ବନ୍ଧୁଗଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଲିପ୍ସା ଯାହାଙ୍କୁ ନିଜ ଜୀବନସାଥୀ ରୂପେ ବାଛି ଛନ୍ତି ତାଙ୍କ ନାମ ହେଉଛି ଆକାଶ । ତେବେ ଉଭୟ ଲିପ୍ସା ଏବଂ ଆକାଶଙ୍କ ବିବାହ ଗତ କାଲି ସରିଛି ଆଉ ବର୍ତ୍ତମାନ ସାରା ଓଡିଶାରେ ଏହି ବିବାହକୁ ନେଇ ଚର୍ଚ୍ଚା ଚାଲିଛି । ବନ୍ଧୁଗଣ ଗତ କାଲି ତାଙ୍କ ବିବାହରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏନେଇ ଉଭୟ ଲିପ୍ସା ଏବଂ ଆକାଶ ବହୁତ ଅଧିକ ଖୁସି ଅଛନ୍ତି । ଦର୍ଶକ ବନ୍ଧୁ ଗତ ବିବାହରେ ଲିପ୍ସା ଗଣମାଧ୍ୟମ ଆଗରେ ଏକ ସାକ୍ଷାତ୍କାର ଦେଇଥିଲେ ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଲିପ୍ସା ଗଣମାଧ୍ୟମ ଆଗରେ କହିଛନ୍ତି-‘ସେ ବହୁତ ଭଲ ମୁଁ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛି ସେ ମୋ ଜୀବନରେ ଆସିଥିବାରୁ । ଆଜି ଆମ ବାହାଘର ମୁଁ ରିଲ ଲାଇଫରେ ବହୁତ ବାହାଘର ସିନ୍ କରିଛି କିନ୍ତୁ ରିଅଲ ଲାଇଫରେ ବାହା ହେବାର ଗୋଟେ ଚାର୍ମ ଅଲଗା । ହଳଦୀ, ମେହେନ୍ଦି ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ବହୁତ ମନେ ପଡିବ । ଆଉ ନିଜ ଘର ଛାଡି ବିଦାୟ ବେଳର ଅନୁଭୃତି ବହୁତ ଭିନ୍ନ ।
ନିଜ ଘରକୁ ଛାଡି ଯାଉଛି ସେଥିପାଇଁ ଦୁଃଖ ଲାଗୁଛି ହେଲେ ବି ଖୁସି ଲାଗୁଛି କାରଣ ମୁଁ ଗୋଟେ ବହୁତ ଭଲ ପରିବାର ପାଇଛି । ମୋର ଶାଶୁ ଘର ଲୋକ ବହୁତ ଭଲ । ମୁଁ ଜାଣିଛି ସେମାନେ ମୋତେ ବହୁତ ଖୁସି ଦେବେ ଆଉ ବହୁତ ଭଲ ପାଇବା ଦେବେ । ମୁଁ ସବୁବେଳେ କୁହେ ମୋତେ ଗୋଟେ ଭଲ ମଣିଷ ମିଳିଲେ ବାହା ହେବି । ତେଣୁ ଏବେ ମୋତେ ଗୋଟେ ଭଲ ମଣିଷ ମିଳିଛି ବୋଲି ମୁଁ ବାହା ହେଉଛି ।
ଆକାଶ ବହୁତ କେୟାରିଙ୍ଗ’ । ତେବେ ଦର୍ଶକ ବନ୍ଧୁ ଏଭଳି ଭାବରେ ଲିପ୍ସା ନିଜ ମନର କଥା କହିଛନ୍ତି । ଲିପ୍ସାଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।