ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ ଲକଡାଉନ ରେ ଦୀର୍ଘ ବର୍ଷ ପରେ ରାମାନନ୍ଦ ସାଗରର ରାମାୟଣ ଟିଭିରେ ପ୍ରସାରିତ ହେବା ପରେ ପୁଣି ଥରେ ଲୋକେ ସେହି କଳାକାରଙ୍କୁ ମନେ ପକାଉଛନ୍ତି । ରାମାୟଣର ରାମ, ସୀତାଙ୍କୁ ଲୋକେ ମନେ ପକାଇବା ସହିତ ମନ୍ଥରାଙ୍କୁ ବି ଭୁଲି ନାହାନ୍ତି । ଆସନ୍ତୁ ଜାଣିବା ରାମାୟଣରେ ମନ୍ଥରା ରୋଲ୍ କରି ଦର୍ଶକଙ୍କ ଘୃଣା ପାଇଥିବା ଅଭିନେତ୍ରୀ ଲଳିତା ପାଓ୍ୱାରଙ୍କ ବିଷୟରେ ଅଜଣା କଥା ।
ତେବେ ଲଳିତା ପାଓ୍ୱାର ୧୯୧୬ ମସିହାରେ ନାସିକରେ ଜନ୍ମ ହୋଇଥିଲେ । ତେବେ ଲଲିତା ପାୱାର ୯ ବର୍ଷ ବୟସରେ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ରେ ଡେବ୍ୟୁ କରିଥିଲେ । ଲଲିତା ପାୱାର ସେହି ସମୟରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ । ତେବେ କୁହାଯାଏ ଯେ ଥରେ ସେ ତାଙ୍କ ପିତାଙ୍କ ସହ ଫିଲ୍ମର ସୁଟିଂ ଦେଖିବାକୁ ଆସିଥିଲେ ସେତେବେଳେ ନିର୍ଦ୍ଦେଶକ ନାନା ସାହେବ ତାଙ୍କୁ ଦେଖିଥିଲେ ।
ସେ ଶିଶୁ କଳାକାର ଭୂମିକାରେ ଅଭିନୟ କରିବାକୁ ଅଫର୍ ଦେଇଥିଲେ । ତେବେ ହିନ୍ଦୀ ଫିଲ୍ମରେ ପ୍ରଥମ ଲଲିତା ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ରିଚୟ ସୃଷ୍ଟି କରିଥିଲେ । କିନ୍ତୁ ସମୟ କ୍ରମେ ତାଙ୍କ ଜଣେ ଖଳନାୟିକା ଭାବେ ଲୋକେ ମନେ ରଖିଲେ । ଏହାର କାରଣ ଥିଲା ଫିଲ୍ମର ସେଟରେ ଘଟିଥିବା ଏକ ଦୁର୍ଘଟଣା ।
୧୯୪୨ରେ ମସିହାରେ ଫିଲ୍ମ ‘ଜଙ୍ଗ-ଏ-ଆଜାଦି’ର ସେଟରେ ଏକ ସିନ୍ ସୁଟିଂ କରାଯାଉଥିଲା । ଏହି ସିନ୍ରେ ଅଭିନେତା ଭଗବାନ୍ ଦାଦା ଲଲିତା ପାୱାରଙ୍କୁ ଚାପୁଡ଼ା ମାରିବାର ଥିଲା । ହେଲେ ସେ ଚାପୁଡ଼ା ଏତେ ଜୋରରେ ମାରିଥିଲେ ଯେ ଲଲିତା ପାୱାର ପଡ଼ି ଯାଇଥିଲେ ଏବଂ ତାଙ୍କ କାନରୁ ରକ୍ତ ବାହାରିବାକୁ ଲାଗିଲା ।
ତୁରନ୍ତ ଡାକ୍ତରଙ୍କ ନିକଟକୁ ନିଆଗଲା ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ କିନ୍ତୁ ତାଙ୍କ ଡାହାଣ ଆଖିରେ ଆଘାତ ଲାଗିଥିଲା । ତାଙ୍କ ଡାହାଣ ଆଖି ଛୋଟ ହୋଇ ଯାଇଥିଲା । ଫଳରେ ତାଙ୍କ ଚେହେରା ସବୁଦିନ ପାଇଁ ଖରାପ ହୋଇଗଲା । ଏହା ପରେ ଲଲିତାଙ୍କୁ ହିରୋଇନ୍ ଭୂମିକା ପରିବର୍ତ୍ତେ ଭିଲେନ୍ ରୋଲ୍ ପାଇଁ ଅଫର୍ ମିଳିଥିଲା ।
ତେବେ ଲଳିତା ପାୱାର ଙ୍କୁ ଭୟଙ୍କର କ୍ୟାନ୍ସର ହୋଇ ଯାଇ ଥିଲା । ତେବେ ସେ ଘରେ ଏକୁଟିଆ ରହୁଥିଲେ ତେବେ ସେହି ସମୟରେ ତାଙ୍କ ସ୍ୱାମୀ ମଧ୍ୟ ହସ୍ପିଟାଲରେ ରହୁଥିଲେ । ତେବେ ଲଳିତା ଙ୍କ ପୁଅ ଜୟ ପାୱାର ବାହାରେ ରହୁଥିଲେ ଏବଂ ସେ ତାଙ୍କ ମାଆ ଙ୍କର ହାଲଚାଲ ଫୋନ ରେ ପଚାରି ବୁଝିଥାନ୍ତି । ତେବେ ହଠାତ ତାଙ୍କ ଦେହ ଖରାପ ହୋଇ ଯାଇଥିଲା ଏବଂ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ତେବେ କିନ୍ତୁ ତିନି ଦିନ ପର୍ଯ୍ୟନ୍ତ ଲଳିତା ପାୱାର ଙ୍କ ଶରୀର ତାଙ୍କ ଘରେ ସଢ଼ି ରହିଥିଲା ପରେ ତାଙ୍କ ପୁଅ ଆସି ଦେଖିବା ପରେ ଜାଣି ପାରିଥିଲେ କି ଲଳିତା ପାୱାର ଙ୍କର ମୃତ୍ୟୁ ହୋଇ ସାରିଛି ।
ତେବେ ଗିନିଜ ବୁକ ରେକର୍ଡ ରେ ତାଙ୍କ ନାଁ ମଧ୍ୟ ରହିଥିଲା ବାର ବର୍ଷ ବୟସରୁ ବଲିଉଡରେ ପାଦ ଦେଇଥିଲେ ଏବଂ ତାଙ୍କର ୭୦ ବର୍ଷର ଚଳଚ୍ଚିତ୍ର କ୍ୟାରିଅରରେ ସାତ ଶହରୁ ଅଧିକ ଚଳଚ୍ଚିତ୍ରରେ ଲଗାତାର କାମ କରିଛନ୍ତି । ଲଲିତା ପାୱାର ଏକମାତ୍ର ଅଭିନେତ୍ରୀ ଯିଏକି ଲଗାତାର ୭୦ ବର୍ଷ ଧରି ବଲିଉଡରେ କାମ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।