ଗିରଫ ହେବେ କୋହଲୀ ? ହେଲେ କାହିଁକି ? ଜାଣିବା ପାଇଁ ଦେଖନ୍ତୁ ଏହି Special Report

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତମ କ୍ୟାପଟେନ ବିରାଟ କୋହୋଲିଙ୍କୁ ଆରେଷ୍ଟ କର, ବିରାଟ କୋହିଲିଙ୍କୁ ଶୀଘ୍ର ଆରେଷ୍ଟ କର । ଏମିତି କିଛି ଏବେ ଟ୍ବିଟରରେ ଟ୍ରେଣ୍ଡ ହେବାରେ ଲାଗିଛି । ଯେତେବେଳେ ବିରାଟ ଏବଂ ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ରହିଛନ୍ତି ଟି20 ବିଶ୍ଵ କପ୍ ପାଇଁ ଠିକ ଏହି ସମୟରେ ଏମିତି କିଛି ଟ୍ବିଟରରେ ଟ୍ରେଣ୍ଡ ହେବାରେ ଲାଗିଛି ।

ଭାରତୀୟ କ୍ରିକେଟ ଟିମ ଅଲ ରାଉଣ୍ଡର ଖେଳାଳି ବିରାଟ କୋହିଲି ଏବଂ ହିତ ମ୍ୟାନ ନାମରେ ପରିଚିତ ରୋହିତ ଶର୍ମାଙ୍କୁ ନେଇ ଫ୍ୟାନ୍ସ ମାନଙ୍କ ମନରେ ବିବାଦ ବଢିବାରେ ଲାଗିଛି । ବିବାଦ ଏମିତି ବଢିଛି ଯେ, ରୋହିତଙ୍କ ଫ୍ୟାନ୍ସ ମାନେ ଟ୍ବିଟରରେ କହୁଛନ୍ତି ଆରେଷ୍ଟ କୋହିଲି ।  ଏମିତି କହିବାର କାରଣ ହେଉଛି ବିରାଟଙ୍କ ଫ୍ୟାନ୍ସ ରୋହିତ ଶର୍ମାଙ୍କ ମୁଣ୍ଡକୁ ବ୍ୟାଟରେ ଛେଚି ହତୟଆ କରିଛନ୍ତି ।

ଭାରତରେ କ୍ରିକେଟକୁ ଧର୍ମ ଭଳି ମାନନ୍ତି ଏବଂ କ୍ରିକେଟ ଫ୍ୟାନ୍ସ ମାନେ ତାଙ୍କ ମନପସନ୍ଦର ଖେଳାଳି ମାନଙ୍କୁ ପୂଜା ମଧ୍ୟ କରନ୍ତି । ପସନ୍ଦ କରୁଥିବା ଖେଳାଳିଙ୍କ ବିଷୟରେ କିଛି କହିଲେ ଫ୍ୟାନ୍ସ ମାନେ ତାହା ସହି ପାରନ୍ତି ନାହିଁ ।  ତେବେ ଏମିତି କିଛି ମାମଲା ଏବେ ସାମ୍ନାକୁ ଆସିଛି । ସୂଚନା ମୁତାବକ ତାମିଲନାଡୁର ଆରିଆଲୋଡ ଜିଲ୍ଲାରେ 21 ବର୍ଷୀୟ ଯୁବକ ତାଙ୍କ ସାଙ୍ଗକୁ ହତୟଆ କରି ଛନ୍ତି ଆଉ ସେ ଗିରଫ ହେବା ପରେ ଏବେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ତେବେ ପୋଲିସର ତଥ୍ୟ ମୁତାବକ ରୋହିତ ଶର୍ମାଙ୍କ ଫ୍ୟାନ ବିଗନେସ ଏବଂ ବିରାଟ କୋହିଲିଙ୍କ ଫ୍ୟାନ ଧର୍ମରାଜ ଏକ ଖୋଲା ପଡିଆରେ କ୍ରିକେଟକୁ ନେଇ ଆଲୋଚନା କରୁଥିଲେ ।  ବିଗନେସ ଏବଂ ଧର୍ମରାଜ ପୁରା ନିଶାରେ ଉବୁ ଡୁବୁ ଥିଲେ । ତେବେ ଜଣା ପଡିଛି ବିଗନେସ ଆଇପିଏଲର ମୁମ୍ବାଇ ଇଣ୍ଡିଆନ୍ସ ଟିମର ଫ୍ୟାନ ଥିବା ବେଳେ ଧର୍ମରାଜ ଆରସିବିର ଫ୍ୟାନ ଥିଲେ । ଏହା ପରେ ବିଗନେସ ଆରସିବି ଏବଂ ବିରାଟ କୋହିଲିଙ୍କ ମଜାକ ଉଡାଇ ଥିଲେ ।

ଯାହା ପରେ ଏହାକୁ ସହି ପାରି ନଥିଲେ ଧର୍ମରାଜ । ସେ ରାଗି ଯାଇ ବିଗନେସଙ୍କୁ ମଦ ବୋତଲରେ ମାରିବା ସହ ବ୍ୟାଟରେ ତାଙ୍କ ମୁଣ୍ଡକୁ ଛେଚି ଛେଚି ତାଙ୍କର ହତୟଆ କରିଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଟ୍ବିଟରରେ ହାଯ ଟ୍ଯାଗ ଆରେଷ୍ଟ କୋହିଲି ଟ୍ରେଣ୍ଡ ହେବାରେ ଲାଗିଛି ।

ତେବେ ଏଠି ଆମେ କହି ରଖିବାକୁ ଚାହୁଁ ଯେ, ଏଥିରେ ଭାରତୀୟ ଖେଳାଳି ବିରାଟ କୋହିଲି ଏବଂ ରୋହିତ ଶର୍ମାଙ୍କର କୌଣସି ଦୋଷ ନାହିଁ । ସେମାନେ ଏଥିରେ ଟ୍ରେଣ୍ଡ ହେବା ଗୋଟେ ଆଶ୍ଚର୍ଯ୍ୟ ଜନକ କଥା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *