କେଉଁ ବୟସରେ ପୁରୁଷ ଓ ମହିଳାଙ୍କ ଶୁକ୍ରାଣୁ ଓ ଅଣ୍ଡା ସଂଖ୍ୟା କମିବା ଆରମ୍ଭ କରେ ? ଜାଣନ୍ତୁ କଣ କୁହନ୍ତି Dr Prasanta Kumar Nayak

ଦର୍ଶକ ବନ୍ଧୁ ଏହି ଦୁନିଆର ସମସ୍ତ ଦମ୍ପତ୍ତିଙ୍କର ସ୍ଵପ୍ନ ଥାଏ ସନ୍ତାନ ପ୍ରାପ୍ତି କରିବା ପାଇଁ । ଅନେକ ଦମ୍ପତ୍ତି ସନ୍ତାନ ପ୍ରାପ୍ତି କରିଥାନ୍ତି ତ ଅନେକ ଦମ୍ପତ୍ତି ସନ୍ତାନ ପ୍ରାପ୍ତି କରି ପାରନ୍ତି ନାହିଁ । ସନ୍ତାନ ପ୍ରାପ୍ତି ନ କରିବା ହେତୁ ସେମାନେ ଅନେକ ଡାକ୍ତର ଆଉ ତାନ୍ତ୍ରିକ ବା ଗୁଣିଆଙ୍କ ପାଖକୁ ଯାଉଛନ୍ତି ହେଲେ କୌଣସି ଭଲ ରେଜଲ୍ଟ ତାଙ୍କୁ ମିଳୁନି । ତେବେ ବନ୍ଧୁଗଣ ସନ୍ତାନ ନ ହେବାର ପ୍ରକୃତ କାରଣ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରଥମ କଥା ହେଉଛି ଗୁଣି ଗାରେଡି ହେଉଛି ସଂପୂର୍ଣ୍ଣ ଅନ୍ଧ ବିଶ୍ଵାସ ଦମ୍ପତ୍ତି ମାନେ ଅନ୍ୟ ଲୋକ ଠାରୁ ଶୁଣିକି ସେମାନଙ୍କ ପାଖକୁ ଯାଇଥାନ୍ତି । ତେଣୁ ସେସବୁ ଠାରୁ ଦୂରେଇ ରହିବା ଉଚିତ । ସାଧାରଣତଃ ପୁରୁଷ ମାନଙ୍କର ଶୂକ୍ରାଣୁର ମାନ୍ୟତା ଏତେ ଶୀଘ୍ର ଚେଞ୍ଜ ହୋଇନଥାଏ । ତାହା 50 ବର୍ଷ ପରେ କିଛି ମାତ୍ରାରେ କମି ଥାଏ ନହଲେ 60 ବର୍ଷ ପରେ ଆଉ ଅଧିକ କମି ଥାଏ ।

କିନ୍ତୁ କିଛି ପୁରୁଷ ଅଛନ୍ତି ଯେଉଁ ମାନଙ୍କର ଜନ୍ମରୁ କିଛି ଜେନେଟିକ ସମସ୍ୟା ହେତୁ ବା କୌଣସି ରୋଗ ପାଇଁ ସେମାନଙ୍କର ଶୂକ୍ରାଣୁ ପ୍ରଡ଼କ୍ସନରେ ସମସ୍ୟା ଆସିଥାଏ । କିଛି ଲୋକଙ୍କ ଯୌନାଙ୍ଗରେ ଯଦି ଇନଫେକ୍ସନ ହେଇଥିବ ବା ସେଇଠି ମାଡ ହେଇଥିବ ତା ହେଲେ ମଧ୍ୟ ଶୂକ୍ରାଣୁ ପ୍ରଡ଼କ୍ସନରେ ସମସ୍ୟା ହେବ । ତେଣୁ ଏମିତି ବହୁତ ଗୁଡିଏ କାରଣ ରହିଛି ଅବଶ୍ୟ ବୟସ ବଢିଲେ ଶୂକ୍ରାଣୁ ପ୍ରଡ଼କ୍ସନ କମେ କିନ୍ତୁ ଏମିତି କମେ ନାହିଁ ଯେ ଆପଣ ପ୍ରେଗନେଣ୍ଟ କରିପାରିବେ ନାହିଁ ।

ଯଦି ମହିଳା ମାନଙ୍କ କଥା ଦେଖିବା ତା ହେଲେ ମହିଳାଙ୍କ କ୍ଷେତ୍ରରେ ବୟସର ବହୁତ ପ୍ରଭାବ ରହିଛି । 30 ବର୍ଷ ପରେ ମହିଳାଙ୍କର ଅଣ୍ଡାର ଗୁଣବତ୍ତା କମି ଯାଇଥାଏ । 35 ଆଉ 40 ବର୍ଷରେ ଏହା ବହୁତ ମାତ୍ରାରେ କମି ଯାଏ ତେଣୁ ପ୍ରେଗନେଣ୍ଟ ହେବାର ଅଧିକ ସମ୍ଭାବନା ନଥାଏ । ଯେଉଁ ମାନେ ଏବେ ସନ୍ତାନ ହୀନତାରୁ ଗସ୍ତ ଅଛନ୍ତି ସେମାନେ ମାନସିକ ସ୍ତରରେ ବହୁତ ଡିପ୍ରେସ ଥାନ୍ତି ।

ଏବେ ସାଧାରଣତଃ ସନ୍ତାନ ନ ହେବାର ସବୁଠାରୁ ବଡ କାରଣ ହେଉଛି ସ୍ତ୍ରୀ ଲୋକଙ୍କର ଋତୁସ୍ରାବ ଜନିତ ସମସ୍ୟା । ଏହା ସହ ଏବେ ଲାଇଫ ଷ୍ଟାଇଲ ବି ଅଧିକ ଗୁରୁତ୍ଵ ଦେଉଛି ଯେଉଁ ସବୁ ମହିଳା ମାନଙ୍କର ଓଜନ ବଢି ଯାଉଛି ଯେଉଁ ମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାଉଛନ୍ତି ସେମାନଙ୍କ ବଡିର ହରମୋନ ଡିସବାଲାନ୍ସ ହେଉଛି ଯେଉଁଥି ପାଇଁ ସେମାନେ ଗର୍ଭବତୀ ହୋଇ ପାରୁ ନାହାନ୍ତି ।

ଆଉ ଏକ କାରଣ ହେଉଛି ଅଧିକ ଚିନ୍ତାରେ ରହିବା କାରଣରୁ ବି ହରମୋନ ଡିସବାଲାନ୍ସ ହୋଇଥାଏ । ସାଧାରଣତ ଏହି ସବୁ କାରଣ ପାଇଁ ମହିଳା ମାନେ ଗର୍ଭବତୀ ହୋଇ ପାରୁ ନାହାନ୍ତି । ତା ହେଲେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *