ନମସ୍କାର ବନ୍ଧୁଗଣ ତେବେ ସମାଜରେ ଉଭୟ ପୁରୁଷ ଓ ନାରୀଙ୍କର ବଞ୍ଚିବା ନେଇ ସମାନ ଅଧିକାର ରହିଛି । ସେହିପରି କିନ୍ନର ମାନଙ୍କର ମଧ୍ୟ ସମାଜରେ ବଞ୍ଚିବା ପାଇଁ ବିଭିନ୍ନ ଅଧିକାର ପାଇଛନ୍ତି । ତା’ର ଅର୍ଥ ନୁହେଁ ଯେ, ଆମେ ଖରାପ ଦିଗକୁ ଆପଣାଇବା । କିଛି କିନ୍ନର ଅଛନ୍ତି ଯେଉଁଁମାନେ ଲୋକମାନଙ୍କୁ ହଇରାଣ କରି, ମଆରଣଆସ୍ତ୍ର ଦେଖାଇ ଲୁଟ୍ କରୁଛନ୍ତି । ତେବେ ସମାଜରେ କିନ୍ନରଙ୍କର ସମସ୍ୟା ଓ ସମାଧାନ ଉପରେ ନିଜର ମତାମତ ରଖିଛନ୍ତି କିନ୍ନର ମେଘନା ।
ସେ କହିଛନ୍ତି ରାତିରେ ଦଏହ ବ୍ୟଅବସାଆୟ କଲେ ଅଧିକ ପଇସା ଇନକମ୍ ହେଉଛି । ରାତିରାତି କିନ୍ନର ମାନେ ମାଲାମାଲ ହୋଇ ଯାଉଛନ୍ତି । ତେଣୁ ସେମାନେ କଠିନ ପରିଶ୍ରମ କରିବାକୁ କାହିଁକି ଯିବେ । କାମ ମିଳୁନାହିଁ ବୋଲି ଏଭଳି ଧନ୍ଦା କରୁଥିବା କିଛି କିନ୍ନର ଅଭିଯୋଗ କରିଥାନ୍ତି । ଏପରି ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ମେଘନା ।
ସେ କହିଛନ୍ତି, ଯେଉଁମାନେ କାମ ପାଉ ନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି, ସେମାନେ ମୋ ପାଖକୁ ଆସନ୍ତୁ, ମୁଁ ସେମାନଙ୍କୁ କାମ ଦେବି । ମୁଁ ସେମାନଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବି । କୌଣସି ଜାଗାରେ ସଏକ୍ସ ୱାର୍କ ନହେଉ । ସମସ୍ତେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି ।
ତେବେ ଏହା ଉପରେ କିନ୍ନର ମାନେ କହୁଛନ୍ତି କି ତେବେ ବର୍ତ୍ତମାନ ଭୁବନେଶ୍ୱର ରେ କିଛି କିନ୍ନର ମାନେ ନିଜର ଦାବି ରଖିଛନ୍ତି ଏବଂ କହିଛନ୍ତି କି ମୀରା ପରିଡା ଭଳି ମେଘନା ସାହୁ ଯିଏ କିନ୍ନର ମାନଙ୍କ ର ଲିଡ଼ର ହେଉଛି ସେ ସବୁ କିନ୍ନର ମାନଂକୁ କାମ ଦେବା ଆଶା ରେ ତାଙ୍କୁ ନିଜ ଜାଲରେ ଫସେଇ ତାଙ୍କ ପଇସା ହଡ଼ପ କରି ଦେଉଛନ୍ତି ।
ତେବେ ଏହା ଛଡା ଆମେ ଅଧିକ ପାଠ ଶାଠ ପଢିନୁ ତେଣୁ ଆମକୁ ସତ ମିଛ କହି ଫସେଇ ଦେଉଛନ୍ତି ଆମ ପଇସା ଖାଇ ଦେଉଛନ୍ତି । ତେବେ ଆମେ ମଧ୍ୟ ନିଜର ସୁବିଧା ଅସୁବିଧା ପାଇଁ ପଇସା ରୋଜଗାର କରିବାକୁ ଚାହୁଁଛୁ କିନ୍ତୁ କୌଣସି ଉପାୟ ନ ମିଳିବାରୁ ଆମେ ସଏକ୍ସ୍ ୱାର୍କ ଭିକ ମାଗୁଛୁ । ତେଣୁ ଆମର ଦାବି ଆମକୁ ରୋଜଗାର ଦିଆ ଯାଉ ଏବଂ ମେଘନା ସାହୁ କୁ ଦଣ୍ଡ ମିଳୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।