୍କ ବାହାଘରରେ ଗାର୍ଲଫ୍ରେଣ୍ଡ୍ ସହ ଆସି ସେଲଫି ନେଲେ Dutee Chand

ଦର୍ଶକ ବନ୍ଧୁ ଗତ କାଲି ଓଲିଉଡ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସେ ଆକାଶଙ୍କୁ ନିଜ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । ତେବେ ଉଭୟ ଲିପ୍ସା ଏବଂ ଆକାଶ ଅନେକ ଦିନ ଧରି ପରସ୍ପର ସହ ଲଭ ରିଲେସନ ରଖିଥିଲେ । ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା ଫ୍ୟାନ୍ସ ମାନେ ଉଭୟଙ୍କ ବିବାହ ଅପେକ୍ଷାରେ ଥିଲେ ଆଉ ଏବେ ଲିପ୍ସା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ।

ଗତ କାଲି ଲିପ୍ସା ନାଲି ଲେହେଙ୍ଗାରେ ବହୁତ ଅଧିକ ସୁନ୍ଦର ନଜର ଆସୁଥିଲେ । ତାଙ୍କ ବିବାହରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ ଏବଂ ଅତି ଧୁମଧାମର ସହ ଏହି ବିବାହ ସମ୍ପନ୍ନ ହୋଇଛି । ବନ୍ଧୁଗଣ ଗତ କାଲି ଲିପ୍ସାଙ୍କ ବିବାହରେ ଦୁତୀଚାନ୍ଦ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ପହଞ୍ଚି ଥିଲେ । ଦୁତୀ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ଯାଇ ଲିପ୍ସାଙ୍କ ସହ ସେଲଫି ନେଇଥିଲେ ।

ଏନେଇ ଦୁତୀ ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସାକ୍ଷାତ୍କାରରେ ଦୁତୀ କଣ କହିଛନ୍ତି ଆସନ୍ତୁ ଜାଣିବା । ବନ୍ଧୁଗଣ ଦୁତୀ ଏହି ସାକ୍ଷାତ୍କାର ରେ କହିଛନ୍ତି-‘ଲିପ୍ସା ହେଉଛି ମୋର 8 ବର୍ଷର ସାଙ୍ଗ ମୋତେ ବହୁତ ଖୁସି ଲାଗୁଛି ସେ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି ।

ମୁଁ ତାକୁ ଅନେକ ସାରା ସୁବେଛା ଆଉ ଅଭିନନ୍ଦନ ଜଣାଉଛି । ଭଗବାନଙ୍କୁ ପ୍ରାର୍ଥନା କରିବି ତାର ଜୀବନ ସୁଖମୟ ଏବଂ ମଙ୍ଗଳମୟ ହେଉ । ସେ ସବୁବେଳେ ଖୁସିରେ ରହୁ ସେ ସବୁବେଳେ ତ ମୋ ସହ କଥା ବାର୍ତ୍ତା କରେ ଆମେ ଏକା ସହ ବହୁତ ଜାଗା ବୁଲା ବୁଲି କରିଛୁ ହେଲେ ଏବେ ଆଉ ସେ ସୁଯୋଗ ମିଳିବ କି ନାହିଁ ମୁଁ ଜାଣିନି । ହେଲେ ଆମର ଯେଉଁ ସମ୍ପର୍କ ତାହା ନିଶ୍ଚିତ ଭାବେ ନିବିଡ ହୋଇ ରହିବ ମୋର ବିଶ୍ଵାସ ।

ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ତାର ଜୀବନ ସୁଖମୟ ହେଉ ଆଉ ସେ ବହୁତ ଖୁସିରେ ରହୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଦୁତୀ ଗଣମାଧ୍ୟମ ଆଗରେ ଲିପ୍ସା ଆଉ ତାଙ୍କର ବନ୍ଧୁତା ବିଷୟରେ କହିଛନ୍ତି । ତେବେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *