କୁନି Reporter ର କାମାଲ ! ବୋତଲକୁ କରିଦେଲା ମାଇକ୍, ଖୋଲି କହିଦେଲା ନିଜ ସ୍କୁଲର ସବୁ ଗୁମର, video ହେଉଛି ଭାଇରାଲ

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ ଛୋଟ ଛୁଆର ପାଟିରୁ ବାହାରୁଛି ଅନର୍ଗଳ କଥା । ଟିଭି ରିପୋର୍ଟରଙ୍କ ଭଳି ନିଜେ ବୁଲି ବୁଲି ଦେଖାଉ ଛନ୍ତି ସରକାରୀ ସ୍କୁଲର ଅବ୍ୟବସ୍ଥା ।

ବନ୍ଧୁଗଣ ଆପଣ ମାନେ ପ୍ରଥମେ ଏ ଭିଡିଓଟିକୁ ଦେଖନ୍ତୁ ତା ପରେ ଆମେ ଏହି ପିଲା ବିଷୟରେ ଦେବୁ ପୁରା ତଥ୍ୟ । ଦର୍ଶକ ବନ୍ଧୁ ଟିଭି ରିପୋର୍ଟରଙ୍କ ଭଳି କଥା ହେଉଥିବା ଏ ପିଲାଟି ହେଉଛି ଝାଡ଼ଖଣ୍ଡ ରାଜ୍ୟ କୋଟା ଜିଲ୍ଲାର । ଏଠାକାର ମହାଗମ ବ୍ଲକ ଅନ୍ତର୍ଗତ ଏହି ସ୍କୁଲରେ ସେ ପଢେ । ତେବେ ସ୍କୁଲର ଅବ୍ୟବସ୍ଥାକୁ ଦେଖେଇବା ପାଇଁ କେହି ଜଣେ ଭିଡିଓ କରିବାକୁ ଏହି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ।

ଏହି ସ୍କୁଲର ଏହି କୁନି ପିଲାଟିକୁ ଟିଭି ରିପୋର୍ଟର ଭାବେ ଉପସ୍ଥାପନା କରି ସେ କାମଟି ତୁଲାଇ ଛନ୍ତି । ପିଲାଟି ନିଜ ହାତରେ ମାଇକ ଜାଗାରେ ଏକ ପ୍ଲାଷ୍ଟିକ ବୋତଲ ଧରି ସାରା ସ୍କୁଲ ବୁଲି ବୁଲି ଅତି ସୁନ୍ଦର ଭାବରେ ନିଜର କଥାକୁ ଉପସ୍ଥାପନା କରିଛି । ବନ୍ଧୁଗଣ ଉକ୍ତ ପିଲା ଓ ତାର ସାଙ୍ଗ ଟି-ସାର୍ଟ ଓ ଲୁଙ୍ଗୀ ପିନ୍ଧି ଏଭଳି କାମ କରିଛନ୍ତି । ଦର୍ଶକ ବନ୍ଧୁ ଏ ଭାଇରାଲ ଭିଡିଓଟି ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେଉଛି ।

ସ୍କୁଲର ଅବ୍ୟବସ୍ଥା, ଟଏଲେଟ, ଶିକ୍ଷକ ମାନେ ବିଳମ୍ବରେ ଆସିବା, ଛାତରୁ ପାଣି ଗଳିବା ଆଦି ଅନେକ ଗୁମର ଖୋଲି ଦେଇଥିବା ଏହି ପିଲାଟିର କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ଭିଡିଓର ପ୍ରଭାବ ମଧ୍ୟ ଝାଡ଼ଖଣ୍ଡ ସରକାରଙ୍କ ଉପରେ ଜୋରଦାର ପଡିଛି ବୋଲି କୁହାଯାଉଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *