ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଲତା ମଙ୍ଗେସ୍କର ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ଗତ ପହଡଦିନ ତାଙ୍କର ପରଲୋକ ଘଟିଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କେବଳ ଲତାଙ୍କର ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ତେବେ ବନ୍ଧୁଗଣ ସେ ଗତ ଜାନୁୟାରୀ ମାସ ୮ ତାରିଖରେ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ।
କରୋନାରେ ଚିହ୍ନଟ ହେବା ପରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ବନ୍ଧୁଗଣ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବାରୁ ଗତ ପହଡଦିନ ସେ ଆମ ମାନଙ୍କୁ ଛାଡି ଚାଲି ଯାଇଥିଲେ । ତେବେ ଦେଶର କେତେକ ବଡ ବଡ ନେତା, ଫିଲ୍ମଷ୍ଟାର, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବନ୍ଧୁଗଣ ଲତା ବହୁତ ବଡ ସଫଳତା ହାସଲ କରିଥିଲେ ଯାହା କିଏ ହାସଲ କରିପାରିବେ ନାହିଁ ।
ମାତ୍ର ୨୫ ଟଙ୍କାରୁ ନିଜ କାରିୟର ଆରମ୍ଭ କରିଥିବା ଲତା ମଙ୍ଗେସ୍କର ୩୬୮ କୋଟି ଟଙ୍କାର ମାଳିକିଆଣୀ ଥିଲେ । ଦୀର୍ଘ କିଛି ବର୍ଷ ପର୍ଯ୍ୟନ୍ତ ଲତା ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ଥିଲେ ହେଲେ ସେ ୮ ଦଶକ ପର୍ଯ୍ୟନ୍ତ ଗୀତ ଗାଇ ଲୋକମାନଙ୍କର ମନ ଜିତିଥିଲେ । ଏବେ ଖବର ଆସୁଛି ଯେ, ଲତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି କାହାକୁ ମିଳିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଲତାଙ୍କ ପାଖରେ ୩୬୮ କୋଟି ଟଙ୍କାର ସମ୍ପତ୍ତି ଥିଲା । ସେ ୩୬ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ । ସେ ଗୀତ ଗାଇ ଅଧିକ ଟଙ୍କା ଅର୍ଜନ କରିବା ସହ କେତେକ ସ୍ଥାନରେ ସେ ନିବେଶ ମଧ୍ୟ କରିଥିଲେ । ଲତା ମୁମ୍ବାଇର ପୌସ ପେଡର ରୋଡ ସ୍ଥିତ ପ୍ରଭୁକୁଞ୍ଜ ଭବନରେ ରହୁଥିଲେ । ମିଡିଆ ରିପୋର୍ଟସ ଅନୁସାରେ ତାଙ୍କର ମାସିକ ଇନ୍କମ ୪୦ ଲକ୍ଷ ଟଙ୍କା ଓ ବାର୍ଷିକ ଇନ୍କମ ୬ କୋଟି ଟଙ୍କା ଥିଲା । ଏତେ ଟଙ୍କାର ମାଲିକ ହେବା ସତ୍ବେ ମଧ୍ୟ ସେ ଏକ ସାଧାରଣ ଜୀବନ ଅତିବାହିତ କରୁଥିଲେ ।
ତାଙ୍କୁ କାରର ବହୁତ ସଉକ ଥିଲା ଓ ତାଙ୍କ ପାଖରେ ଅନେକ ଲକ୍ସରି କାର ମଧ୍ୟ ଥିଲା । ବନ୍ଧୁଗଣ ଲତା ବିବାହ କରି ନଥିଲେ ତାଙ୍କ ପଛରେ କେବଳ ତାଙ୍କ ଭାଇ ଭଉଣୀ ମାନେ ଥିଲେ । ତାଙ୍କୁ ମୁଖାଗ୍ନି ତାଙ୍କ ଭାଇ ହୃଦୟ ନାଥ ମଙ୍ଗେସକର ଦେଇଥିଲେ । ବନ୍ଧୁଗଣ କୁହାଯାଇଛି ତାଙ୍କ ସମ୍ପତ୍ତିର ମାଲିକ ତାଙ୍କ ଭାଇ ହୃଦୟ ନାଥ ମଙ୍ଗେସକର ହୋଇ ପାରନ୍ତି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ସୂଚନା ଆସି ନାହିଁ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।